ETV Bharat / bharat

ମିଥ୍ୟା ଅଭିଯୋଗରେ ଆମ ଗ୍ରାହକଙ୍କୁ ହଇରାଣ କରୁଛି ଆନ୍ଧ୍ର CID: ମାର୍ଗଦର୍ଶୀ ଚିଟଫଣ୍ଡ

author img

By

Published : Jul 11, 2023, 10:36 PM IST

ଆନ୍ଧ୍ର ସିଆଇଡି ଉପରେ ବର୍ଷିଲା ଅଗ୍ରଣୀ ଚିଟଫଣ୍ଡ କମ୍ପାନୀ ମାର୍ଗଦର୍ଶୀ । ଆନ୍ଧ୍ର CID ସୁକଳ୍ପିତ, ମିଥ୍ୟା ଅଭିଯୋଗରେ କମ୍ପାନୀର ଗ୍ରାହକଙ୍କୁ ହଇରାଣ କରୁଥିବା ଆଣିଲା ଅଭିଯୋଗ । ଅଧିକ ପଢନ୍ତୁ

margadarsi
margadarsi

ହାଇଦ୍ରାବାଦ: ଆନ୍ଧ୍ର ସିଆଇଡି ଉପରେ ବର୍ଷିଲା ଲକ୍ଷାଧିକ ଲୋକଙ୍କ ଜୀବନରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଥିବା ଅଗ୍ରଣୀ ଚିଟଫଣ୍ଡ କମ୍ପାନୀ ମାର୍ଗଦର୍ଶୀ ଚିଟଫଣ୍ଡ । ଆନ୍ଧ୍ରପ୍ରଦେଶ କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (AP-CID) ସୁକଳ୍ପିତ, ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣି କମ୍ପାନୀର ଗ୍ରାହକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛି ମାର୍ଗଦର୍ଶୀ ଚିଟଫଣ୍ଡ । ଏହାସହ କମ୍ପାନୀ ନିଜ ଗ୍ରାହକଙ୍କୁ ନିଶ୍ଚିତ କରିଛି ଯେ କମ୍ପାନୀ କୌଣସି ଆୟକର ନିୟମ ଉଲ୍ଲଙ୍ଘନ କରି ନାହିଁ ଏବଂ ଭାରତର ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା ସମସ୍ତ ବ୍ୟବସାୟିକ ନିର୍ଦ୍ଦେଶାବଳୀକୁ ସଠିକ ଭାବେ ପାଳନ କରୁଛି ।

ଏ ନେଇ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, " ଚିଟଫଣ୍ଡ ବ୍ୟବସାୟ ପାଇଁ ନିର୍ଦ୍ଦିଷ୍ଟ ନିୟାମକ ଢାଞ୍ଚା ମଧ୍ୟରେ ରହି କମ୍ପାନୀ ଏହାର ବ୍ୟବସାୟକୁ ଭଲ ଭାବରେ ପରିଚାଳନା କରିଥାଏ । ଆମର ଆର୍ଥିକ ଅନୁଶାସନ ହେଉଛି ଆମର ଶକ୍ତି । ବ୍ୟବସାୟୀକ ନିର୍ଦ୍ଦେଶାବଳୀକୁ ସଠିକ ଭାବେ ପାଳନ କରିବାରେ କମ୍ପାନୀ କେବେ ହେଲେ କୌଣସି ପ୍ରକାରର ନିୟମକୁ ଉଲ୍ଲଙ୍ଘନ କରିନଥାଏ ।" ହେଲେ ଆନ୍ଧ୍ରପ୍ରଦେଶ ସିଆଇଡି ମନ୍ଦ ଉଦ୍ଦେଶ୍ୟ ରଖି ତଦନ୍ତ କରୁଛି । ଯାହାଦ୍ବାରା ମାର୍ଗଦର୍ଶୀର ବ୍ୟବସାୟ କ୍ଷତିଗ୍ରସ୍ତ ହେବା ସହ ଏହାର ଗ୍ରାହକଙ୍କୁ ପ୍ରଭାବିତ କରିବାକୁ ମଧ୍ୟ ଉଦ୍ୟମ କରୁଛି ବୋଲି ତଦନ୍ତକାରୀ ସଂସ୍ଥା ବିରୋଧରେ ଅଭିଯୋଗ ଆଣିଛି କମ୍ପାନୀ ।

