ନୂଆଦିଲ୍ଲୀ: କୋରୋନା ବିରୁଦ୍ଧରେ ହେବ ନିର୍ଣ୍ଣାୟ ଲଢେଇ। ମହାମାରୀ ବିପକ୍ଷରେ ପହଞ୍ଚଛି ସାରିଛି ମହୋଷୌଧି। ଟୀକାକରଣ ନେଇ କେନ୍ଦ୍ର ପ୍ରସ୍ତୁତ । ଟୀକକରଣ ଟିମ ବି ତୟାର । ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବୃହତ ଟୀକାକରଣ ଅଭିଯାନ । ସକାଳ 10 ବାଜି 30 ମିନିଟିରେ ଟୀକାକରଣ ଅଭିଯାନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l
ଭିଡିଓ କନଫରେନ୍ସି ଜରିଆରେ ମୋଦି ଦେଶର ବିଭିନ୍ନ ଟୀକାକରଣ କେନ୍ଦ୍ର ସହ ଯୋଡି ହୋଇ ଏହାର ଶୁଭାରମ୍ଭ କରିବେ । ଏହା ପରେ ଆରମ୍ଭ ହେବ ଟୀକାକରଣ ଅଭିଯାନ । ପ୍ରାଥମିକ ପର୍ଯ୍ୟାୟରେ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ସଞ୍ଜିବନୀ । ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ବର ଓ ସୁନ୍ଦରଗଡ ଯୋଡି ହେବ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3006 କେନ୍ଦ୍ରରେ ଟୀକକାରଣ କରାଯିବ । ପ୍ରତି କେନ୍ଦ୍ରରେ 100 ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା । ଟିକା କେନ୍ଦ୍ରରେ 5 ଜଣିଆ ଟିମ ନିୟୋଜିତ ହୋଇଛନ୍ତି । ଟୀକାକରଣ ପାଇଁ ଓଡିଶାର ଏମ୍ସ ସମେତ 161 ଟି ସ୍ଥାନରେ ଟୀକକରଣ କେନ୍ଦ୍ର କରାଯାଇଛି । ଭୁବନେଶ୍ବରର 6ଟି ହସ୍ପିଟାଲରେ ଟିକା ଦିଆଯିବ । ବିଭିନ୍ନ ବର୍ଗର 16 ହଜାର 100 ସ୍ବାସ୍ଥ୍ୟକର୍ମୀଙ୍କୁ ନେବେ ଟିକା । ମଧ୍ୟାହ୍ନ 12 .30ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେବେ । ଟୀକାକରଣ ସପ୍ତାହକୁ 5 ଦିନ କରାଯିବ । ପ୍ରତ୍ୟେକ ଦିନ ସକାଳ 09 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟାରେ ଶେଷ ହେବ ।
ଟୀକାକରଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରସ୍ତୁତ ରହିଛି । କୋରୋନା ପ୍ରତିଷେଧକ ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଡୋଜ ପହଞ୍ଚି ସାରିଛି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ 4 ଲକ୍ଷ 8 ହଜାର କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ 20 ହଜାର ଡୋଜ ରାଜ୍ୟରେ ପହଞ୍ଚି ସାରିଛି । ଭୁବନେଶ୍ବରରେ କେବଳ କୋଭାକ୍ସିନ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଯେଉଁ ଟିକା ଦିଆଯାଇଥିବା ଏହାର 14 ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ ।
ସେପଟେ, ଟୀକାକରଣ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି । ସ୍ବାସ୍ଥ୍ୟମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ 18 ବର୍ଷରୁ କମ , ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କୁ ଦିଆଯିବନି କୋଭିଡ ଟିକା । ପାର୍ଶ୍ବ ପ୍ରତିକ୍ରିୟାର ମୁକାବିଲା ପାଇଁ ସବୁ କେନ୍ଦ୍ରରେ ଆମ୍ବୁଲାନ୍ସ ନିୟୋଜିତ ହୋଇଛି । ଦେଶବ୍ୟାପୀ ଟୀକାକରଣର କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ କୋୱିନ ମନିଟରିଂ କରିବ ।
ସେପଟେ, ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟରେ 50 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, 50 ବର୍ଷର କମ୍ ଗୁରୁତର ରୋଗୀଙ୍କୁ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯିବ । ଦେଶବ୍ୟାପୀ ଟୀକାକରଣ ଆରମ୍ଭ ପୂର୍ବରୁ 2 ଥର ସଫଳପୂର୍ବ ଡ୍ରାଏ ରନ କରାଯାଇଥିଲା। ଏହି ସମୟରେ ଦେଶ 3 ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ ନେଇ ଟ୍ରେନିଂ ଦିଆଯାଇଥିଲା ।
ଭାରତୀୟ ଔଷଧ ମାହନିୟନ୍ତ୍ରକ(ଡିସିଜିଆ) ଦେଶର ଦୁଇଟି କୋରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି କୋଭିସିଲ୍ଡକୁ ଅଷ୍ଟ୍ରେଜେନିକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ବିକଶିତ କରାଯାଇଥିବାବେଳେ କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା । ଯାହା ଭାରତ ବାୟୋଟେକ ସହିତ ଆଇସିଏମଆର ପକ୍ଷରୁ ବିକଶିତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