ETV Bharat / bharat

Kurla Building Collapse: ମୃତ୍ୟୁସଂଖ୍ୟା ୧୯ରେ ପହଞ୍ଚିଲା, ଅନୁକମ୍ପା ରାଶି ଘୋଷଣା କଲେ CM ଓ PM

author img

By

Published : Jun 28, 2022, 10:20 PM IST

କୁର୍ଲାର ନାୟକ ନଗରରେ ୪ ମହଲା ବିଶିଷ୍ଟ କୋଠା ଭୁଷୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୯ରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

Kurla Building Collapse: ମୃତ୍ୟୁସଂଖ୍ୟା ୧୯ରେ ପହଞ୍ଚିଲା, ଅନୁକମ୍ପା ରାଶି ଘୋଷଣା କଲେ CM ଓ PM
Kurla Building Collapse: ମୃତ୍ୟୁସଂଖ୍ୟା ୧୯ରେ ପହଞ୍ଚିଲା, ଅନୁକମ୍ପା ରାଶି ଘୋଷଣା କଲେ CM ଓ PM

ମୁମ୍ବାଇ: କୁର୍ଲାର ନାୟକ ନଗରରେ ୪ ମହଲା ବିଶିଷ୍ଟ କୋଠା ଭୁଷୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୯ରେ ପହଞ୍ଚିଛି । ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିବା ସହ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

  • The loss of lives in Kurla building collapse at Mumbai is extremely disturbing. My heartfelt condolences to the bereaved families. My thoughts and prayers are with them in this hour of grief.

    — President of India (@rashtrapatibhvn) June 28, 2022 " class="align-text-top noRightClick twitterSection" data=" ">

ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣା ବିଷୟରେ ସୂଚନା ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୂର୍ବରୁ ବିଏମସି ଏହି ବିଲ୍ଡିଂକୁ ନୋଟିସ ଜାରି କରିବା ପରେ ମଧ୍ୟ କିଛି ଲୋକ ଏଠାରେ ରହୁଥିଲେ । ଆଜି ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୨୦ରୁ ୨୫ ଲୋକ କୋଠା ତଳେ ଚାପି ହୋଇଥିବା ଅନୁମାନ କରାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

  • Pained by the building collapse in Mumbai. In this sad hour, my thoughts are with the bereaved families and prayers with the injured. An ex-gratia of Rs. 2 lakh each from PMNRF would be given to the next of kin of the deceased. The injured would be given Rs. 50,000: PM Modi

    — PMO India (@PMOIndia) June 28, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ମୁମ୍ବାଇ କୁର୍ଲାରେ କୋଠା ଭୁଷୁଡ଼ିବା ଘଟଣାରେ ହୋଇଥିବା ଜୀବନ ହାନୀକୁ ନେଇ ମୁଁ ଅତ୍ୟନ୍ତ ଦୁଖିତ । ମୃତକଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ମୃତକଙ୍କ ଆତ୍ମାର ସଦଗତି କାମନା କରୁଛି ।"

ସେପଟେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, "ମୁମ୍ବାଇ କୁର୍ଲା କୋଠା ଭୁଷୁଡ଼ିବା ଘଟଣାକୁ ନେଇ ଅତ୍ୟନ୍ତ ଦୁଖିତ । ଏହି ଦୁଃଖଦ ମୂହୁର୍ତ୍ତରେ ମୁଁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରୁଛି । ଏହି କ୍ରମରେ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.