ETV Bharat / bharat

‘କର୍ଣ୍ଣାଟକ କଂଗ୍ରେସରେ ଅଛନ୍ତି ବହୁ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ’

କର୍ଣ୍ଣାଟକରେ ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ତଥା ନେତୃତ୍ବ ପରିବର୍ତ୍ତନ ଦାବି ଉଠିଥିବାବେଳେ ସେପଟେ ରାଜ୍ୟ କଂଗ୍ରେସ ମଧ୍ୟ ଉଠିଛି ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀକୁ ନେଇ । ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ଆରମ୍ଭ ହୋଇଛି ବିତର୍କ । ଅଧିକ ପଢନ୍ତୁ...

Many aspirants for CM's post in Congress
କର୍ଣ୍ଣାଟକ କଂଗ୍ରେସରେ ଅଛନ୍ତି ବହୁ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ
author img

By

Published : Jun 15, 2021, 8:00 AM IST

କର୍ଣ୍ଣାଟକ: କର୍ଣ୍ଣାଟକରେ ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ତଥା ନେତୃତ୍ବ ପରିବର୍ତ୍ତନ ଦାବି ଉଠିଥିବାବେଳେ ସେପଟେ ରାଜ୍ୟ କଂଗ୍ରେସ ମଧ୍ୟ ଉଠିଛି ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀକୁ ନେଇ । ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ଆରମ୍ଭ ହୋଇଛି ବିତର୍କ । ରାଜ୍ୟରେ ନିର୍ବାଚନକୁ ଆଉ ଦୁଇ ବର୍ଷ ସମୟ ରହିଛି ।

ଆଗାମୀ ବିଧାନସଭା ନିର୍ବାଚନରେ ​​କଂଗ୍ରେସ କେତେ ଆସନ ପାଇବ ଏବଂ କିଏ ସମର୍ଥନ କରିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ଉଭା ହୋଇଛି । ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ପ୍ରଦେଶ କଂଗ୍ରେସ ସଭାପତି ଡି.କେ ଶିବକୁମାର, ପୂର୍ବତନ ଡିସିଏମ ଡକ୍ଟର ଜି ପରମେଶ୍ବର, ପୂର୍ବତନ ଗୃହମନ୍ତ୍ରୀ ଏମ ପାଟିଲ, ଯୁବ ନେତା କୃଷ୍ଣ ବିରେଗୌଡା ଏବଂ ସତୀଶ ଜାରାକିହୋଲି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମୁଖ୍ୟ ଦାବିଦାର ରହିଛନ୍ତି ।

କଂଗ୍ରେସର ମୁଖ୍ୟମନ୍ତ୍ରୀ ଆଶାୟୀ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ପୂର୍ବରୁ ସିଏମ୍ ଥିଲେ ରାଜ୍ୟର ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି । ଅନ୍ୟପକ୍ଷରେ ତୃଣମୂଳସ୍ତରରେ ଦଳର ନେତୃତ୍ବ ନେଉଥିବା ଡି.କେ ଶିବକୁମାର ଏବଂ କେପିସିସି ସଭାପତି ହେବାବେଳେ ସେ ମୁଖ୍ୟମନ୍ତ୍ରୀ ଆଶାୟୀ ବୋଲି ହାଇକମାଣ୍ଡଙ୍କୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି । ଶିବକୁମାର ଆଗାମୀ ନର୍ବାଚନରେ ମୁଖ୍ୟମନ୍ତ୍ରୀ ଆଶାୟୀର ପ୍ରମୁଖ ଦାବିଦାର ରହିଛନ୍ତି ।

ସୂଚନାଥାଉକି ରାଜ୍ୟରେ ନର୍ବାଚନ ପାଇଁ ଆଉ ଦୁଇ ବର୍ଷ ସମୟ ରହିଛି । ତେଣୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ହାଇକମାଣ୍ଡ ନିଷ୍ପତି ନେବ । କିନ୍ତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଏବେଠୁ ବିତର୍କ ଆରମ୍ଭ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.