ETV Bharat / bharat

Manipur: ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଦୁଇଟି ପଡୋଶୀ ଦେଶର ଆତଙ୍କବାଦୀଙ୍କ ସହ ଥିଲା ସମ୍ପର୍କ !

author img

By ETV Bharat Odisha Team

Published : Sep 30, 2023, 8:55 PM IST

ମଣିପୁରରେ ସନ୍ଦିଗ୍ଧ ଆତଙ୍କୀ ଗିରଫ । ମିଆଁମାର ଓ ବାଂଲାଦେଶର ଆତଙ୍କବାଦୀଙ୍କ ସହ ଥିଲା ସମ୍ପର୍କ । ଜେରା କରୁଛି ଏନଆଇଏ । ଅଧିକ ପଢନ୍ତୁ

Manipur : ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଦୁଇଟି ଦେଶ ଆତଙ୍କବାଦୀଙ୍କ ସହ ଥିଲା ସମ୍ପର୍କ !

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ କେନ୍ଦ୍ର-ରାଜ୍ୟ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ହିଂସା ଥମିବାର ନାଁ ନେଉନାହିଁ । ଏହା ପଛରେ ବିଦେଶୀ ଆତଙ୍କୀ ସଂଗଠନର ହାତ ଥିବା ମଧ୍ୟ ଜଣାପଡିଛି । ବାଂଲାଦେଶ ଓ ମିଆଁମାର ସୀମାପାର ଆତଙ୍କବାଦୀ ସଂଗଠନଗୁଡିକ ମଣିପୁରରେ ଉଗ୍ରବାଦୀମାନଙ୍କୁ ହିଂସା ପାଇଁ ସହଯୋଗ କରୁଥିବା ସନ୍ଦେହ ମଧ୍ୟରେ ଆଜି ଜଣେ ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରାଯାଇଛି । ଏହି ଆତଙ୍କୀ ଦୁଇଟି ଦେଶର ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗରେ ଥିବା ମଧ୍ୟ ପ୍ରାଥମିକ ଭାବେ ଜଣାପଡିଛି । ଇନପୁଟ ସୂଚନା ଆଧାରରେ ଆଣ୍ଟି ଟେରର ଏଜେନ୍ସି (NIA)ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରିବା ପରେ ଜେରା ଜାରି ରଖିଛି ।

ଏନଆଇଏ ‘ଏକ୍ସ’ରେ ସୂଚନା ଦେଇ କହିଛି, ଗିରଫ ସନ୍ଦିଗ୍ଧ ଆତଙ୍କୀର ନାମ ସେଇମିନଲୁନ ଗଙ୍ଗତେ (Seiminlun Gangte) । ଜାରି ରହିଥିବା ହିଂସାକୁ ଅଧିକ ହିଂସକ କରିବା ଦିଗରେ ଏହି ସନ୍ଦିଗ୍ଧ ଜଣକ ଏକାଧିକ ବିଦେଶୀ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ଥିଲା । ବିଶେଷ ଭାବେ ମଣିପୁର ସୀମାକୁ ଲାଗିଥିବା ଦୁଇ ପଡୋଶୀ ଦେଶ ମିଆଁମାର ଓ ବାଂଲାଦେଶର ଆତଙ୍କୀ ସଂଗଠନର ଶୀର୍ଷ ଆତଙ୍କୀଙ୍କ ସହ ଯୋଗାଯୋଗରେ ଥିଲା । ଏହି ସନ୍ଦିଗ୍ଧ ସହ ତାର କିଛି ସହଯୋଗୀ ହିଂସାରେ ସାମିଲ ଥିଲେ । ସେମାନେ ବିଦେଶୀ ଆତଙ୍କୀ ସଂଗଠନର ସହାୟତାରେ ମଣିପୁରରେ ହିଂସା ଜାରି ରଖିବାକୁ ଷଡଯନ୍ତ୍ର କରୁଥିଲେ ।

ଏହା ମଧ୍ୟ ପଢନ୍ତୁ:- Manipur violence: ନିୟନ୍ତ୍ରଣକୁ ଆସୁନି ହିଂସା, ପାହାଡି କ୍ଷେତ୍ରରେ 6 ମାସ ପାଇଁ ଲାଗିଲା AFSPA

ମେ’ 3 ତାରିଖରୁ ରାଜ୍ୟରେ ଦେଖାଯାଇଥିବା ଜାତିଗତ ହିଂସାରେ ଏବେ ସୁଦ୍ଧା ପ୍ରାୟ 160 ଜଣଙ୍କ ପ୍ରାଣହାନୀ ଘଟିଛି । ହେଲେ ଗତମାସ 2 ଯୁବତୀଙ୍କୁ ସଂଘବଦ୍ଧ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସ୍ଥିତି ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ସର୍ବୋଚ୍ଚ କୋର୍ଟଙ୍କ ଅସନ୍ତୋଷ ବ୍ୟକ୍ତ ପରେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୋର୍ଟଙ୍କୁ ଅବଗତ କରିଥିଲେ । ଏହି ମାମଲାରେ ସର୍ବୋଚ୍ଚ କୋର୍ଟରେ ନିୟମିତ ଶୁଣାଣି ମଧ୍ୟ ଜାରି ରହିଛି । ହେଲେ ମାତ୍ର କିଛି ଦିନର ନିରବତା ପରେ ଏବେ ପୁଣି ବାରମ୍ବାର ନୂଆ ହିଂସା ଦେଖିବାକୁ ମିଳିବାରେ ଲାଗିଛି । ଏବେ ଦୁଇ ଛାତ୍ରଙ୍କ ହତ୍ୟା ମାମଲା ପୁଣି ଥରେ ମଣିପୁରକୁ ହିଂସକ କରିଛି । ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.