ETV Bharat / bharat

Manipur Landslide: ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି, ଏବେ ବି 28 ନିଖୋଜ

author img

By

Published : Jul 3, 2022, 11:47 AM IST

ମଣିପୁର ନୋନିରେ ହୋଇଥିବା ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହେଲାଣି 34 ମୃତଦେହ । ଏବେ ମଧ୍ୟ 28 ନିଖୋଜଙ୍କ ମିଳିନି ପତ୍ତା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Manipur Landslide: ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି, ଏବେ ବି 28 ନିଖୋଜ
Manipur Landslide: ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି, ଏବେ ବି 28 ନିଖୋଜ

ଇମ୍ଫାଲ: ମଣିପୁର ନୋନିରେ ହୋଇଥିବା ଭୂସ୍ଖଳନରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଉଦ୍ଧାର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମୃତଦେହ । ଆଜି ସୁଦ୍ଧା ମୋଟ 34 ମୃତଦେହ ଉଦ୍ଧାର ହୋଇସାରିଛି । ମୃତକଙ୍କ ମଧ୍ୟରେ କେବଳ 23 ଯବାନ ରହିଛି । ଏବେ ମଧ୍ୟ ଆଉ 28 ଜଣ ନିଖୋଜଙ୍କର ପତ୍ତା ମିଳିପାରି ନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ସେନା ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ।

ବୁଧବାର ବିଳମ୍ବିତ ରାତିରେ, ଟୁପୁଲ ୟାର୍ଡ ରେଲଓ୍ବେ ଷ୍ଟେସନ ସାଇଡରେ ଏହି ଭୟଙ୍କର ଭୂସ୍ଖଳନ ଘଟିଥିଲା । ନିକଟରେ ଥିବା ସେନା କ୍ୟାମ୍ପ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । କାର୍ଯ୍ୟରେ ନିୟୋଜିତ ଯବାନଙ୍କ ସମେତ ବହୁ ସାଧାରଣ ଲୋକେ ମାଟି ଅତଡାରେ ଚାପି ହୋଇଯାଇଥିଲେ । ସେନା ଓ NDRF ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ନିଖୋଜ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ଓ ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏବେ ମଧ୍ୟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନା, ଏନଡିଆରଆଫର ଟିମ ଅତ୍ୟାଧୁନିକ ସରଞ୍ଜାମ ସହ ଖୋଳା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.