ETV Bharat / bharat

ରାମ ମନ୍ଦିର ପାଇଁ ଏକ କୋଟି ଦେଇଥିବା ମହନ୍ତଙ୍କ ଦୁର୍ଘଟଣାରେ ଦେହାନ୍ତ - ମହନ୍ତ କନକ ବିହାରୀ ଦାସଙ୍କ ଦୁଃଖଦ ଦେହାନ୍ତ

ଶ୍ରୀଶ୍ରୀ 1008 ଶିରୋମଣୀ ରଘୁବଂଶୀ ମହନ୍ତ କନକ ବିହାରୀ ଦାସ ଉତ୍ତର ପ୍ରଦେଶ ପ୍ରୟାଗରାଜରୁ ମଧ୍ୟ ପ୍ରଦେଶ ଛିନ୍ଦୱାଡା ସ୍ଥିତ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଏତିକି ବେଳେ ମଧ୍ୟପ୍ରଦେଶ ନରସିଂହପୁର ସ୍ଥିତ ବରମାନ- ସଗରୀ ଜାତୀୟ ରାଜପଥ-44 ରେ ଏକ ବାଇକ ଆରୋହୀକୁ ବଞ୍ଚାଇବାକୁ ଯାଇ ମହାରାଜଙ୍କ କାର ଡିଭାଇଡରରେ ଧକ୍କା ହୋଇଥିଲା । ଫଳରେ କାରଟି ଓଲଟି ପଡିଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 17, 2023, 9:55 PM IST

ପ୍ରୟାଗରାଜ: ଶ୍ରୀଶ୍ରୀ 1008 ଶିରୋମଣୀ ରଘୁବଂଶୀ ମହନ୍ତ କନକ ବିହାରୀ ଦାସଙ୍କ ଦୁଃଖଦ ଦେହାନ୍ତ । ସଡକ ଦୁର୍ଘଟଣାରେ ମହାରାଜଙ୍କ ମୃତ୍ୟୁ । ଅଯୋଧ୍ୟାରେ ନିର୍ମାଧୀଣ ରାମ ମନ୍ଦିର ପାଇଁ ଏକ କୋଟି ଟଙ୍କା ଦାନ ଦେଇ ଚର୍ଚ୍ଚାକୁ ଆସିଥିଲେ ମହାରାଜ । ସୋମବାର ମଧ୍ୟ ନରସିଂହପୁର ବରମାନ- ସଗରୀ ଜାତୀୟ ରାଜପଥ-44 ରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ମହାରାଜଙ୍କ ସମେତ ଆଉ ଜଣଙ୍କ ବି ମୃତ୍ୟୁ ହୋଇଛି । ପୋଲିସ ପୁରା ଘଟଣାର ତଦନ୍ତ କରୁଛି ।

ଏହାବି ପଢନ୍ତୁ- Cricket Betting: ୧୦୦କୋଟି ହରାଇଲେ ହାଇଦ୍ରାବାଦୀ ଯୁବକ

ଘଟଣା ଅନୁସାରେ ଶ୍ରୀଶ୍ରୀ 1008 ଶିରୋମଣୀ ରଘୁବଂଶୀ ମହନ୍ତ କନକ ବିହାରୀ ଦାସ ଉତ୍ତର ପ୍ରଦେଶ ପ୍ରୟାଗରାଜରୁ ମଧ୍ୟ ପ୍ରଦେଶ ଛିନ୍ଦୱାଡା ସ୍ଥିତ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଏତିକି ବେଳେ ମଧ୍ୟପ୍ରଦେଶ ନରସିଂହପୁର ସ୍ଥିତ ବରମାନ- ସଗରୀ ଜାତୀୟ ରାଜପଥ-44 ରେ ଏକ ବାଇକ ଆରୋହୀକୁ ବଞ୍ଚାଇବାକୁ ଯାଇ ମହାରାଜଙ୍କ କାର ଡିଭାଇଡରରେ ଧକ୍କା ହୋଇଥିଲା । ଫଳରେ କାରଟି ଓଲଟି ପଡିଥିଲା । ଏଥିରେ ମହାରାଜଙ୍କ ସମେତ ଗାଡିରେ ଥିବା ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ମହନ୍ତ କନକ ବିହାରୀ ଦାସ ମହାରାଜ ଉତ୍ତର ପ୍ରଦେଶ ଅଯୋଧ୍ୟାରେ ନିର୍ମାଣଧିନ ଥିବା ରାମ ମନ୍ଦିର ପାଇଁ ଏକ କୋଟି ଟଙ୍କା ଦାନ ଦେଇଥିଲେ । ଏହା ପରଠାରୁ ବେଶ ଚର୍ଚ୍ଚାରେ ଥିଲେ । ଖାଲି ଏତିକି ନୁହେଁ 10 ଫେବୃୟାରୀ 2024ରେ ଅଯୋଧ୍ୟାରେ 9 କୁଣ୍ଡୀୟ ଯଜ୍ଞ ଆୟୋଜନ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଥିଲେ । ଏଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ରଘୁବଂଶୀ ସମାଜର ପ୍ରତ୍ୟେକ ପରିବାର ପାଖକୁ ଯାଇ ସହଯୋଗ ଭିକ୍ଷା କରୁଥିଲେ । ଏଥିପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନକୁ ଗସ୍ତ କରୁଥିଲେ ।

ଶ୍ରୀଶ୍ରୀ 1008 ଶିରୋମଣୀ ରଘୁବଂଶୀ ମହନ୍ତ କନକ ବିହାରୀ ଦାସ ରଘୁବଂଶୀ ସମାଜର ରାଷ୍ଟ୍ରୀୟ ସଂନ୍ଥ ଭାବେ ମଧ୍ୟ ପରିଚିତ ଥିଲେ । ମହାରାଜଙ୍କ ଆଶ୍ରମ ମଧ୍ୟପ୍ରଦେଶ ଛିନ୍ଦୱାଡ ଜିଲ୍ଲାରେ ସ୍ଥାପିତ ଥିଲା ।

ଏହାବି ପଢନ୍ତୁ- Jharsuguda By Elections: ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ

ମହନ୍ତ କନକ ବିହାରୀ ଦାସଙ୍କ ଦୁଃଖଦ ଦେହାନ୍ତ ପରେ ବର୍ତ୍ତମାନ ତାଙ୍କର ଅନୁଗାମୀ ଓ ସନ୍ଥ ସମାଜ ଶୋକ ପ୍ରକାଶ କରିବା ସହ ଆଶ୍ରମ ଓ ଭବିଷ୍ୟତ କାର୍ଯ୍ୟକ୍ରମ ପାଇଁ ବିଚାର କରୁଛନ୍ତି । ମହନ୍ତ ଶେଷ ଇଛା ପୂରଣ ପାଇଁ ମଧ୍ୟ ବର୍ତ୍ତମାନ ଆଶ୍ରମ ଚିନ୍ତା କରୁଛି । ଆସନ୍ତା ବର୍ଷ ରାମ ମନ୍ଦିର ଅବସରରେ ଅଯୋଧ୍ୟାରେ ଆଶ୍ରମ ପକ୍ଷରୁ ହେବାକୁ ଥିବା ଯଜ୍ଞ ବର୍ତ୍ତମାନ କିଭଳି ଆୟୋଜନ ହେବ ତାହା ଏବେ ଆଶ୍ରମର ଲକ୍ଷ୍ୟ ବୋଲି ଆଶ୍ରମ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.