ETV Bharat / bharat

Manipur Women Paraded Naked: 4 ଅଭିଯୁକ୍ତ ଗିରଫ, ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 20, 2023, 4:56 PM IST

Updated : Jul 21, 2023, 8:54 AM IST

ମଣିପୁର ଘଟଣାରେ 4 ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ମିଳିବାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ନେଇ କହିଲେ ମୁଖ୍ୟମନ୍ତ୍ରୀ ବିରେନ ସିଂ । ଭାଇରାଲ ଭିଡିଓକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ କେନ୍ଦ୍ର ଜାରି କଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ

Manipur women paraded naked: ଜଣେ ଗିରଫ, ମୃତ୍ୟୁଦଣ୍ଡ ମିଳିବା ପାଇଁ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ମଣିପୁରର ଭାଇରାଲ ଭିଡିଓ ଏବେ ସମଗ୍ର ଦେଶରେ ଗଭୀର ଉଦବେଗ ସୃଷ୍ଟି କରିଛି । ଦୀର୍ଘଦିନ ହେବ ମଣିପୁର ହିଂସାକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଗତକାଲିର ଭିଡିଓ ରାଜ୍ୟର ଅସହାୟତାକୁ ପଦାରେ ପକାଇଛି । ସୁପ୍ରିମକୋର୍ଟଙ୍କଠାରୁ ସଂସଦ ପର୍ଯ୍ୟନ୍ତ ସବୁଠି ମଣିପୁର ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପ୍ରଥମେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ପରେ ଆଉ 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି ।

ସେହିପରି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରିବା ପାଇଁ ସମସ୍ତ ପ୍ରୟାସ କରାଯିବ । ଅନ୍ୟପଟେ ଗତକାଲି କେନ୍ଦ୍ର ସରକାର ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ସଂଘବଦ୍ଧ ଯୌନ ନିର୍ଯାତନା ଦିଆଯିବା ନେଇ ଭାଇରାଲ ହେଉଥିବା ଭିଡିଓକୁ ଟ୍ବିଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇବାକୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।

ଜାତୀୟ ଖବର ସରବରାହ ସଂସ୍ଥା ANIକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ସିଂ କହିଛନ୍ତି, ‘‘ଗତ ବୁଧବାର ରାତି ପ୍ରାୟ ସାଢେ ଗୋଟାଏ ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ବୁଧବାର ସନ୍ଧ୍ୟାରୁ ଭାଇରାଲ ହେବାରେ ଲାଗିଥିବା ଭିଡିଓଟି ମେ’ 4 ତାରିଖର ଓ କଙ୍ଗପୋକପି ଜିଲ୍ଲାର ଘଟଣା । ଥୌବାଲ ଜିଲ୍ଲାର ନୋନଙ୍ଗପୋକ ଥାନାରେ ଏନେଇ ପୂର୍ବରୁ ଏକ ମାମଲା ରୁଜୁ ହୋଇସାରିଛି । ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତଜାରି ରହିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ସମ୍ପୃକ୍ତ ଅନ୍ୟମାନେ ମଧ୍ୟ ଗିରଫ ହେବେ । ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ ।’’

ଏହା ମଧ୍ୟ ପଢନ୍ତୁ:- PM Modi on Manipur Video: 140 କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି, କାହାରିକୁ ଛଡାଯିବନି

ଅନ୍ୟପଟେ ଦୀର୍ଘଦିନର ନୀରବତା ଭାଙ୍ଗି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, "ମଣିପୁରରେ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ନିନ୍ଦନୀୟ । ଏହି ଘଟଣା ତାଙ୍କୁ ଚକିତ କରିଛି । ରାଜସ୍ଥାନ ହେଉ, ଛତିଶଗଡ ବା ମଣିପୁର ଦେଶରେ ଯେଉଁଠି ଏପରି ଘଟଣା ଘଟୁଛି ସେଠି ଦୋଷୀକୁ କେବେ ଛଡା ଯିବନାହିଁ । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଅନ୍ୟପଟେ ଏହି ଘଟଣାକୁ ନେଇ ସଂସଦରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କରିଥିଲେ । ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସଦନକୁ ଅବଗତ କରିଥିଲେ । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସଙ୍ଗ ଉଠାଇ ସିଧା ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ବର୍ଷିଥିଲେ । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ବାହାରେ ପ୍ରତିକ୍ରିୟା ରଖିଛନ୍ତି, କିନ୍ତୁ ସଦନରେ ବିବୃତ୍ତି ରଖିବାକୁ ବିରୋଧୀ ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 21, 2023, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.