ETV Bharat / bharat

ମାସରେ ତୃତୀୟ ଥର ପାଇଁ ବଢିଲା LPG ଗ୍ୟାସ ସିଲିଣ୍ଡର ଦର - lpg price again hiked

ଚଳିତ ମାସରେ ତୃତୀୟ ଥର ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠୁ 14.2 କେଜି ଏଲପିଜି ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି ପାଇଛି । ଯାହା ଆଜିଠୁ କାର୍ଯ୍ୟକାରୀ ହୋଇଛି ।

ଚଳିତ ମାସରେ ତୃତୀୟ ଥର ପାଇଁ ବଢିଲା LPG ଗ୍ୟାସ ସିଲିଣ୍ଡର ଦର

author img

By

Published : Feb 25, 2021, 2:21 PM IST

ନୂଆଦିଲ୍ଲୀ: ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଚଳିତ ମାସରେ ତୃତୀୟ ଥର ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜିଠୁ 14.2 କେଜି ଏଲପିଜି ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି ପାଇଛି । ଯାହା ଆଜିଠୁ କର୍ଯ୍ୟକାରୀ ହୋଇଛି ।

ପୂର୍ବରୁ ଚଳିତ ମାସ 4 ଓ 14 ତାରିଖରେ ଏଲପିଜି ଦର ବୃଦ୍ଧି ପାଇଥିଲା । ତେଲ ଦର ହୁ ହୁ ବଢୁଥିବା ବେଳେ ଗ୍ୟାସ ଦର ବୃଦ୍ଧି କାଉଟିଙ୍କୁ ଚିନ୍ତାରେ ପକାଇଛି । ଏଠାରେ କହି ରଖୁଛୁ ଯେ ଡିସେମ୍ବର ମାସରେ ଦୁଇ ଦୁଇ ଥର ଦର ବୃଦ୍ଧି ପାଇଥିଲା । ଡିସେମ୍ବର 1 ରେ ଗ୍ୟାସ ଦର 594 ରୁ 644 ଟଙ୍କା ବଢିଥିଲା । ପରେ ପୁଣି ଥରେ ଡିସେମ୍ବର 15ରେ 694କୁ ବୃଦ୍ଧି ପାଇଥିଲା । କେବଳ ଗୋଟିଏ ମାସରେ 100 ଟଙ୍କା ବୃଦ୍ଧି ହୋଇଥିଲା । କିନ୍ତୁ ଜାନୁଆରୀ ମାସରେ ଏଲପିଜି ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିଲା । ହେଲେ ଜାନୁଆରୀ ମାସରେ ତିନି ତିନି ଥର ଦର ବୃଦ୍ଧି ହୋଇ ଏବେ 794 ଟଙ୍କାରେ ଗ୍ୟାସ ଉପଲବ୍ଧ ହେଉଛି ।

ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏନେଇ ବାରମ୍ବାର ପ୍ରତିବାଦ କରାଗଲେ ମଧ୍ୟ ଦର କମିବାର ନା ନେଉନି । ଯାହାକୁ ନେଇ ଚିନ୍ତାରେ ଖାଉଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.