ETV Bharat / bharat

ମମତା କହିଲେ ଭ୍ରମିତ କରୁଛନ୍ତି ମୋଦି, ପ୍ରତିକ୍ରିୟା ରଖିଲେ ରାଜ୍ୟପାଳ - ପଶ୍ଚିମବଙ୍ଗ ସରକାର

ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଏହାରି ମଧ୍ୟରେ କୃଷି ଯୋଜନାକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ଅଧିକ ପଢନ୍ତୁ...

ମମତାଙ୍କ ଅଭିଯୋଗ- ଭ୍ରମିତ କରୁଛନ୍ତି ପ୍ରଧାନମନ୍ତ୍ରୀ, ଧନକରଙ୍କ ଦାବି- ଦିଦି ଦେଉନାହାନ୍ତି ଜବାବ

author img

By

Published : Dec 25, 2020, 8:40 PM IST

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧରେ ଦୀର୍ଘ 1 ମାସ ଧରି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ନିଜ ଦାବିରୁ ଓହରିବାକୁ ନାରାଜ ଚାଷୀ । ସେପଟେ ଚାଷୀ ଆନ୍ଦୋଳନକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଏହାରି ମଧ୍ୟରେ କୃଷି ଯୋଜନାକୁ ନେଇ ସାମ୍ନା ସାମ୍ନି ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ।

କେନ୍ଦ୍ର ସରକାରଙ୍କ କୃଷକ ସମ୍ମାନନିଧି ଯୋଜନା ଏବେ ପାଲଟିଯାଇଛି ପଶ୍ଚିମବଙ୍ଗ ନର୍ବାଚନୀ ମୁଦ୍ଦା । ସେପଟେ ଶୁକ୍ରବାର ମୋଦି ସରକାର ଭ୍ରମିତ କରୁଥିବା ଆରୋପ ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏପଟେ ଏହି ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ସହ ଅନେକ ଥର ସମ୍ପର୍କ କରାଯାଇଥିବା ବେଳେ କୌଣସି ଜବାବ ମିଳିନଥିବା ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟପାଳ ଜଗଦୀପ ଧନକର ।

ଏକ ମାସ ଧରି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ କିସାନ ସମ୍ମାନ ନିଧିର ଆଉ ଗୋଟିଏ କିସ୍ତିକୁ ଭିଡିଓ କନଫରେନ୍ସିଂ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର 9 କୋଟିରୁ ଉର୍ଦ୍ଧ୍ବ ଚାଷୀଙ୍କ ଖାତାକୁ 18 ହଜାର କୋଟି ଟଙ୍କା ଡିବିଟି ଜରିଆରେ ଟ୍ରାନ୍ସଫର ହୋଇଛି । ଏହି ଅବସରରେ ଚାଷୀଙ୍କ ସହ ଭିସିରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋତେ ଆଜି ଏହି କଥାର ଦୁଃଖ ଯେ ପଶ୍ଚିମବଙ୍ଗର 70 ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ଏହାର ଲାଭ ମିଳିପାରିନାହିଁ । ପଶ୍ଚିମବଙ୍ଗର 23 ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏହି ଯୋଜନାର ଲାଭ ପାଇବା ପାଇଁ ଅନଲାଇନ ଜରିଆରେ ଆବେଦନ କରିସାରିଛନ୍ତି । ହେଲେ ରାଜ୍ୟ ସରକାର ଯାଞ୍ଚ ପ୍ରକ୍ରିୟାକୁ ଦୀର୍ଘ ଦିନରୁ ଅଟକାଇ ରଖିଛନ୍ତି ।

ପିଏମଙ୍କ ଭାଷଣ ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ କେନ୍ଦ୍ର ସରକାର ପିଏମ କୃଷକନିଧି ଜରିଆରେ ଚାଷୀଙ୍କୁ ଭ୍ରମିତ କରୁଥିବା ଆଣିଛନ୍ତି ଅଭିଯୋଗ । ସେପଟେ ମମତାଙ୍କ ଅଭିଯୋଗର ପାଲଟା ଜବାବ ଦେଇ ରାଜ୍ୟପାଳ ଧନକର କହିଛନ୍ତି, ପଶ୍ଚିମବଙ୍ଗର ଚାଷୀମାନେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିଙ୍କ ସୁବିଧା ପାଇବେ ନାହିଁ ଏହା ମୋ ପାଇଁ ଚିନ୍ତାର ବିଷୟ । ଜଣେ ରାଜ୍ୟପାଳ ଭାବରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଅନେକ ଥର ଅବଗତ କରାଇଛି, କିନ୍ତୁ ମୋର କୌଣସି ଚିଠିର ଉତ୍ତର ଦିଆଯାଇ ନାହିଁ ବୋଲି କହିଛନ୍ତି ଧନକର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.