ETV Bharat / bharat

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବୃହତ ସୌରଝଡ଼; ଜିପିଏସ ଓ ଫୋନ ସିଗନାଲ ହେବ ପ୍ରଭାବିତ

author img

By

Published : Jul 13, 2021, 5:40 PM IST

ପୃଥିବୀ ଆଡ଼କୁ ଅତି ପ୍ରଖର ​ବେଗରେ ମାଡ଼ି ଆସୁଛି ଏକ ଭୟଙ୍କର ସୌରଝଡ଼। ତେବେ ଏହା ମଙ୍ଗଳବାର କିମ୍ବା ବୁଧବାର ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି। ଅଧିକ ପଢନ୍ତୁ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବୃହତ ସୌରଝଡ଼; ଜିପିଏସ୍, ଫୋନ୍ ସିଗନାଲ୍ ହେବ ପ୍ରଭାବିତ

ନୂଆଦିଲ୍ଲୀ: ପୃଥିବୀ ଆଡ଼କୁ ଅତି ପ୍ରଖର ​ବେଗରେ ମାଡ଼ି ଆସୁଛି ଏକ ଭୟଙ୍କର ସୌରଝଡ଼। ତେବେ ଏହା ମଙ୍ଗଳବାର କିମ୍ବା ବୁଧବାର ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି। ଏହାର ବେଗ ଏବେ ଘଣ୍ଟା ପ୍ରତି ପ୍ରାୟ ୧୬ ଲକ୍ଷ କିଲୋମିଟର ରହିଥିବା ଆକଳନ କରାଯାଇଛି। ଜିଓମ୍ୟାଗ୍ନେଟିକ୍ ଭାବରେ ନାମିତ ଏହି ସୌରଝଡ଼, ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ଧକ୍କା ଖାଇବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛନ୍ତି । ଏହା ଦ୍ବାରା ଜିପିଏସ ନେଭିଗେସନ, ମୋବାଇଲ ଫୋନ ସିଗନାଲ ଏବଂ ସାଟେଲାଇଟ ଟିଭି ଉପରେ ଅଧିକ କ୍ଷତି ପହଞ୍ଚାଇବା ସହ ଯୋଗାଯୋଗ ବ୍ୟବସ୍ଥା ଓ ଜଳବାୟୁ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।

ଏହି ଅଗ୍ନିକାଣ୍ଡର ବିଶ୍ବର କେତେକ ସ୍ଥାନର ପାୱାର୍ ଗ୍ରୀଡ୍ ଉପରେ ପ୍ରଭାବ ପକାଇବାର କ୍ଷମତା ଅଛି । ଏହା ଯେତିକି ପୃଥିବୀର ନିକଟତର ହେବ ସେହି ଅନୁସାରେ ପୃଥିବୀପୃଷ୍ଠ ଉପରେ ପ୍ରଭାବ ପକାଇବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଦୀର୍ଘ ୪ ବର୍ଷ ଅନ୍ତରରେ ନିକଟରେ ଏଭଳି ଏକ ଛୋଟ ଝଡ଼ ସୃଷ୍ଟି ହୋଇଥିଲା ଯାହା ଆଟଲାଣ୍ଟିକରେ ରେଡିଓ ୱେଭ୍‌କୁ ବନ୍ଦ କରିଦେଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.