ETV Bharat / bharat

2024 Polls: ‘ଇଣ୍ଡିଆ’ ମେଣ୍ଟରୁ 50 ଆସନ ଦାବି କରିବେ ଅଖିଳେଶ

author img

By ETV Bharat Odisha Team

Published : Sep 5, 2023, 10:37 PM IST

ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟକୁ 50 ଆସନ ମାଗିବେ ଅଖିଳେଶ । ଅଧିକ ପଢନ୍ତୁ

2024 Polls: ‘ଇଣ୍ଡିଆ’ ମେଣ୍ଟରୁ 50 ଆସନ ଦାବି କରିବ ସମାଜବାଦୀ ପାର୍ଟି

‘ଇଣ୍ଡିଆ’ ମେଣ୍ଟରୁ 50 ଆସନ ଦାବି କରିବ ସମାଜବାଦୀ ପାର୍ଟି

ଲକ୍ଷ୍ନୌ: ବିଜେପି ବିରୋଧରେ ବିରୋଧୀ ମେଣ୍ଟ ଗଠନ କରିଦେଲେ । ‘ଇଣ୍ଡିଆ’ ମେଣ୍ଟ ବ୍ୟାନର ତଳେ ଏକାଠି ବିଜେପି ବିରୋଧରେ ଯୁଦ୍ଧ ଡାକରା ମଧ୍ୟ ଦେଲେ । ହେଲେ 26 ପାର୍ଟି ଏକାଠି ହୋଇଥିବା ଏହି ମେଣ୍ଟରେ ଆସନ ବୁଝାମଣା କେତେ ସୁରୁଖୁରୁରେ ଶେଷ ହେବ, ତାହା ମେଣ୍ଟର ସ୍ଥାୟିତ୍ବ ଉପରେ ବଡ ପ୍ରଶ୍ନ ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ହେଲେ ଏହି ବ୍ୟାପାରରେ କୌଣସି ସମସ୍ୟା ହେବ ନାହିଁ ଓ ଦଳମାନଙ୍କ ବୁଝାମଣା ମଧ୍ୟରେ ଆସନ ଭାଗବଣ୍ଟା ହେବ ବୋଲି ମେଣ୍ଟ ନେତାଏଁ କହିଛନ୍ତି ।

ଏହାରି ମଧ୍ୟରେ ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ବିରୋଧୀ ଦଳ ତଥା ମେଣ୍ଟ ସହଯୋଗୀ ସମାଜବାଦୀ ପାର୍ଟି ନିଜର ଆସନ ପାଇଁ ଏକ ସମ୍ଭାବିତ ସଂଖ୍ୟା ଧାର୍ଯ୍ୟ କରିସାରିଥିବା ଚର୍ଚ୍ଚା ହେଉଛି । ମୋଟ 80 ଆସନ ମଧ୍ୟରୁ 50 ଆସନରେ ନିଜ ପ୍ରାର୍ଥୀ ଲଢାଇବା ପାଇଁ ଅଖିେଳେଶଙ୍କ ଦଳ ମେଣ୍ଟ ନିକଟରେ ଦାବି କରିବାକୁ ଯାଉଥିବା ସୂତ୍ରରୁ ସୂଚନା ମିଳିଛି । ଭାରତୀୟ ଜନତା ପାର୍ଟି ଶାସନରେ ଥିବା ଉତ୍ତର ପ୍ରଦେଶରେ ମୁଖ୍ୟ ବିରୋଧୀ ଦଳ ସ୍ଥାନରେ ରହିଛି ସପା । ହେଲେ ରାଷ୍ଟ୍ରୀୟ ଲୋକ ଦଳ ଓ ତୃଣମୂଳ କଂଗ୍ରେସ ମଧ୍ୟ ଉତ୍ତର ପ୍ରଦେଶରେ ସିଟ ଆଶାୟୀ ରହିଛନ୍ତି । ମାତ୍ର ଅଖିଳେଶ ନିଜ ଦଳ ପାଇଁ 50 ଆସନ ଦାବି କରିବା ନେଇ ଦଳ ଏକପ୍ରକାର ରଣନୀତି ପ୍ରସ୍ତୁତ କରିସାରିଥିବା କୁହାଯାଉଛି ।

