ETV Bharat / bharat

ମହୁଆ ମୋଇତ୍ରା ମାମଲାର ପ୍ରଭାବ: ଏଣିକି ସଂସଦ ଓ୍ବେବସାଇଟ ତଥ୍ୟ ଅନ୍ୟ କାହାକୁ ଦେଇପାରିବେନି ସାଂସଦ

author img

By ETV Bharat Odisha Team

Published : Nov 23, 2023, 7:56 PM IST

ଶୀତ ଅଧିବେଶନ ପୂର୍ବରୁ ନିର୍ଦ୍ଦେଶାବଳି ଜାରି କଲା ଲୋକସଭା ସଚିବାଳୟ । ସଂସଦ ଓ୍ବେବସାଇଟ ଲଗ-ଇନ୍‌ ତଥ୍ୟ ଅନ୍ୟ କାହାକୁ ନଦେବାକୁ ସାଂସଦଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମହୁଆ ମୋଇତ୍ରା ମାମଲାର ପ୍ରଭବ: ସଂସଦ ଓ୍ବେବସାଇଟ ତଥ୍ୟ ଅନ୍ୟ କାହାକୁ ଦେଇପାରିବେନି ସାଂସଦ

ନୂଆଦିଲ୍ଲୀ: ସଂସଦ ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦଙ୍କ ପାଇଁ ଲୋକସଭା ସଚିବାଳୟ ଏକ ନୋଟିସ୍‌ ଜାରି କରିଛି । ଯେଉଁଥିରେ କୁହାଯାଇଛି, ସାଂସଦମାନେ ସେମାନଙ୍କ ସଂସଦ ଓ୍ବେବସାଇଟ ଲଗ-ଇନ ପାସଓ୍ବାର୍ଡ ଓ ଅନ୍ୟ ତଥ୍ୟ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଦେଇପାରିବେ ନାହିଁ । କେବଳ ସାଂସଦମାନେ ନିଜେ ହିଁ ଏହାର ବ୍ୟବହାର କରିପାରିବେ । ସେମାନଙ୍କ ସହଯୋଗୀ କିମ୍ବା ଅନ୍ୟ କେହି ଥାର୍ଡପାର୍ଟି ଏହାକୁ ବ୍ୟବହାର କରିବେ ନାହିଁ । କେବଳ ଓଟିପି ମାଧ୍ୟମରେ ସାଂସଦମାନେ ହିଁ ଏହାକୁ ବ୍ୟବହାର କରିବେ ବୋଲି ଲୋକସଭା ସଚିବାଳୟ କହିଛି । ଏହା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଜଡିତ ‘କ୍ୟାସ ଫର କ୍ବାରୀ’ ମାମଲାର ପ୍ରଭାବ ବୋଲି କୁହାଯାଉଛି ।

  • Ahead of upcoming Winter Session of Parliament, Lok Sabha Secretariat issues an advisory to MPs that personal staff or any third party cannot access the Digital Sansad website and give notices or submit questions. Only MPs will be able to do it using their own individual login…

    — ANI (@ANI) November 23, 2023 " class="align-text-top noRightClick twitterSection" data=" ">

ଟିଏମସି ସାଂସଦ ମହୁଆ ମୋଇତ୍ରା ଶିଳ୍ପପତି ଦର୍ଶନ ହୀରନନ୍ଦାନୀଙ୍କଠାରୁ ଅର୍ଥ ଗ୍ରହଣ କରି ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ସହ ଲୋକସଭା ବାଚସ୍ପତିଙ୍କ ନିକଟରେ କାର୍ଯ୍ୟାନଷ୍ଠାନ ପାଇଁ ଦାବି କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏହା ପରେ ମହୁଆ ତାଙ୍କ ସଂସଦ ଓ୍ବେବସାଇଟର ଲଗ-ଇନ ଡିଟେଲ୍ସ ହୀରାନନ୍ଦାନୀ ଓ ଅନ୍ୟ କିଛି ନିକଟତମ ସହଯୋଗୀଙ୍କୁ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନିଜେ ମହୁଆ ମଧ୍ୟ ସ୍ବୀକାର କରିଥିଲେ । କହିଥିଲେ, ସେ ବ୍ୟସ୍ତ ଥିବା କାରଣରୁ ପ୍ରଶ୍ନ ପ୍ରସ୍ତୁତ କରିବା ପାଇଁ ସେ ଏହି ଆଇଡି ଡିଟେଲ୍ସ ଦେଇଥିଲେ । ଏହା ଆଇନ ବିରୁଦ୍ଧ ନୁହେଁ । ସେମାନେ ଓଟିପି ମାଧ୍ୟମରେ ତାଙ୍କର ଅନୁମୋଦନ ପାଇବା ପରେ ହିଁ କୌଣସି ଅକ୍ଟିଭିଟି ଓ୍ବେବସାଇଟରେ ସବମିଟ ହେଉଥିଲା । ଏହା ଅନ୍ୟ ସହଯୋଗୀଙ୍କୁ ଦେବା ଉପରେ କୌଣସି କଟକଣା ନଥିବା ସେତେବେଳେ ମହୁଆ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କଠୁ ବଳିଗଲେ ଦିଦି: କହିଲେ ‘ପାପୀ’ଙ୍କ ପାଇଁ ଫାଇନାଲରେ ହାରିଲା ଭାରତ

ଏହା ପରେ ମହୁଆଙ୍କ ଏହି ସଂସଦ ଆଇଇଡି ଦୁବାଇରୁ ଏକାଧିକ ଥର ଲଗଇନ୍‌ ହୋଇଥିବା ମଧ୍ୟ ଜଣାପଡିଥିଲା । ଏହି ଘଟଣାକୁ ତଦନ୍ତ କରୁଥିବା ସଂସଦ ଏଥିକ୍ସ କମିଟି ନିଜ ତଦନ୍ତ ଶେଷ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ରିପୋର୍ଟ ପ୍ରଦାନ କରିସାରିଛି । ଏଥିରେ ମହୁଆଙ୍କୁ ବରଖାସ୍ତ କରାଯିବା ନେଇ ସୁପାରିଶ ମଧ୍ୟ ରହିଛି । ତେବେ ଏହି ଅଧିବେଶନରେ ମହୁଆ ମୋଇତ୍ରାଙ୍କ ‘କ୍ୟାସ ଫର କ୍ବାରୀ’ ପ୍ରସଙ୍ଗରେ ଗୃହରେ ମଧ୍ୟ ଉଠିପାରେ । ଏହା ପୂର୍ବରୁ ଆଜି ଲୋକସଭା ସଚିବାଳୟ ଏହି ସମ୍ପର୍କିତ ପ୍ରସଙ୍ଗରେ ଗାଇଡଲାଇନ ଜାରି କରିଛି । ସାଂସଦମାନେ ନିଜ ସଂସଦ ଓ୍ବେବସାଇଟ ଲଗଇନ ନିଜେ ବ୍ୟବହାର ବ୍ୟତୀତ କୌଣସି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପ୍ରଦାନ ନକରିବା ପାଇଁ ଜାରି ଗାଇଡଲାଇନରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.