ETV Bharat / bharat

JNPT ବନ୍ଦରରେ 879 କୋଟି ମୂଲ୍ୟର ହେରୋଇନ ଜବତ, 1 ଗିରଫ

ନାଭି ମୁମ୍ବାଇର JNPT ବନ୍ଦରରେ ମୋଟ 879 କୋଟି ମୂଲ୍ୟର ହେରୋଇନ ଜବତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 4, 2021, 5:23 PM IST

JNPT ବନ୍ଦରରେ 879 କୋଟି ମୂଲ୍ୟର ହେରୋଇନ ଜବତ, 1 ଗିରଫ
JNPT ବନ୍ଦରରେ 879 କୋଟି ମୂଲ୍ୟର ହେରୋଇନ ଜବତ, 1 ଗିରଫ

ମୁମ୍ବାଇ: ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(DRI) ମହାରାଷ୍ଟ୍ର ନାଭି ମୁମ୍ବାଇର ଜୱାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ(JNPT)ରୁ ମୋଟ 879 କୋଟି ମୂଲ୍ୟର ହେରୋଇନ ଜବତ କରିଛି । ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଦେଶକୁ ଚାଲାଣ ହେଉଥିଲା । ତେବେ ଏ ସମ୍ପର୍କରେ ରାୟଗଡ ଜିଲ୍ଲାର ଅଧିକାରୀ ରବିବାର ସୂଚନା ଦେଇଛନ୍ତି ।

ତେବେ ପୂର୍ବରୁ ଗୁରୁବାର 300 କୋଟି ମୂଲ୍ୟର ନିଶା ଦ୍ରବ୍ୟ ହେରୋଇନ ଜବତ ହୋଇଥିଲା । ଏହି ନିଶାଦ୍ରବ୍ୟଗୁଡିକ ଟାଲକମ ପାଉଡର ଥିବା ଏକ ପାତ୍ରରେ ଚାଲାଣ କରାଯାଉଥିଲା । ନିଶାଦ୍ରବ୍ୟ ପ୍ରାଭଜୋତ ସିଂଙ୍କ ନାମରେ ପଞ୍ଜାବକୁ ଚାଲାଣ କରାଯାଉଥିଲା । ଏଥିଲାଗି ସିଂଙ୍କୁ ପୋଲିସ ଗିରଫ କରିଛି । ଗତବର୍ଷ ମଧ୍ୟ ଅଭିଯୁକ୍ତ ନାମରେ ନିଶାଦ୍ରବ୍ୟ ଚାଲାଣ ହୋଇଥିବା ପୋଲିସ କହିଛି । ଗତବର୍ଷ ଅଗଷ୍ଟ ମାସରେ ମୁମ୍ବାଇ କଷ୍ଟମ ଓ DRI 191 କିଲୋଗ୍ରାମର ହେରୋଇନ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ 1000 କୋଟି ଟଙ୍କା ଥିଲା ।

ଏହା ବି ପଢନ୍ତୁ: JNPT portରୁ 300 କୋଟିର ହେରୋଇନ ଜବତ

ତେବେ ସୂଚନା ଥାଉ କି ଗତ ଗୁରୁବାର 300 କୋଟିର ନିଶାଦ୍ରବ୍ୟଗୁଡିକ ଟାଲକମ ପାଉଡର ଥିବା ଏକ ପାତ୍ରରେ ଚାଲାଣ କରାଯାଉଥିଲା । ଏହି ନିଶାଦ୍ରବ୍ୟ ପୋର୍ଟ ଦେଇ ଚାଲାଣ ହେବାକୁ ଥିବା ସମ୍ପର୍କରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ଏହି ଘଟଣାର ତଦନ୍ତ କରି ଏଭଳି ବଡ ଧରଣର ନିଶାଦ୍ରବ୍ୟ ଚାଲାଣକୁ ରୋକିବାରେ ସକ୍ଷମ ହୋଇଛି ।

ହେରୋଇନ କ'ଣ ?

ହେରୋଇନ ଏକ ନିଶା ଜାତୀୟ ପଦାର୍ଥ, ଯାହାକି ମରଫାଇନରୁ ତିଆରି ହୋଇଥାଏ । ପାପାଭର ସୋମ୍ନିଫେରମ ପ୍ରଜାତିର ଏକ ଗଛର ମଞ୍ଜିରୁ ଏହି ପଦାର୍ଥକୁ ସଂଗ୍ରହ କରାଯାଏ । ଏହା ଧଳା କି ବାଦାମୀ ରଙ୍ଗର ପାଉଡର ଏବଂ କଳା ରଙ୍ଗର ଅଠାଳିଆ ପଦାର୍ଥ ପରି ହୋଇଥାଏ । ଅସଲି ହେରୋଇନ ଧଳା ରଙ୍ଗର ହୋଇଥାଏ । ଏହାର ସ୍ବାଦ ପିତା ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରେ ସାଧାରଣତଃ ଏହି ନିଶାଦ୍ରବ୍ୟକୁ ତିଆରି କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.