ETV Bharat / bharat

ଭାରତ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତିଙ୍କୁ ଭେଟିବେ - Ibrahim Mohamed Solih on India visit

4 ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି । ଆଜି ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲୀ । ଅଧିକ ପଢ଼ନ୍ତୁ

ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲୀ, ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତିଙ୍କୁ ଭେଟିବେ

author img

By

Published : Aug 1, 2022, 4:05 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପହଞ୍ଚିଲେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲୀ । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ଜଣାଇଛନ୍ତି ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନ । 4 ଦିନିଆ ଦ୍ବିପାକ୍ଷିକ ଗସ୍ତରେ ଭାରତ ଆସିଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ।

ଏହି କ୍ରମରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ । ମାଳଦ୍ବୀପ ଓ ଭାରତ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ବାକ୍ଷର ହୋଇପାରେ ବୋଲି ଆଲୋଚନା ହେଉଛି । ଏହାପରେ ବୁଧବାର ମୁମ୍ବାଇ ଗସ୍ତ କରିବେ ମାଲଦୀପ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲୀ ।

ଭାରତ ମହାସାଗରୀୟ ଅଞ୍ଚଳରେ ମାଳଦ୍ୱୀପ ହେଉଛି ଭାରତର ଏକ ପ୍ରମୁଖ ପଡ଼ୋଶୀ ରାଷ୍ଟ୍ର । ୧୯୬୫ରେ ସ୍ବାଧୀନତା ପାଇବା ପରେ ପ୍ରଥରେ ଭାରତ ହିଁ ମାଳଦ୍ୱୀପକୁ ସ୍ବୀକୃତି ଦେଇଥିଲା । ଯାହାଫଳରେ ଉଭୟ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ସ୍ଥାପନ ହୋଇ ପାରିଥିଲା । ଏହି ସମ୍ପର୍କ ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଉଭୟ ଦେଶର ବିକାଶ ସମ୍ଭବ ହୋଇ ପାରିଛି । ଯାହାଦ୍ବାରା ଉଭୟ ଦେଶ ଲାଭାନ୍ବିତ ହେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.