ତେବେ ଉତ୍ତର ପ୍ରଦେଶରେ ଜାତୀୟ ରାଜନୀତିରେ ମୁଖ୍ୟ ବିରୋଧୀ ଦଳର ଭୂମିକାରେ ଥିବା କଂଗ୍ରେସ ପ୍ରାୟ 20ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ । ସେହିଭଳି ଆରଏଲଡି, ଟିଏମସି ଏବଂ ଅନ୍ୟାନ୍ୟ ଦଳଙ୍କ ମଧ୍ୟରେ କେତେ ଆସନରେ ଭଗବଣ୍ଟା ହେବ ସେନେଇ ଆଲୋଚନା ଚାଲିଛି । ଭାରତୀୟ ଜନତା ପାର୍ଟି (ବିଜେପି) ପରେ ଲୋକସଭାରେ ସବୁଠାରୁ ବଡ ଦଳ ସ୍ଥାନରେ ଥିବା କଂଗ୍ରେସର ଉତ୍ତର ପ୍ରଦେଶରେ ମାତ୍ର ଗୋଟିଏ ଆସନ ରହିଛି । ତାହା ହେଉଛି ସୋନିଆ ଗାନ୍ଧୀଙ୍କ ରାଏ ବରେଲୀ ଆସନ ।

ଏହା ମଧ୍ୟ ପଢନ୍ତୁ :- INDIA- BHARAT Row: କେନ୍ଦ୍ରକୁ ଟାର୍ଗେଟ୍ କଲେ କେଜ୍ରିଓ୍ୱାଲ, କହିଲେ ବିରୋଧୀ ମେଣ୍ଟର ନାମ ‘ଭାରତ’ ରଖାଗଲେ କ’ଣ ହେବ ?

ସେହିପରି 2019 ନିର୍ବାଚନରେ ​​ସମାଜବାଦୀ ପାର୍ଟି ରାଜ୍ୟରେ 5ଟି ଆସନ ଜିତିଥିଲା, କିନ୍ତୁ ପରବର୍ତ୍ତୀ ଉପ-ନିର୍ବାଚନରେ ସପା ଆଜମଗଡ ଏବଂ ରାମପୁର ଦୁଇଟି ଆସନ ହରାଇବାକୁ ବାଧ୍ୟ ହୋଇଥିଲା । ଏହାପରେ, ବର୍ତ୍ତମାନ ସପା ନିକଟରେ କେବଳ ମୈନପୁରୀ, ମୋରାଦାବାଦ ଓ ସମ୍ବଲକୁ ମିଶାଇ ମାତ୍ର 3ଟି ଆସନ ରହିଛି । ଆରଏଲଡି ଏବଂ ଅନ୍ୟ ସହଯୋଗୀମାନେ ଏଠାରେ ଗତ ନିର୍ବାଚନରେ ଖାତା ଖୋଲି ପାରିନାହାନ୍ତି । ସେହିପରି ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏସପି ହେଉଛି ବିଜେପି ପରେ ଦ୍ୱିତୀୟ ବୃହତ୍ତମ ଦଳ । ଏହି ଦୃଷ୍ଟିକୋଣରୁ ସମାଜବାଦୀ ପାର୍ଟି ଅଧିକାଂଶ ଆସନରେ ଅନ୍ୟ ଦଳଠାରୁ ଭଲ ସ୍ଥିତିରେ ରହିଛି । ଏପରି ସ୍ଥଳେ ଅଖିଳେଶ ନିଜ ଦଳ ପାଇଁ 50 ଆସନ ଲବି ଜୋରଦାର କରିବା ଚର୍ଚ୍ଚା କିଛି ଅସମ୍ଭବ ମଧ୍ୟ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.