ଇମ୍ପାଲ : କୋରୋନା ଟିକାର ପ୍ରଥମ ଡୋଜ ନେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ । ଇମ୍ପାଲର ଥିବା ଜବାହାରଲାଲ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ କଲେଜରେ ମୁଖ୍ୟମନ୍ତ୍ରୀ ଟିକା ନେଇଛନ୍ତି ।
ସଂକ୍ରମଣ ବିରୋଧରେ ଦେଶରେ ଜାରି ରହିଛି ଟିକାକରଣ । ମହାମାରୀକୁ ପ୍ରତିହତ କରିବା ପାଇଁ ଜାନୁଆରୀ 16ରୁ ଦେଶବ୍ୟାପି ଆରମ୍ଭ ହୋଇଛି ଟିକାକରଣ ଡ୍ରାଇଭ । ମାର୍ଚ୍ଚ 1 ଠାରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଉଛି । ଟିକାକରଣକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆଜିଠାରୁ 4 ଦିନିଆ ଟିକା ଉତ୍ସବ ପାଳନ କରାଯାଉଛି ।
@ ANI