ETV Bharat / bharat

ହାଣ୍ଡିଶାଳକୁ ମହଙ୍ଗା ମାଡ, ପୁଣି ବଢିଲା ରନ୍ଧନ ଗ୍ୟାସ ଦର - ଘରୋଇ ଗ୍ୟାସ ସିଲିଣ୍ଡର

ଦେଶରେ ପୁଣି ବଢିଲା ରନ୍ଧନ ଗ୍ୟାସ ଦର । ଘରୋଇ ଏଲପିଜି ସିଲିଣ୍ଡର ପିଛା 3 ଟଙ୍କା 50 ପଇସା ଏବଂ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ 8 ଟଙ୍କା ବଢିଛି । ଅଧିକ ପଢନ୍ତୁ

LPG Prices: ପୁଣି ବଢିଲା ରନ୍ଧନ ଗ୍ୟାସ ଦର
LPG Prices: ପୁଣି ବଢିଲା ରନ୍ଧନ ଗ୍ୟାସ ଦର
author img

By

Published : May 19, 2022, 9:27 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ରନ୍ଧନ ଗ୍ୟାସ୍ ଦର । ଆଜି(ଗୁରୁବାର) ଉଭୟ ଘରୋଇ LPG ସିଲିଣ୍ଡର ଏବଂ କମର୍ସିଆଲ LPG ସିଲିଣ୍ଡର ଦାମ୍ ବଢିଛି । 14 କେଜିର ଅଣ-ସବସିଡିଯୁକ୍ତ ଘରୋଇ LPG ସିଲିଣ୍ଡର ଦାମ୍ 3 ଟଙ୍କା 50 ପଇସା (Domestic LPG Price hiked by Rs 3.50) ଏବଂ କମର୍ସିଆଲ LPG ସିଲିଣ୍ଡର ଦାମ 8 ଟଙ୍କା ମହଙ୍ଗା ହୋଇଛି । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ଚଳିତ ମାସରେ ଦ୍ବିତୀୟ ଥର ଗ୍ୟାସ ଦର ବୃଦ୍ଧି ପାଇଛି । ଫଳରେ ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ 1000 ଟଙ୍କା ପାର୍ କରିଛି ।

ନୂଆ ଦର ଲାଗୁ ପରେ ଦିଲ୍ଲୀ ଓ ମୁମ୍ବାଇରେ ଘରୋଇ LPG ସିଲିଣ୍ଡର 1,003 ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ଏହି ଦର 1,029 ଟଙ୍କାରେ ପହଞ୍ଚିଥିବା ବେଳେ ଚେନ୍ନାଇରେ ଦାମ 1,018 ଟଙ୍କା 50 ପଇସା ରହିଛି । ସେହିପରି ଏଣିକି କମର୍ସିଆଲ LPG ସିଲିଣ୍ଡର ପାଇଁ ଦିଲ୍ଲୀରେ 2,354 ଟଙ୍କା, କୋଲକାତାରେ 2,454 ଟଙ୍କା ଏବଂ ମୁମ୍ବାଇରେ 2,306 ଟଙ୍କା ଦେବାକୁ ପଡିବ । କହିରଖୁଛି କି, ଏହାପୂର୍ବରୁ ଗତ 7 ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦର 50 ଟଙ୍କା ବଢିଥିଲା । ରନ୍ଧନ ଗ୍ୟାସ ମୂଲ୍ୟ ବଢୁଥିଲେ ହେଁ ଦେଶରେ ଦୀର୍ଘ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.