ETV Bharat / bharat

Meghalaya Assembly Polls: ଏକଜିଟ୍‌ ପୋଲ ଇସାରା, ଝୁଲା ସରକାର !

ମେଘାଳୟରେ କୌଣସି ଦଳକୁ ମିଳିନପାରେ ଏକକ ବହୁମତ । ଝୁଲା ବିଧାନସଭା ନେଇ ଏକାଧିକ ଏକଜିଟ ପୋଲର ପୂର୍ବାନୁମାନ । ମାର୍ଚ୍ଚ 2 ରେ ଜନାଦେଶ । ଅଧିକ ପଢନ୍ତୁ

author img

By

Published : Feb 28, 2023, 7:30 PM IST

ମେଘାଳୟରେ କାହାକୁ ନାହିଁ ସ୍ପଷ୍ଟ ବହୁମତ, ଝୁଲା ସରକାର ଆଡକୁ ଏକଜିଟ୍‌ ପୋଲର ଇସାରା

ଶିଲଂ: ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ଗତକାଲି (ସୋମବାର) ମତଦାନ ଶେଷ ହୋଇଛି । ମେଘାଳୟରେ ୬୦ ଆସନରୁ ୫୯ ଆସନରେ ଭୋଟିଂ ହୋଇଛି । ୨ ତାରିଖ (ଗୁରୁବାର) ଉତ୍ତର-ପୂର୍ବ ତିନି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଭୋଟ ଗଣତି ଓ ଜନାଦେଶ ପ୍ରକାଶ ପାଇବ । ଭୋଟିଂ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବୁଥବାହୁଡା ଜନମତ ବା ଏକଜିଟ ପୋଲ ପ୍ରକାଶ ପାଇଛି । ତେବେ ଦୁଇ ରାଜ୍ୟ ତ୍ରିପୁରା ଓ ନାଗାଲାଣ୍ଡରେ ଭାରତୀୟ ଜନତା ପାର୍ଟି ଓ ସହଯୋଗୀ ଭଲ ପ୍ରଦର୍ଶନ କରିବେ । ହେଲେ ମେଘାଳୟରେ କଡା ଟକ୍କର ଦେଖବାକୁ ମିଳିବ । କୌଣସି ଦଳକୁ ଏକକ ବହୁମତ ମିଳୁନଥିବା ବେଳେ ଝୁଲା ସରକାର ଗଠନ ହେବା ଦିଗରେ ବିଭିନ୍ନ ଏକଜିଟ ପୋଲ ସଙ୍କେତ ଦେଇଛି ।

୨୦୧୮ ରେ ମେଘାଳୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି (NPP) ଅନ୍ୟ କିଛି ରାଜନୈତିକ ଦଳର ସହଯୋଗରେ ସରକାର ଗଠନ କରିଥିଲା । ଚଳିତଥର ମଧ୍ୟ ସାଙ୍ଗମାଙ୍କ ଏନପିପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ସବୁଠୁ ବଡ ଦଳ ଭାବେ ଉଭା ହେଲେ ମଧ୍ୟ ଏକକ ସଂଖ୍ୟା ଗରିଷ୍ଠତା ଠାରୁ ଦୂରରେ ରହିବ । ଚଳିତଥର ଏନପିପି ୫୯ ପ୍ରାର୍ଥୀ ଲଢାଇଥିବା ବେଳେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟ ୫୯ ଲେଖାଏଁ ପ୍ରାର୍ଥୀ ଦେଇଛନ୍ତି । ସେହିପରି ତୃଣମୂଳ କଂଗ୍ରେସ ୫୬ ଓ ୟୁନାଇଟେଡ ଡେମୋକ୍ରାଟିକ୍‌ ପାର୍ଟି ୪୬ ଆସନରେ ପ୍ରାର୍ଥୀଙ୍କୁ ପ୍ରତିଦ୍ବନ୍ଦ୍ବିତା କରାଇଛି ।

