ETV Bharat / bharat

ସୁରଟର Anupam Cocola Millରେ ଅଗ୍ନିକାଣ୍ଡ, ଜଣେ ମୃତ - ଅନୁପମ କୋକାକୋଲା ଫ୍ୟାକ୍ଟ୍ରି

ସଚିନ GIDC ଅଞ୍ଚଳରେ ୨ ନମ୍ବର ରୋଡ ନିକଟରେ ଥିବା ଅନୁପମ କୋକାକୋଲା ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ(Fire Breaks Out at Anupam Cocola Mill) । ଅଗ୍ନିକାଣ୍ଡରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

ସୁରଟର ଅନୁପମ କୋକାକୋଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ସୁରଟର ଅନୁପମ କୋକୋଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
author img

By

Published : Sep 11, 2022, 1:18 PM IST

ସୁରଟ: ଅନୁପମ କୋକାକୋଲା ଫ୍ୟାକ୍ଟ୍ରିରେ(Anupam Cocola Mill) ଭୟଙ୍କର ଅଗ୍ନିକଣ୍ଡ । ସହରର ସଚିନ GIDC ଅଞ୍ଚଳରେ ୨ ନମ୍ବର ରୋଡ ନିକଟରେ ଥିବା ଅନୁପମ କୋକାକୋଲା ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଛି(Fire Breaks Out at Anupam Cocola Mill) । ଖବରପାଇ ଅଗ୍ନିଶମ ବିଭାଗର ୧୦ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଅଗ୍ନିକାଣ୍ଡରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି । ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲକୁ ପଠାଯାଇଛି ।

ସୁରଟର ଅନୁପମ କୋକାକୋଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ଅଗ୍ନିଶମ ଅଧିକାରୀ କହିବା ଅନୁସାରେ, "ଶନିବାର ରାତି ପ୍ରାୟ ୧୦ଟା ୧୦ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଫ୍ୟାକ୍ଟ୍ରିରେ ଥିବା ବୟଲର ବିସ୍ପୋରଣ ହେବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗର ୧୦ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଦୀର୍ଘ ୩ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏହାସହ ଫସିରହିଥିବା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହସ୍ପିଟାଲକୁ ନିଆଁଯାଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଥିବା ବେଳ ଅନ୍ୟଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।"

ଏହା ମଧ୍ୟ ପଢନ୍ତୁ: ସୁରଟ କପଡା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଗତ ମାର୍ଚ୍ଚ ୨୦ ତାରିଖ ଦିନ ସୁରଟର କପଡା ମିଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ସୁରଟର ପାଣ୍ଡେସରା GIDC ଅଞ୍ଚଳରେ ଅବସ୍ଥିତ ଅମିତ ସିଲ୍କ ମିଲରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୧୭ଟି ଦମକଳ ବାହିନୀ ପହଞ୍ଚିଥିବାବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ସକାଳ ୪ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ଟେକ୍ସଟାଇଲ୍ ମିଲ୍ ସଂପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୭ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଏହି ଅଗ୍ନିକାଣ୍ଡରେ ଏଯାବତ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।ଏହା ପୂର୍ବରୁ ଜାନୁଆରୀ ମାସରେ ସଚୀନ୍ ଅଂଚଳରେ ଥିବା ବିଶ୍ବ ପ୍ରେମ୍ ଡାଇଙ୍ଗ ଏଣ୍ଡ ପ୍ରିଣ୍ଟିଙ୍ଗ୍ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବାନେଇ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ୨୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.