ETV Bharat / bharat

ପ୍ରଥମ ଦିନରୁ ଆକ୍ସନ ମୋଡରେ ମୋହନ, ମଧ୍ୟ ପ୍ରଦେଶର ସବୁ ଧର୍ମାନୁଷ୍ଠାନରେ ବ୍ୟାନ ହେଲା ଲାଉଡସ୍ପିକର

author img

By ETV Bharat Odisha Team

Published : Dec 13, 2023, 9:09 PM IST

Bans use of loudspeakers Religious places: ମଧ୍ୟ ପ୍ରଦେଶର ସବୁ ଧର୍ମାନୁଷ୍ଠାନରେ ବ୍ୟାନ ହେଲା ଲାଉଡସ୍ପିକର । ଦାୟିତ୍ବ ଗ୍ରହଣର କିଛି ଘଣ୍ଟା ପରେ ପ୍ରଥମ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଅଧିକ ପଢନ୍ତୁ

ପ୍ରଥମ ଦିନରୁ ଆକ୍ସନମୋଡରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ: ରାଜ୍ୟରେ କୌଣସି ସବୁ ଧର୍ମାନୁଷ୍ଠାନରେ ନିଷେଧ ହେଲା ଲାଉଡସ୍ପିକର

ଭୋପାଳ: ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କୌଣସି ଧର୍ମାନୁଷ୍ଠାନ କିମ୍ବା ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବାଜିପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ତୁରନ୍ତ ରାଜ୍ୟ ଗୃହ ବିଭାଗ ଏକ ନିର୍ଦ୍ଦେଶାବଳି ଜାରି କରିଛି । ସମସ୍ତ ଜିଲ୍ଲା ପ୍ରଶାସନକୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ଲାଉଡସ୍ପିକର ମାମଲାରେ ସର୍ବୋଚ୍ଚ କୋର୍ଟ, ହାଇକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦ୍ବାରା ପ୍ରଦତ୍ତ ଗାଇଡଲାଇନ ଆଧାରରେ ଏହି ନିୟମାବଳି ପ୍ରସ୍ତୁତ କରାଯାଇଥିବା ଗୃହ ବିଭାଗ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ।

  • #WATCH | Bhopal: Madhya Pradesh Chief Minister Mohan Yadav says, "Today we have taken several discussions during the first Cabinet meeting. We have raised the issue of meat sales in the open and have proposed to bring rules for this, in the Cabinet meeting today..." pic.twitter.com/y6nBBUK6jM

    — ANI (@ANI) December 13, 2023 " class="align-text-top noRightClick twitterSection" data=" ">

ଗଠନ ହେବ ଫ୍ଲାଇଁ ସ୍କ୍ବାଡ:-

ରାଜ୍ୟରେ ଶବ୍ଦ ପ୍ରଦୂଷଣ ରୋକିବା ଓ ରାଜ୍ୟ ସରକାରଙ୍କ ଏହି ନୂଆ ନିୟମର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ଜିଲ୍ଲାସ୍ତରରେ ଫ୍ଲାଇଂ ସ୍କ୍ବାଡ ମଧ୍ୟ ଗଠନ ହେବ । ଏହି ସମ୍ପର୍କିତ ଅଭିଯୋଗ ଆସିଲେ, ଏହି ସ୍କ୍ବାଡ ହିଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି କମିଟିରେ ଜିଲ୍ଲା ପ୍ରଶାସନର ଅଧିକାରୀ, ସ୍ଥାନୀୟ ଥାନାଧିକାରୀ ରହିବେ ଓ ଏହି ସ୍କ୍ବାଡ ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ବାରା ନିୟନ୍ତ୍ରିତ ହେବ । ଜିଲ୍ଲାର ସବୁ ଫ୍ଲାଇଂ ସ୍କ୍ବାଡର ନୋଡାଲ ଅଧିକାରୀ ଜଣେ ଅତିରିକ୍ତ ମାଜିଷ୍ଟ୍ରେଟ ପାହ୍ୟାର ଅଧିକାରୀ ରହିବେ । ପ୍ରତ୍ୟେକ ମାସରେ ଏହି ସ୍କ୍ବାଡର କାର୍ଯ୍ୟାନୁଷ୍ଠାନ ସମୀକ୍ଷା ମଧ୍ୟ ହେବ ।

ସମସ୍ତ ଧର୍ମଗୁରୁଙ୍କୁ କରାଯିବ ଅବଗତ:-

ଏହି ନିଷ୍ପତ୍ତି କୌଣସି ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀଙ୍କ ଉପାସନାସ୍ଥଳୀ ପାଇଁ ନୁହେଁ ବରଂ ସମସ୍ତ ଧର୍ମ ପାଇଁ କାର୍ଯ୍ୟକାରୀ ହେବ । ରାଜ୍ୟର ସମସ୍ତ ଧର୍ମଗୁରୁଙ୍କୁ ଏ ସମ୍ପର୍କରେ ରାଜ୍ୟ ସରକାର ଅବଗତ କରିବେ । ଧର୍ମାନୁଷ୍ଠାନଗୁଡିକରେ ଲାଗିଥିବା ଲାଉଡ ସ୍ପିକରକୁ ହଟାଯିବ । ରାଜ୍ୟର ପ୍ରତ୍ୟେକ ଥାନାଗୁଡିକ ନିଜ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଗୁଡିକରେ ଲାଗିଥିବା ଲାଉଡ ସ୍ପିକର ସମ୍ପର୍କରେ ତଥ୍ୟ ଏକାଠି କରିବେ । ଏହି ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଶେଷ ହେବା ପରେ ସମନ୍ବୟ ସହ ଏହାକୁ ହଟାଯିବ । ଆବଶ୍ୟକ ସ୍ଥଳେ ସର୍ବାଧିକ 02 ଡିଜେକୁ ଅନୁମତି ମିଳିପାରିବ । ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ଅନୁମତି ନେବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ :- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

ଆଜି ପୂର୍ବାହ୍ନରେ ଶପଥ ନେଇଥିଲେ ମୋହନ:-

ଆଜିଠୁ ମଧ୍ୟପ୍ର ଦେଶ ଓ ଛତିଶଗଡରେ ଆରମ୍ଭ ହୋଇଛି ବିଜେପି ଶାସନ । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଯାଦବ । ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ ମୋହନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତମାମ ବରିଷ୍ଠ ଦଳୀୟ ନେତା ସାମିଲ ଥିଲେ । ଏହା ପରେ ଅପରାହ୍ନରେ ମଧ୍ୟ ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.