ETV Bharat / bharat

ସ୍ପଷ୍ଟ ଦିବାଲୋକରେ ବସଷ୍ଟାଣ୍ଡରୁ ଯୁବତୀଙ୍କୁ ଉଠାଇନେଲେ, CCTVରେ କଏଦ ହେଲା ଦୃଶ୍ୟ

author img

By ETV Bharat Odisha Team

Published : Nov 20, 2023, 9:52 PM IST

ମଧ୍ୟ ପ୍ରଦେଶ ଗ୍ବାଲିୟରରେ ଦିନ ଦ୍ବିପ୍ରହରେ ବସଷ୍ଟାଣ୍ଡରୁ ଯୁବତୀଙ୍କୁ ବାଇକରେ ଉଠାଇନେଲେ ଦୁଇ ମାସ୍କପିନ୍ଧା ଯୁବକ । ସିସିଟିଭିରେ କଏଦ ହେଲା ଅପହରଣ । ପ୍ରେମ ବ୍ୟାପାରକୁ ସନ୍ଦେହ କରି ପୋଲିସ ଆରମ୍ଭ କଲା ତଦନ୍ତ । ଅଧିକ ପଢନ୍ତୁ

ସ୍ପଷ୍ଟ ଦିବାଲୋକରେ ବାଇକରେ ଆସି ଯୁବତୀଙ୍କୁ ଉଠାଇନେଲେ,CCTV ରେ କଏଦ ହେଲା ଅପହରଣ

ଭୋପାଳ: ସ୍ପଷ୍ଟ ଦିବାଲୋକରେ ମୁହଁରେ ମାକ୍ସ ପିନ୍ଧି ଆସିଲେ ଦୁଇ ଯୁବକ । ବସଷ୍ଟାଣ୍ଡ ପରି ଜନଗହଳିପୂର୍ଣ୍ଣ ସ୍ଥାନରୁ ଯୁବତୀଙ୍କୁ ଅପହରଣ କରିନେଲେ । ସମସ୍ତେ ଦେଖୁଥିଲେ, କେହି ବାଧା ଦେଲେନାହିଁ । କିନ୍ତୁ ଅପହରଣର ସମସ୍ତ ଘଟଣାକ୍ରମ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଭିଡିଓ ଏବେ ଲୋକଲୋଚନକୁ ଆସିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ଏପରି ଏକ ଦୃଶ୍ୟ ମଧ୍ୟ ପ୍ରଦେଶର ଗ୍ବାଲିୟର ସହରରେ ଦେଖିବାକୁ ମିଳିଛି ।

ସିସିଟିଭିରେ ରେକର୍ଡ ହୋଇଥିବା ଭିଡିଓ ଅନୁସାରେ, ଦୁଇଜଣ ମାକ୍ସ ପିନ୍ଧିଥିବା ଯୁବକ ଏକ ବାଇକରେ ଆସୁଛନ୍ତି । ବସଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପ ନିକଟରେ ଅଟକୁଛନ୍ତି । ଜଣେ ଯୁବକ ହାଇକରେ ବସିଥିବା ବେଳେ ଅନ୍ୟ ଜଣେ ଯୁବକ କିଛି ଦୂର ଯାଇ ଜଣେ ଯୁବତୀଙ୍କୁ ଘୋଷାଡି ଆଣୁଛି । ଯୁବତୀ ଜଣକ ସେମାନଙ୍କୁ କବଳରୁ ରକ୍ଷା ପାଇବା ପାଇଁ ସଂଘର୍ଷ ମଧ୍ୟ କରୁଛନ୍ତି । ନିକଟରେ ବହୁଲୋକେ ନଜର ଆସୁଥିବା ବେଳେ କେହି ଏପରି ଘଟଣାକୁ ପ୍ରତିବାଦ ମଧ୍ୟ କରୁନାହାନ୍ତି । ଯୁବକ ଦୁଇଜଣ ଯୁବତୀଙ୍କୁ ଟେକିନେଇ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି ।

ଅପହରଣ ପରେ ଯୁବତୀଙ୍କ ପରିବାର ସଦସ୍ୟ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସେମାନେ କୌଣସି କାମରେ ଆଜି ସକାଳେ ବସରେ ଭିଣ୍ଡରୁ ଗ୍ବାଲିୟର ଆସିଥିଲେ । ସକାଳେ ସେମାନେ ବସରୁ ଓହ୍ଲାଇ ସେମାନଙ୍କ ଲଗେଜ ବାହାର କରୁଥିବା ବେଳେ ନିକଟରେ ଯୁବତୀ ଜଣକ ଛିଡା ହୋଇଥିଲେ । ସେହି ସମୟରେ ଏହି ଦୁଇ ମାସ୍କପିନ୍ଧା ଯୁବକ ଯୁବତୀଙ୍କୁ ବାଇକରେ ଅପହରଣ କରିନେଇଥିଲେ । ଝାନ୍ସି ରୋଡ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-ଏୟାର ଇଣ୍ଡିଆ ଆକ୍ରମଣ ଧମକ ମାମଲା, ଖଲିସ୍ତାନୀ ଆତଙ୍କୀ ପନ୍ନୁନ ବିରୋଧରେ ମାମଲା ରୁଜୁ

ଗ୍ବାଲିୟର ଏସପି ରାଜେଶ ସିଂ ଚାନ୍ଦେଲଙ୍କ ସୂଚନା ଅନୁସାରେ, ଏହା ଏକ ପ୍ରେମ ବ୍ୟାପାର ହୋଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ଅପହୃତା ଯୁବତୀଙ୍କ ପରିବାରଠାରୁ ତଥ୍ୟ ସଂଗ୍ରହ କରାଯାଉଛି । ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇ ଦୁଇ ଅଭିଯୁକ୍ତ ଓ ସେମାନେ ବ୍ୟବହାର କରିଥିବା ବାଇକ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପୋଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି । ଖୁବ ଶିଘ୍ର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସକୁ ସଫଳତା ମିଳିବା ନେଇ ଏସପି ରାଜେଶ ସିଂ କହିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.