ETV Bharat / bharat

ଆକ୍ସନ ନେଲେ ମାୟାବତୀ, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସାଂସଦ ଡାନିଶ ଅଲ୍ଲୀ ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସାଂସଦ ଡାନିଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କଲେ ମାୟାବତୀ । ନିକଟରେ ଏକାଧିକ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଛନ୍ତି ଡାନିଶ । ଅଧିକ ପଢନ୍ତୁ

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସାଂସଦ ଡାନିଶ ଅଲ୍ଲୀଙ୍କୁ ଦଳରୁ ବହିଷ୍କୃତ

author img

By ETV Bharat Odisha Team

Published : Dec 9, 2023, 5:32 PM IST

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି (ବସପା) ସାଂସଦ ଡାନିଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବସପା ମୁଖ୍ୟ ମାୟାବତୀ ଦଳରୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ନିକଟରେ ଏକାଧିକ ମାମଲାରେ ଚର୍ଚ୍ଚାରେ ଥିବା ସାଂସଦ ଅଲ୍ଲୀ ଏବେ ଉତ୍ତର ପ୍ରଦେଶର ଅମରୋହାରୁ ସାଂସଦ ରହିଛନ୍ତି । ନିକଟରେ ତାଙ୍କୁ ବିଜେପି ସାଂସଦ ରମେଶ ବିଧୁରୀ ଗୃହରେ ଆଲୋଚନା ବେଳେ ଦୁର୍ବ୍ୟବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ସମ୍ପର୍କରେ ବିଜେପି ସାଂସଦ ବିଧୁରୀ ‘ଆତଙ୍କବାଦୀ’ ଶବ୍ଦ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ବହୁଚର୍ଚ୍ଚିତ କ୍ୟାସ ଫାର କ୍ବାରୀ ମାମଲାରେ ମଧ୍ୟ ସାଂସଦ ଅଲ୍ଲୀ ପ୍ରଥମରୁ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ସମର୍ଥନରେ ରହି ଆସିଛନ୍ତି ।

ସେ ସଂସଦ ଏଥିକ୍ସ କମିଟି ସଦସ୍ୟ ଥିବା ବେଳେ ମହୁଆ ମୋଇତ୍ରାଙ୍କ ବିରୋଧରେ ପ୍ୟାନେଲ ମିଟିଂ ବସିଥିବା ବେଳେ ସେ ବୈଠକ ତ୍ୟାଗ କରିଥିଲେ । ମୋଇତ୍ରାଙ୍କୁ ପ୍ୟାନେଲର ଅଧ୍ୟକ୍ଷ ବିନୋଦ ସୋନକାର ଓ ଅନ୍ୟ କିଛି ସଦସ୍ୟ ଅତି ବ୍ୟକ୍ତିଗତସ୍ତରର ପ୍ରଶ୍ନ କରିଥିଲେ ବୋଲି ଅଲ୍ଲୀ ଅଭିଯୋଗ କରିଥିଲେ । ତେବେ ଆଜି ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ବହୁଜନ ସମାଜବାଦୀ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରାଙ୍କ ପକ୍ଷରୁ ସୂଚନା ମିଳିଛି । ହେଲେ ନିର୍ଦ୍ଦିଷ୍ଟ କେଉଁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ନେଇ ଡାନିଶଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସନି ।

ଏହା ମଧ୍ୟ ପଢନ୍ତୁ :- ମତେ ଗୃହ ବାହାରେ ଲିଞ୍ଚିଂ କରିବାର ଷଡଯନ୍ତ୍ର ରଚା ଯାଇଛି: ବସପା ସାଂସଦ ଦାନିଶ ଅଲ୍ଲୀ

ସେପ୍ଟେମ୍ବରରେ ଆହୁତ ହୋଇଥିବା ସଂସଦରେ 5 ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୩’ ନେଇ ବିତର୍କ ଜାରି ଥିବା ସମୟରେ ବିଜେପି ସାଂସଦ ରମେଶ ବିଧୁରୀ ସାଂସଦ ଡାନିଶ ଅଲ୍ଲୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ । ଯାହାର ଏକ ଭିଡିଓ କ୍ଲିପ୍ ସାମ୍ନାକୁ ଆସିଥିଲା । ସେ ବିବୃତ୍ତି ରଖିବା ବେଳେ ଡାନିଶ କିଛି କହିବା ପରେ ସେ ଉତ୍ତେଜିତ ହୋଇ ଆତଙ୍କବାଦୀ ଶବ୍ଦ ବ୍ଯବହାର କରିଥିଲେ । ଯାହାକୁ ନେଇ ଅଲ୍ଲୀ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ଏହା ପରେ ଅଲ୍ଲୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାକ୍ଷାତ କରି ନୈତିକ ସମର୍ଥନ ଦେଇଥିଲେ । ସେହିପରି ନିକଟରେ ମହୁଆ ମୋଇତ୍ରାଙ୍କ ମାମଲାରେ ମଧ୍ୟ ଅଲ୍ଲୀ ମହୁଆଙ୍କୁ ସମର୍ଥନ କରିବା ସହ ବିଜେପିକୁ ସମାଲୋଚନା କରିଆସିଥିଲେ । ଗତକାଲି ମହୁଆଙ୍କ ସଦସ୍ୟତା ରଦ୍ଦ ହେବା ପରେ ବିରୋଧୀ ସାଂସଦ ମାନେ ଗୃହତ୍ୟାଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.