ETV Bharat / bharat

ବିଷାକ୍ତ ମଦ ପିଇ ମୃତ୍ୟୁହେଲେ ଦୋଷୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ

author img

By

Published : Aug 3, 2021, 7:25 PM IST

ଚୋରାରେ ମଦ ବିକ୍ରି କଲେ କିମ୍ବା ମଦ ପିଇ ଯଦି କେହି ମୃତ୍ୟୁବରଣ କରୁଛନ୍ତି, ​‌ତେବେ ଦୋଷୀଙ୍କୁ ଦଣ୍ଡବିଧାନ ସ୍ବରୂପ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ । ଏନେଇ ଏକ ପ୍ରସ୍ତାବ ଅନୁମୋଦନ କରିଛନ୍ତି ମଧ୍ୟପ୍ରଦେଶ ସରକାର । ଅଧିକ ପଢନ୍ତୁ...

ବିଷାକ୍ତ ମଦ ପିଇ ମୃତ୍ୟୁହେଲେ ଦୋଷୀଙ୍କୁ ମିଳିବ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ

ଭୋପାଳ: ଚୋରା ମଦ ବେପାରୀଙ୍କ ପାଇଁ ଏବେ କଠୋର ହୋଇଛନ୍ତି ସରକାର । ବିଷାକ୍ତ ମଦ ବିକ୍ରୟ କରୁଥିବା ଲୋକଙ୍କ ବିରୋଧରେ ମଧ୍ୟପ୍ରଦେଶ ସରକାର ଏବେ କଠୋର ନିଷ୍ପତ୍ତି ନେଇଛନ୍ତି। ଚୋରାରେ ମଦ ବିକ୍ରି କଲେ କିମ୍ବା ମଦ ପିଇ ଯଦି କେହି ମୃତ୍ୟୁବରଣ କରୁଛନ୍ତି, ​‌ତେବେ ଦୋଷୀଙ୍କୁ ଦଣ୍ଡବିଧାନ ସ୍ବରୂପ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ । ଏ ନେଇ ଏକ ପ୍ରସ୍ତାବ ଅନୁମୋଦନ କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ବିଷାକ୍ତ ମଦ୍ୟପାନ ହେତୁ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରୁ ମୃତ୍ୟୁଦଣ୍ଡ ଦିଆଯାଇପାରେ, ଜୋରିମାନା ପରିମାଣ ମଧ୍ୟ ୧୦ ଲକ୍ଷ ପରିବର୍ତ୍ତେ 25 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥି ସହିତ, ବେଆଇନ ମଦ ବିକ୍ରିକୁ ଧରିବାକୁ ଯାଉଥିବା ଅବକାରୀ ବିଭାଗ କିମ୍ବା ଅନ୍ୟ ଅନୁସନ୍ଧାନକାରୀ ଦଳ ଉପରେ ଆକ୍ରମଣ ମାମଲାରେ ବର୍ତ୍ତମାନ ଅଭିଯୁକ୍ତକୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ ।

ତେବେ ପୂର୍ବରୁ ମଧ୍ୟ ବିଷାକ୍ତ ମଦ ପିଇ ମଧ୍ୟ ପ୍ରଦେଶରେ ଅନେକ ଲୋକ ମୃତ୍ୟୁମୁଖରେ ପଡିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଠୋର ହୋଇଛନ୍ତି ମଧ୍ୟ ପ୍ରଦେଶ ସରକାର । ଗତ ଦେଢ ବର୍ଷ ମଧ୍ୟରେ ମଧ୍ୟ ପ୍ରଦେଶରେ ବିଷାକ୍ତ ମଦ ପିଇ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.