ଚଳିତଥର ପାଇଁ ବିଭିନ୍ନ ସଂସ୍ଥା ପ୍ରକାଶ କରିଥିବା ଏକଜିଟ ପୋଲରେ ମେଘାଳୟରେ କେଉଁ ଦଳ ଏକକ ବହୁମତ ହାସଲ କରିବା ପରି ସ୍ଥିତି ଦୃଶ୍ୟମାନ ହେଉନାହିଁ । ତେଣୁ ରାଜ୍ୟରେ ପୁଣିଥରେ ୨୦୧୮ ପରି ଝୁଲା ବିଧାନସଭା ଦେଖିବାକୁ ମିଳିବାକୁ ଯାଉଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ସାଙ୍ଗମା ମଧ୍ୟ ବିଜେପି ଓ ୟୁଡିପି ସମେତ ଅନ୍ୟ କିଛି ଛୋଟ ତଥା ଆଞ୍ଚଳିକ ଦଳର ସହଯୋଗରେ ସରକାର ଗଠନ କରିବା ନେଇ ଘୋଷଣା କରିସାରିଛନ୍ତି । ଏକକ ଗରିଷ୍ଠତା ନହେଲେ ମଧ୍ୟ ମେଣ୍ଟ ସହଯୋଗରେ କ୍ଷମତା ବଜାୟ ରଖିବା ପାଇଁ ଶାସକ ଏନପିପି ଚେଷ୍ଟା କରିବ । ରାଜ୍ୟରେ ମୋଟ ୬୦ ବିଧାନସଭା ଆସନ ଥିବାବେଳେ ୫୯ ଟି ଆସନରେ ଭୋଟ ଗ୍ରହଣ ହୋଇଛି । ରାଜଧାନୀ ଶିଲଂ ବିଧାନସଭା ମଣ୍ଡଳୀରେ ନାମାଙ୍କିତ ପ୍ରାର୍ଥୀଙ୍କ ଦେହାନ୍ତ ହେବା ଫଳରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ଏହି ଆସନରେ ପରବର୍ତ୍ତୀ ସମୟରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ ଆୟୋଗ ।

ଏହା ମଧ୍ୟ ପଢନ୍ତୁ :-Assembly Elections: ମେଘାଳୟରେ 77% ଓ ନାଗାଲାଣ୍ଡରେ 85% ସହ ସରିଲା ଭୋଟିଂ, 2ରେ ଜନାଦେଶ

୧୬ ରେ ତ୍ରିପୁରାରେ ଭୋଟିଂ ସରିଥିବା ବେଳେ ଗତକାଲି ମେଘାଳୟ ଓ ନାଗାଲାଣ୍ଡରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତାଦନ ଶେଷ ହୋଇଥିଲା । ମେଘାଳୟରେ 77 ପ୍ରତିଶତ ଓ ନାଗାଲାଣ୍ଡରେ ରେକର୍ଡ ସଂଖ୍ୟକ 85 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିଲା । ଉଭୟ ରାଜ୍ୟରେ ପ୍ରାୟ 33 ଲକ୍ଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ମାର୍ଚ୍ଚ 2 ତାରିଖରେ ଏହି ଦୁଇ ରାଜ୍ୟ ସହ ତ୍ରିପୁରାର ମଧ୍ୟ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ । ଏହି ଦୁଇ ରାଜ୍ୟ ସମେତ ଗତକାଲି 5 ରାଜ୍ୟର 6 ବିଧାନସଭା ଆସନ ଓ ଗୋଟିଏ (ଲକ୍ଷାଦ୍ବୀପ) ଲୋକସଭା ଆସନରେ ମଧ୍ୟ ଭୋଟ ଗ୍ରହଣ ଶେଷ ହୋଇଛି । ଏହାର ଫଳାଫଳ ପାଇଁ ମଧ୍ୟ ୨ ତାରିଖକୁ ଅପେକ୍ଷା କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.