ETV Bharat / bharat

Manipal University Terrorist Row: ପ୍ରଫେସରଙ୍କୁ ଶିକ୍ଷାଦାନରୁ ସମ୍ପୂର୍ଣ୍ଣ ବ୍ୟାନ୍‌ ଦାବି

author img

By

Published : Nov 29, 2022, 10:04 AM IST

ମୁସଲିମ ଛାତ୍ରଙ୍କୁ ଜଣେ ପ୍ରଫେସର ଅଜମଲ କସାବ ସହ ତୁଳନା କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଯାଇଛି । ପ୍ରଫେସରଙ୍କୁ କ୍ଲାସ୍‌ ନେବାରୁ ନିବୃତ୍ତ ରଖାଯାଇଛି । ଅଧିକ ପଢ଼ନ୍ତୁ

Manipal University Terrorist Row professor barred from taking classes
Manipal University Terrorist Row: ପ୍ରଫେସରଙ୍କୁ ଶିକ୍ଷାଦାନରୁ ସମ୍ପୂର୍ଣ୍ଣ ବ୍ୟାନ୍‌ ଦାବି

ବେଙ୍ଗାଲୁରୁ: ମଣିପାଲ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜୀ ଶିକ୍ଷାନୁଷ୍ଠାନରେ ଜଣେ ମୁସଲିମ ଛାତ୍ରଙ୍କୁ ଜଣେ ପ୍ରଫେସର ଅଜମଲ କସାବ ସହ ତୁଳନା କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଯାଇଛି । ପ୍ରଫେସରଙ୍କ ଏଭଳି ମନ୍ତବ୍ୟ ପରେ ଛାତ୍ର ଜଣକ ଏହାର ପ୍ରତିବାଦ କରିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ବିବାଦ ସୃଷ୍ଟି ହେବାରୁ ସମ୍ପୃକ୍ତ ପ୍ରଫେସରଙ୍କୁ ମଣିପାଲ ୟୁନିଭର୍ସିଟିରେ କ୍ଲାସ୍‌ ନେବାରୁ ନିବୃତ୍ତ ରଖାଯାଇଛି ।

ମୁସ୍‌ଲିମ ଛାତ୍ରଙ୍କ ପ୍ରତି ଏଭଳି ମନୋଭାବ ରଖୁଥିବା ପ୍ରଫେସରଙ୍କୁ ବର୍ତ୍ତମାନ ବ୍ୟାନ କରିବାକୁ ଦାବି ଉଠିବାରେ ଲାଗିଛି । ସେପଟେ ତଦନ୍ତ ଚାଲିଥିବା ପର୍ଯ୍ୟନ୍ତ ତାଙ୍କୁ କୌଣସି କ୍ଲାସ ନେବାକୁ ଦିଆଯିବ ନାହିଁ ବୋଲି ଉଡୁପି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି(ନଭେମ୍ବର ୨୮) ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ପ୍ରଫେସରଙ୍କ କୌଣସି ଏକ ମନ୍ତବ୍ୟକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି ଜଣେ ଛାତ୍ର । ପରବର୍ତ୍ତୀ ସମୟରେ ମଣିପାଲ ୟୁନିଭର୍ସିଟିରୁ ଏହି ଭିଡିଓ ଭାଇରାଲ୍‌ ହୋଇଥିବା ଜଣା ପଡ଼ିଥିଲା । ପ୍ରଫେସର ଛାତ୍ରଙ୍କୁ ତାଙ୍କ ନାମ ବଦଳରେ ୨୬/୧୧ ଆତଙ୍କୀ ଅଜମଲ କସାବଙ୍କ ନାମରେ ଡାକିଥିଲେ ।

ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ର ଏହାର ପ୍ରତିବାଦ କରିଥିଲେ । ଏହି ୪୫ ସେକେଣ୍ଡ ଭିଡିଓକୁ ସୋସିଆଲ ମିଡିଆରେ ଅନେକ ୟୁଜର ଅପ୍‌ଲୋଡ୍‌ କରିଥିଲେ । ମୁସଲିମ୍‌ ଛାତ୍ରଙ୍କ ନାମ ଶୁଣିବା ପରେ ପ୍ରଫେସର କହିଥିଲେ, "ତୁମେ ସେହି କସାବ ଭଳି ।"

ଏହାପରେ ଛାତ୍ର ଜଣକ କହିଛନ୍ତି,"ଦେଶରେ ମୁସଲିମ୍‌ ହୋଇ ଏଭଳି ମନ୍ତବ୍ୟ ପ୍ରତ୍ୟେକ ଦିନ ଶୁଣିବା ଏକ ମଜାଦାର କଥା ନୁହେଁ । ଆପଣ ମୋର ସମ୍ପ୍ରଦାୟକୁ ନେଇ ମଜା କରି ପାରିବେ ନାହିଁ । ଅପମାନଜନକ ଭାବରେ ଆପଣ ମୋ ବିରୁଦ୍ଧରେ ମନ୍ତବ୍ୟ ଦେଇଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ।"

ଛାତ୍ର ଓ ପ୍ରଫେସରଙ୍କ ମଧ୍ୟରେ ଏହି ହୋଇଥିବା ବିବାଦ ସାକ୍ଷୀ ରହିଥିଲେ କ୍ଲାସ୍‌ର ଅନ୍ୟ ଛାତ୍ରଛାତ୍ରୀ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପ୍ରଫେସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ମଣିପାଲ ୟୁନିଭର୍ସିଟି । ବର୍ତ୍ତମାନ ତାଙ୍କୁ ଶିକ୍ଷାଦାନରୁ ସମ୍ପୂର୍ଣ୍ଣ ବ୍ୟାନ କରିବାକୁ ଦାବି ଉଠିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.