ETV Bharat / bharat

ମଣିପୁର ହିଂସାର ପ୍ରଭାବ: ମୈତେଇଙ୍କୁ ରାଜ୍ୟ ନଛାଡିବା ପାଇଁ ମିଜୋରାମ ସରକାରଙ୍କ ଆଶ୍ବସନା - ମଣିପୁର ହିଂସାର ପ୍ରଭାବ

ମଣିପୁର ହିଂସାର ପ୍ରଭାବ । ମୈତେଇଙ୍କୁ ରାଜ୍ୟ ନଛାଡିବା ପାଇଁ ଆଶ୍ବସନା ମିଜୋରାମ ସରକାର ଦେଲେ ଆଶ୍ବସନା । ଅଧିକ ପଢନ୍ତୁ

ମଣିପୁର ହିଂସାର ପ୍ରଭାବ: ମୈତେଇଙ୍କୁ ରାଜ୍ୟ ନଛାଡିବା ପାଇଁ ମିଜୋରାମ ସରକାରଙ୍କ ଆଶ୍ବସନା

author img

By

Published : Jul 24, 2023, 6:40 AM IST

ଆଇଜୋଲ: ମଣିପୁର ହିଂସାର ପ୍ରଭାବ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ଅନୁଭୂତ ହେବାରେ ଲାଗିଲାଣି । ମଣିପୁରର ପଡୋଶୀ ମିଜୋରାମରେ ରହୁଥିବା ମୈତେଇ ସମ୍ପ୍ରଦାୟର ଅଧିବାସୀଙ୍କ ମଧ୍ୟରେ ହିଂସାକୁ ନେଇ ଭୟ ଦେଖାଯାଇଛି । ଅନ୍ୟପଟେ ପଡୋଶୀ ରାଜ୍ୟରେ ଥିବା ମୈତେଇମାନଙ୍କୁ ମଣିପୁର ଫେରିବା ପାଇଁ ମିଜୋରାମର ଏକ ମୈତେଇ ଉଗ୍ରବାଦୀ ସଂଗଠନ ଡାକରା ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଫଳରେ ଦକ୍ଷିଣ ଆସାମ ଏବଂ ମଣିପୁରରୁ ଯାଇ ମିଜୋରାମରେ ରହୁଥିବା ମୈତେଇ ସମ୍ପ୍ରଦାୟ ପଳାୟନ ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେବା ପରେ ଗତକାଲି(ରବିବାର) ଏ ସମ୍ପର୍କରେ ରାଜ୍ୟ ସରକାର ଏକ ବୈଠକ କରିଛନ୍ତି । ମିଜୋରାମରେ ଥିବା ମୈତେଇ ସମ୍ପ୍ରଦାୟର ଲୋକେ ରାଜ୍ୟ ଛାଡି ଯାଆନ୍ତୁ ନାହିଁ । ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ଆଶ୍ବସନା ଦେଇ ମିଜୋରାମ ସରକାର ।

ମିଜୋରାମରେ ଥିବା ଏକ ମୈତେଇ ଉଗ୍ରବାଦୀ ସଂଗଠନ ସମସ୍ତ ମୈତେଇଙ୍କୁ ନିଜ ସୁରକ୍ଷାରେ ମିଜୋରାମ ଛାଡିବାକୁ ଶୁକ୍ରବାର ଏକ ଗାଇଡଲାଇନ ଜାରି କରିଥିଲା । ମଣିପୁରରେ ଦୁଇ କୁକି ମହିଳାଙ୍କ ସହ ହୋଇଥିବା ବର୍ବରତାର ଫଳସ୍ବରୂପ ମିଜୋ ସମ୍ପ୍ରଦାୟ ମଧ୍ୟରେ ସେମାନଙ୍କ ପ୍ରତି କ୍ରୋଧ ରହିଥିବା ଆଶଙ୍କା ଦର୍ଶାଇଥିଲା ଏହି ଉଗ୍ରବାଦୀ ସଂଗଠନ । ତେବେ ମିଜୋରାମରେ ଏହି ଖବର ପ୍ରସାରିତ ହେବା ପରେ ପଡୋଶୀ ରାଜ୍ୟର ମୈତେଇ ସମ୍ପ୍ରଦାୟ ବାସିନ୍ଦା ରାଜ୍ୟ ଛାଡିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଜୋରାମ ସରକାର ନିକଟରେ ତଥ୍ୟ ପହଞ୍ଚିବା ପରେ ଘଟଣାକୁ ଅତି ଗମ୍ଭୀରତାର ସହ ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :-Manipur case: 5ମ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ 4 ଅଭିଯୁକ୍ତ ଏବେ 11 ଦିନିଆ ରିମାଣ୍ଡରେ

ରାଜ୍ୟ ଗୃହ ଆୟୁକ୍ତ ଓ ସଚିବ ଏଚ.ଲାଲେଙ୍କମାଓ୍ବାଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ସମୀକ୍ଷା ବୈଠକ ମଧ୍ୟ କରାଯାଇଥିଲା । ଏହି ବୈଠକ ପରେ ରାଜ୍ୟ ସରକାର ମୈତେଇ ସମ୍ପ୍ରଦାୟ ପାଇଁ ଏକ ଗାଇଡଲାଇନ ଜାରି କରିଛି । ରାଜ୍ୟରେ ସେପରି କିଛି ଆଶଙ୍କା ନାହିଁ । ତେଣୁ ସେମାନେ ରାଜ୍ୟ ଛାଡି ଯିବାର କୌଣସି ଆବଶ୍ୟକତା ନାହିଁ । ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ସେମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଅନ୍ୟ ଏକ ସୂଚନା ଅନୁସାରେ, ହିଂସା ପରେ ମୈତେଇ ସମ୍ପ୍ରଦାୟର ଅନେକ ଲୋକେ ମିଜୋରାମ ପଳାୟନ କରି ସେଠାରେ ଆଶ୍ରୟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.