ETV Bharat / bharat

ସେଣ୍ଟ୍ରାଲ ଜେଲ୍‌ରେ କୋରୋନା ବିସ୍ଫୋରଣ, ୨୬୨ କଏଦୀ ସଂକ୍ରମିତ - କଏଦୀ ସଂକ୍ରମିତ

କେରଳର ସେଣ୍ଟ୍ରାଲ ଜେଲରେ କୋରୋନା ବିସ୍ଫୋରଣ । ୨୬୨ ଜଣ ଅନ୍ତେବାସୀ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

କେନ୍ଦ୍ରୀୟ ଜେଲ୍‌ରେ କୋରୋନା ବିସ୍ଫୋରଣ, ୨୬୨ କଏଦୀ ସଂକ୍ରମିତ

author img

By

Published : Jan 23, 2022, 11:40 AM IST

ଥିରୁଅନନ୍ତପୁରମ: କେରଳର ପୂଜାପ୍ପୁରା ସ୍ଥିତ ସେଣ୍ଟ୍ରାଲ ଜେଲରେ କୋରୋନା ବିସ୍ଫୋରଣ(prisoners test Covid positive at Poojappura Central Jail) । ଜେଲ୍‌ରେ ଥିବା ୨୬୨ ଜଣ ଅନ୍ତେବାସୀ କୋରୋନା ସଂକ୍ରମିତ ଚିହ୍ନଟ । ଯାହା ସୂଚନା ରହିଛି, ତିନି ଦିନ ତଳେ ୯୩୬ ଜଣ କଏଦୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୬୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ସଂକ୍ରମିତ କଏଦୀଙ୍କ ଚିକିତ୍ସା ପାଇଁ ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ କରିବାକୁ ଜେଲ୍ ସୁପରିଟେଣ୍ଡେଣ୍ଟ ଦାବି କରିଛନ୍ତି । କୋଭିଡ ପଜିଟିଭ ଥିବା କଏଦୀଙ୍କୁ ଅନ୍ୟତ୍ର ଏକ ସେଲ୍‌ରେ ଅଲଗା ରଖାଯାଇଛି ।

କନ୍ନୁର ସ୍ଥିତ ସେଣ୍ଟ୍ରାଲ ଜେଲ୍‌ରେ ମଧ୍ୟ ୧୦ ଜଣ କଏଦୀ ସଂକ୍ରମିତ ହୋଇଛନ୍ତି । ଏହି ଏକଦୀ କୋଝିକୋଦେ ଏବଂ କାସାରାଗୋଦରୁ ଏଠାକୁ ରିମାଣ୍ଡରେ ଆସିଥିବା ସୂଚନା ମିଳିଛି । ଜେଲ୍ ମଧ୍ୟରେ ଥାଇ ବି ଏତେସଂଖ୍ୟକ କଏଦୀ ସଂକ୍ରମଣର ଶିକାର ହେବା ସମସ୍ତଙ୍କୁ ଚିନ୍ତାରେ ପାଇଛି । ବର୍ତ୍ତମାନ କେରଳରେ ସଂକ୍ରମଣ ଉଦବେଗଜନକ ରହିଛି । ପଜିଟିଭ ମାମଲାରେ ଥିରୁଅନନ୍ତପୁରମ୍ ଶୀର୍ଷ ସ୍ଥାନରେ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.