ମୁମ୍ବାଇ: ମହାରାଷ୍ଟ୍ରରେ ପଣ୍ଡ ହେଲା ନକ୍ସଲଙ୍କ ବଡ ଧରଣରର ଯୋଜନା । ଗୋଣ୍ଡିଆ ଜିଲ୍ଲାର ସାଲେକାସା ଅଞ୍ଚଳରେ ନକ୍ସଲଙ୍କ ଯୋଜନା ଉପରେ ପାଣି ଢାଳି ଦେଇଛନ୍ତି ସୁରକ୍ଷା କର୍ମୀ । ସି -60 କମାଣ୍ଡୋ ଏବଂ ବୋମା ନିଷ୍କାସନ ତଥା ଚିହ୍ନଟକାରୀ ଦଳ ମିଳିତ ଅପରେସନରେ ଶନିବାର ନକ୍ସଲ ଲୁଚି ରହିଥିବା ସ୍ଥାନରୁ ବିସ୍ଫୋରଣ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ ଡିଟୋନେଟରର ଏକ ବିରାଟ କ୍ୟାଚ୍କୁ ଜବତ କରିଛନ୍ତି ।
![ମହାରାଷ୍ଟ୍ରରେ ନକ୍ସଲଙ୍କ ଯୋଜନା ପଣ୍ଡ କଲେ ସୁରକ୍ଷାକର୍ମୀ](https://etvbharatimages.akamaized.net/etvbharat/prod-images/10020411_dfs.png)
ଗୋଣ୍ଡିଆ ପୋଲିସ ଅଧୀକ୍ଷକ ବିଶ୍ବ ପନସାରେ କହିଛନ୍ତି 20 କିଲୋଗ୍ରାମ କ୍ଷମତା ବିଶିଷ୍ଟ ଏକ ଷ୍ଟିଲ ବକ୍ସ, ବିସ୍ଫୋରକ ତିଆରି ପାଇଁ 150ଟି ରୋଡ ଏବଂ ଗେଣ୍ଡୁଜରିଆ ପାହାଡର ଜଙ୍ଗଲରୁ 27ଟି ଇଲେକ୍ଟ୍ରୋନିକ ଡିଟୋନେଟର ଜବତ କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁଏପିଏ ଏବଂ ବିସ୍ଫୋରକ ଆଇନର ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