ETV Bharat / bharat

ଓଲଟିଲା ଗହମ ବୋଝେଇ ଟ୍ରକ: 3 ଶ୍ରମିକଙ୍କ ଗଲା ଜୀବନ

ରାଜସ୍ଥାନର ବାସିପୋଲିସ ଥାନା ଅଞ୍ଚଳରେ ଅଘଟଣ । ଓଲଟିଲା ଗହମ ବୋଝେଇ ଟ୍ରକ । ଟ୍ରକ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 7, 2021, 9:31 PM IST

ଓଲଟିଲା ଗହମ ବୋଝେଇ ଟ୍ରକ ; 3 ଶ୍ରମିକଙ୍କ ଗଲା ଜୀବନ

ଜୟପୁର : ରାଜସ୍ଥାନର ବାସିପୋଲିସ ଥାନା ଅଞ୍ଚଳରେ ଅଘଟଣ । ଓଲଟିଲା ଗହମ ବୋଝେଇ ଟ୍ରକ । ଟ୍ରକ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁାସାରେ, ରାଜସ୍ଥାନର ମୟୁରଘାଟ ଅଞ୍ଚଳରେ ଏକ ଗହମ ବୋଝେଇ ଟ୍ରକ କ୍ଷେତରୁ ଜାତୀୟ ରାଜପଥ ଆଡକୁ ଯାତ୍ରା କରୁଥିଲା । ହେଲେ ହଠାକ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟ୍ରକରେ ଥିବା ଆଠ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନ୍ୟ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ପାଇଁ ପଠାଇଛି । ଏବେବି ଉଦ୍ଧାର କର୍ଯ୍ୟ ଜାରି ରହିଛି । ସେପଟେ, ଏ ଘଟଣା ଜଣାପଡିବା ପରେ ଏଡିଏମ୍ ରତନ କୁମାର, ଚିତ୍ତୋରଗଡ ବିଧାୟକ ଚନ୍ଦ୍ରଭାନ୍ ସିଂ ଆକିଆ, ଚିତ୍ତୋରଗଡର ଡେପୁଟି ମନୀଷ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.