ଏହା ବି ପଢନ୍ତୁ- ଆନ୍ଧ୍ର ସରକାରଙ୍କୁ ଝଟକା, ମାର୍ଗଦର୍ଶୀ ଚିଟ୍‌ଫଣ୍ଡ ଉପରେ ପ୍ରାଇଭେଟ ଅଡିଟ୍ ହେବ ନାହିଁ

ଆନ୍ଧ୍ର ସିଆଇଡି ବିରୋଧରେ ଅଭିଯୋଗ ଆଣି କମ୍ପାନୀକ କହିଛି, "ଆମ କମ୍ପାନୀର ସବସ୍କ୍ରାଇବରଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରିଆସୁଛି ଆନ୍ଧ୍ର ସିଆଇଡି । ସେମାନେ ଚିଟଫଣ୍ଡ କମ୍ପାନୀର ସଦସ୍ୟ ଥିବା କହିବା ପରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଆମ କମ୍ପାନୀର ବ୍ୟବସାୟକୁ କ୍ଷତିଗ୍ରସ୍ତ କରିବା ସହ ଗ୍ରାହକଙ୍କ ନେଟୱର୍କକୁ ପ୍ରଭାବିତ କରିବା ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟ କରୁଛି ଆନ୍ଧ୍ର ସିଆଇଡି । "ଏପରି ସ୍ଥିତିରେ କମ୍ପାନୀ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା ସମସ୍ତ ବ୍ୟବସାୟିକ ନିର୍ଦ୍ଦେଶାବଳୀକୁ ସଠିକ ଭାବେ ପାଳନ କରୁଥିବା ସମ୍ପର୍କରେ ନିଜ ଗ୍ରାହକଙ୍କୁ ଅବଗତ କରାଇଛି ।

କମ୍ପାନୀ ଆହୁରି କହିଛି ଯେ ଗ୍ରାହକମାନେ ଚିଟଫଣ୍ଡର ସଦସ୍ୟ ବୋଲି ସିଆଇଡି ଜାଣିବା ପରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ହସ୍ତକ୍ଷେପ କରିବ ନାହିଁ ବୋଲି ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ଆଦେଶକୁ ଆନ୍ଧ୍ର ସିଆଇଡି ପାଳନ କରୁନାହିଁ । କମ୍ପାନୀର ଗ୍ରାହକଙ୍କୁ ହଇରାଣ କରିବା ଲାଗି ସେମାନଙ୍କ ବିରୋଧରେ ପ୍ରେସନୋଟ ଜାରି କରାଯାଉଛି ବୋଲି ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ ଅଭିଯୋଗ ଆଣିଛି ।

ମାର୍ଗଦର୍ଶୀ କମ୍ପାନୀ ସମ୍ପର୍କରେ... ତେଲୁଗୁ ଭାଷାଭାଷୀ ଲୋକଙ୍କ ପାଇଁ ଏହା ଏକ ପରିଚିତ ଚିଟ୍‌ଫଣ୍ଡ କମ୍ପାନୀ । ୧୯୬୨ ମସିହାରେ ମାତ୍ର ୨ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି କମ୍ପାନୀ । ଆଜି କମ୍ପାନୀରେ ୪ ହଜାର ୩୦୦ କର୍ମଚାରୀ ରହିଥିବାବେଳେ, କମ୍ପାନୀର ୧୦୮ଟି ଶାଖା ରହିଛି । ଧୀରେ ଧୀରେ କର୍ମଚାରୀଙ୍କ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ଆଜି କମ୍ପାନୀକୁ ଏକ ଅଗ୍ରଣୀ ଚିଟ୍‌ଫଣ୍ଡ କମ୍ପାନୀ ଭାବେ ଗଢି ତୋଳିଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସହିତ ତାମିଲନାଡୁ ଓ କର୍ଣ୍ଣାଟକରେ ମଧ୍ୟ ଏହି କମ୍ପାନୀ ବେଶ ସଫଳତା ଲାଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.