ETV Bharat / bharat

ବ୍ୟବସାୟରେ କ୍ଷତି ପାଇଁ ପରିବାରର 3 ଜଣଙ୍କୁ ହତ୍ୟା କରି ବ୍ୟବୟାସୀଙ୍କ ଆତ୍ମହତ୍ୟା - ଦିଲ୍ଲୀରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଉତ୍ତର ପୂର୍ବ ଦିଲ୍ଲୀରେ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିରେ ପତିପତ୍ନୀଙ୍କ ସମେତ ଦୁଇଜଣ ପିଲା ସାମିଲ ଅଛନ୍ତି । ଅଧିକ ପଢ଼ନ୍ତୁ

ବ୍ୟବସାୟରେ କ୍ଷତି, ପରିବାରକୁ ହତ୍ୟା କରି ବ୍ୟବୟାସୀଙ୍କ ଆତ୍ମହତ୍ୟା

author img

By

Published : Jul 15, 2022, 9:59 PM IST

Updated : Jul 15, 2022, 10:33 PM IST

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିରେ ପତିପତ୍ନୀଙ୍କ ସମେତ ଦୁଇଜଣ ପିଲା ସାମିଲ ଅଛନ୍ତି । ଏହି ଘଟଣା ସ୍ଥାନୀୟ ମଟକା ଗଳି ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ଜାଫରାବାଦ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଉତ୍ତର ପୂର୍ବ ଦିଲ୍ଲୀର ଜଣେ ଜିନ୍ସ କପଡ଼ା ବ୍ୟବସାୟୀଙ୍କ ଏହି ପରିବାର ବୋଲି ଜଣାପଡ଼ିଛି । ଜିନ୍ସ ବ୍ୟବସାୟୀ ପ୍ରଥମେ ପତ୍ନୀ ଓ ଛୁଆଙ୍କୁ କିଛି ନିଶା ଦ୍ରବ୍ୟ ଦେଇଥିଲେ । ଅଚେତ ହେବାପରେ ୩ଜଣଙ୍କୁ ଗୁଳି କରିଥିଲେ । ଏହାପରେ ନିଜକୁ ନିଜେ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏଭଳି ସୂଚନା ଦେଇଛି ଜାଫରାବାଦ ପୋଲିସ ।

ବ୍ୟବସାୟୀଙ୍କୁ ବ୍ୟବସାୟରେ ନାନା କ୍ଷତି ସହିବାକୁ ପଡ଼ୁଥିଲା । ଏଥିପାଇଁ ସେ ହତ୍ୟା ଓ ଆତ୍ମହତ୍ୟା ଭଳି ରାସ୍ତା ବାଛିନେଲେ ବୋଲି ପୋଲିସ ଆଶଙ୍କା କରୁଛି । ମୃତକ ରହୁଥିବା କୋଠାରେ ତାଙ୍କ ବାପା ମାଆ ଓ ଅନ୍ୟ ପରିବାର ସଦସ୍ୟ ମଧ୍ୟ ରହିଛନ୍ତି । ତେବେ ସେମାନେ ଏଭଳି ଏକ କାଣ୍ଡକୁ ନେଇ ଆଚମ୍ବିତ ହୋଇଛନ୍ତି । ତଦନ୍ତ ଶେଷ ହେବାପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ପୋଲିସ ପକ୍ଷୁ ସୂଚନା ଦିଆଯାଇଛି ।

Last Updated : Jul 15, 2022, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.