ETV Bharat / bharat

ନେତାଜୀ ଜୟନ୍ତୀ ପାଇଁ କୋଲକାତାରେ ପଦଯାତ୍ରା, ନେତୃତ୍ବ ନେଲେ ମମତା - march to mark the occasion of Netaji

ନେତାଜୀଙ୍କ 125ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମମତା ଏକ ପଦଯାତ୍ରାର ଆୟୋଜନ କରିଛନ୍ତି । ଅଧିକ ପଢନ୍ତୁ...

Mamata Banerjee leads a march to mark the occasion of Netaji's 125th birth anniversary in Kolkata
କୋଲକାତାରେ ନେତାଜୀଙ୍କ ଜୟନ୍ତୀ ଲାଗି ପଦଯାତ୍ରା, ନେତୃତ୍ବ ନେଲେ ମୁଖ୍ୟମନ୍ତ୍ରୀ ମମତା
author img

By

Published : Jan 23, 2021, 5:31 PM IST

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀ ପଶ୍ଟିମବଙ୍ଗରେ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତୃତ୍ବରେ ଆୟୋଜିତ ହୋଇଥିବା ପଦଯାତ୍ରାରେ ଶଙ୍ଖ ଫୁଙ୍କି ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ଶୋଭାଯାତ୍ରା ଶ୍ୟାମ ବଜାରରୁ କୋଲକାତାର ରେଡ ରୋଡ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି ।

ଏହି ଅବସରରେ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ ଶ୍ୟାମ ବଜାରରୁ କୋଲକାତାର ରେଡ ରୋଡ ଅଭିମୁଖେ ଯାତ୍ରା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କ ସ୍ମୃତି ସମ୍ମାନ ପାଇଁ ଶନିବାର ସକାଳେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ କୋଲକାତାରେ ଯିବାର କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଶୋଭାଯାତ୍ରା କରିଥିଲେ । କେନ୍ଦ୍ର ଏହି ଦିବସକୁ 'ପରାକ୍ରମ ଦିବସ' ବୋଲି କହିବାର ନିଷ୍ପତ୍ତି ନେଇଥିବା ବେଳେ ପଶ୍ଚିମବଙ୍ଗ ସରକାର 'ଦେଶନାୟକ ଦିବସ' ଭାବେ ପାଳନ କରିବାକୁ ଚାହୁଁଥିବା ଜଣାପଡିଛି ।

"ନେତାଜୀଙ୍କ 125 ତମ ଜନ୍ମ ବାର୍ଷିକୀ ହେତୁ ଆମେ ଏହାକୁ ଏକ ମହାନ୍ ଉତ୍ସବ ଭାବରେ ପାଳନ କରୁଛୁ" ବୋଲି ଶ୍ୟାମ ବଜାରରୁ ରେଡ ରୋଡ ପର୍ଯ୍ୟନ୍ତ ପଦଯାତ୍ରା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ତାଙ୍କ ଅଭିଭାଷଣରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.