ETV Bharat / bharat

ସିସୋଦିଆଙ୍କ ସଙ୍ଗୀନ ଅଭିଯୋଗ, ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କୁ ଥଇଥାନ ଷଡଯନ୍ତ୍ର କରୁଛି କେନ୍ଦ୍ର - ଦିଲ୍ଲୀକୁ ଅନ୍ଧାରରେ ରଖିଛି କେନ୍ଦ୍ର

ରୋହିଙ୍ଗ୍ୟାମାନଙ୍କ ଥଇଥାନ ପ୍ରସଙ୍ଗରେ ବର୍ଷିଲେ ମନୀଷ ସିସୋଦିଆ । ଦିଲ୍ଲୀ ସରକାରଙ୍କୁ ଅନ୍ଧାରରେ ରଖି କେନ୍ଦ୍ର ଷଡଯନ୍ତ୍ର ରଚିଥିବା ଅଭିଯୋଗ ଆଣିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ମନୀଷ ସିସୋଦିଆଙ୍କ ଅଭିଯୋଗ, ଦିଲ୍ଲୀକୁ ଅନ୍ଧାରରେ ରଖି ଷଡଯନ୍ତ୍ର ରଚିଛି କେନ୍ଦ୍ର

author img

By

Published : Aug 18, 2022, 1:46 PM IST

Updated : Aug 18, 2022, 2:03 PM IST

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ନୂଆଦିଲ୍ଲୀର ବାକରୱାଲା ଠାରେ ଇଡବ୍ଲୁଏସ(EWS) ଫ୍ଲାଟ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ କୌଣସି ନିର୍ଦ୍ଦେଶ ଦେଇନାହିଁ । ରୋହିଙ୍ଗ୍ୟାମାନଙ୍କୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ କେନ୍ଦ୍ର ନୁହେଁ ବରଂ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଛନ୍ତି । ଗୃହ ମନ୍ତ୍ରଣାଳୟର ଏହି ସ୍ପଷ୍ଟୀକରଣ ପରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ EWS ଫ୍ଲାଟରେ ସ୍ଥାୟୀ ଥଇଥାନ ପାଇଁ କେନ୍ଦ୍ର ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । କିନ୍ତୁ ପ୍ରତିଶ୍ରୁତି ଦେବା ପରେ ପୁଣି ୟୁ-ଟର୍ନ କଲେ ଓ ତାହା ସହିତ ଦିଲ୍ଲୀ ସରକାରଙ୍କ ମୁଣ୍ଡରେ ଦୋଷ ଲଦିଦେଲେ ବୋଲି ଏଭଳି ଦାବି କରିଛନ୍ତି ସିସୋଦିଆ ।

ସିସୋଦିଆ ଅଭିଯୋଗ କରିଛନ୍ତି ଯେ, ''ଦିଲ୍ଲୀ ସରକାରଙ୍କ ଅଜାଣତରେ କେନ୍ଦ୍ର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ମିଶି ଦିଲ୍ଲୀରେ ରୋହିଙ୍ଗ୍ୟାମାନଙ୍କ ସ୍ଥାୟୀ ଥଇଥାନ ପାଇଁ ଷଡଯନ୍ତ୍ର କରିଛନ୍ତି । କିପରି ଏଲଜିଙ୍କ ନିକଟକୁ ଫାଇଲ ପଠାଇବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତାହା କେତେକ ଫାଇଲରୁ ସ୍ପଷ୍ଟ ଜଣାପଡୁଛି । ଦିଲ୍ଲୀ ସରକାରକୁ ଅନ୍ଧାରରେ ରଖି ଏହି ଶରଣାର୍ଥୀମାନଙ୍କୁ ଦିଲ୍ଲୀରେ ଥଇଥାନ କରିବାକୁ କେନ୍ଦ୍ର ଦିଲ୍ଲୀ ପୋଲିସ ଓ ଅଧିକାରୀଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।'' ଏହି ପ୍ରସଙ୍ଗରେ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଟ୍ବିଟ୍ ପରେ କେନ୍ଦ୍ର ୟୁ-ଟର୍ନ ମାରିଥିବା ସେ ଅଭିଯୋଗ ଆଣିଛନ୍ତି ।

ଏହାସହିତ ସେ ଆହୁରିମଧ୍ୟ ଅଭିଯୋଗ କରିଛନ୍ତି ଯେ, ''ପୂର୍ବରୁ କଂଗ୍ରେସ ଯେମିତି ବାଲାଂଦେଶୀମାନଙ୍କୁ ଭୋଟବ୍ୟାଙ୍କ ସଜାଇଥିଲା, ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଦିଲ୍ଲୀ ବାସିନ୍ଦା କରି ଭୋଟବ୍ୟାଙ୍କରେ ପରିଣତ କରିବାକୁ ଚାହୁଁଛନ୍ତି । ମୋଦିଙ୍କ ପାଖରେ ମାଗଣା ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ଟଙ୍କା ନାହିଁ, ହେଲେ ରୋହିଙ୍ଗ୍ୟାଙ୍କ ପଛରେ କୋଟି କୋଟି ଟଙ୍କା ବ୍ୟୟ କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ପ୍ରତିଦିନ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଉଛି । ହେଲେ ମୋଦି, ରୋହିଙ୍ଗ୍ୟାମାନଙ୍କୁ ଘରଜ୍ବାଇଁ ଭଳି ଆପଣାଇଥିବା ସିସୋଦିଆ କହିଛନ୍ତି ।

Last Updated : Aug 18, 2022, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.