ETV Bharat / bharat

ମହାରାଷ୍ଟ୍ରରେ ଜୁନ 15 ଯାଏଁ ବଢିଲା ଲକଡାଉନ

author img

By

Published : May 31, 2021, 8:59 AM IST

ସଂକ୍ରମଣ ବୃଦ୍ଧି ହେତୁ ଜୁନ 15 ଯାଏଁ ପୁଣି ଲକଡାଉନ ସମୟସୀମାକୁ ବଢାଇଛନ୍ତି ମହାରାଷ୍ଟ୍ର ସରକାର । ଅଧିକ ପଢନ୍ତୁ...

ଜୁନ 15 ଯାଏଁ ବଢିଲା ଲକଡାଉନ
ଜୁନ 15 ଯାଏଁ ବଢିଲା ଲକଡାଉନ

ମୁମ୍ବାଇ: ମହାରାଷ୍ଟ୍ରରେ ସଂକ୍ରମଣରେ ଲାଗୁନି ବ୍ରେକ । ସଂକ୍ରମଣ ବୃଦ୍ଧି ହେତୁ ଲକଡାଉନ ସମୟକୁ ବୃଦ୍ଧି କରି ଚାଲିଛନ୍ତି ମହାରାଷ୍ଟ୍ର ସରକାର । ଜୁନ 15 ଯାଏଁ ପୁଣି ଲକଡାଉନ ସମୟସୀମାକୁ ବଢାଇଛନ୍ତି ମହାରାଷ୍ଟ୍ର ସରକାର ।

ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର । କିଛି ନିୟମ ଓ କଟକଣାକୁ କୋହଳ କରାଯାଇଛି । ପୂର୍ବରୁ ଦୋକାନ ବଜାରକୁ ସକାଳ 7ଟାରୁ 11ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଥିଲା । ସେହି ନୟମକୁ କୋହଳ କରାଯାଇଛି । 7ଟାରୁ 2ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାରୁ ଅନୁମତି ମିଳିବା ନେଇ ଅନୁମାନ କରାଯାଉଛି ।

କୋରୋନା ସହିତ ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସ ରୋଗୀ ମଧ୍ୟ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ରାଜ୍ୟରେ 3ହଜାର ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଗତ 24ଘଣ୍ଟାରେ ମହାରାଷ୍ଚ୍ରରେ 18ହଜାର,600 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ 402ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ 2,71,801 ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.