ETV Bharat / bharat

ମୃତ୍ୟୁର ୩ ବର୍ଷ ପରେ ଚାଷୀଙ୍କ ନାଁରେ ଉଠିଛି ଋଣ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର

author img

By

Published : Mar 29, 2023, 10:47 PM IST

୨୦୦୬ରେ ମୃତ୍ୟୁ ହୋଇଥିବା ଚାଷୀଙ୍କ ନାମରେ ୨୦୦୯ରେ ଉଠିଛି ଋଣ । ପରିଶୋଧ କରିବାକୁ ପରିବାରକୁ ନୋଟିସ ଦେଉଛି ବ୍ୟାଙ୍କ । ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ ପରିବାର । ଅଧିକ ପଢ଼ନ୍ତୁ

ମୃତ୍ୟୁର ୩ ବର୍ଷ ପରେ ଚାଷୀଙ୍କ ନାଁରେ ଉଠିଛି ଋଣ

ଭୋପାଳ: ଋଣ ପାଇଁ ବ୍ୟାଙ୍କକୁ ଧାଇଁ ଧାଇଁ ହତାଶ ହୋଇଥାନ୍ତି ଚାଷୀ । ଅନେକ ସମୟରେ ସେମାନଙ୍କୁ ଋଣ ମିଳି ନଥାଏ । କିନ୍ତୁ ମଧ୍ୟପ୍ରଦେଶରେ ଜଣେ ଚାଷୀଙ୍କ ମୃତ୍ୟୁର ୩ ବର୍ଷ ପରେ ତାଙ୍କୁ ଋଣ ଦିଆଯାଇଥିବା ସହ ତାଙ୍କ ପରିବାରକୁ ଋଣ ପରିଶୋଧ କରିବାକୁ ବାରମ୍ବାର ନୋଟିସ ଦିଆଯାଉଥିବା ଭଳି ଏକ ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରୁ । ଯାହାର ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ମୃତ କୃଷକଙ୍କ ପରିବାର ଲୋକେ ।

୨୦୦୬ରେ ହୋଇଛି ମୃତ୍ୟୁ, ୨୦୦୯ରେ ମିଳିଛି ଋଣ !: ଅଭିଯୋଗ ଅନୁସାରେ ମଧ୍ୟପ୍ରଦେଶ ଛିନ୍ଦୱାଡ଼ା ଜିଲ୍ଲାର ଚୌରାଇ ତହସିଲ ଅଧିନ ଟୁନୱାଡା ଗ୍ରାମର ଅଜବ ସିଂହ ବର୍ମାଙ୍କର ୨୦୦୬ ମସିହାରେ ମୃତ୍ୟୁ ଘଟିଛି । କିନ୍ତୁ ଛିନ୍ଦୱାଡ଼ା ଷ୍ଟେଟ ବ୍ୟାଙ୍କ ଦ୍ବାରା ୨୦୦୯ରେ ଅଜବ ସିଂହ ବର୍ମାଙ୍କୁ ଋଣ ଦିଆଯାଇଥିବା ନେଇ ତାଙ୍କ ପରିବାରକୁ ନୋଟିସ ଜାରି କରାଯାଇଛି । ଅଜବ ସିଂହ ବର୍ମାଙ୍କ ପୁଅ ରାମଦୟାଲ ବର୍ମାଙ୍କ ଅଭିଯୋଗ ଅନୁସାରେ ତାଙ୍କ ବାପାଙ୍କ ନାଁରେ ୨୦୦୯ ମସିହାରେ ଉଠାଯାଇଥିବା ଋଣର ପରିଶୋଧ ବାବଦକୁ ୨ ଲକ୍ଷ ୭୫ ହଜାର ଜମା କରିବାକୁ ବ୍ୟାଙ୍କରୁ ନୋଟିସ ଦିଆଯାଇଛି । ତେବେ ସେ ଏହି ବ୍ୟାଙ୍କ ବିଷୟରେ କିଛି ଜାଣି ନଥିବା ମଧ୍ୟ କହିଛନ୍ତି ।

କମଲନାଥ ସରକାର ସମୟରେ ମିଳିଥିଲା ଋଣଛାଡ଼ ଚିଠି: ୨୦୧୮ ମସିହାରେ ମଧ୍ୟପ୍ରଦେଶରେ କମଲନାଥ ସରକାର ରାଜ୍ୟର ପ୍ରତି କୃଷକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଋଣ ଛାଡ଼ କରାଯାଇଥିଲା । ଏହି ସମୟରେ ମଧ୍ୟ ଅଜବ ସିଂହ ବର୍ମାଙ୍କ ଘରକୁ ୨ ଲକ୍ଷ ଟଙ୍କାର ଋଣ ଛାଡ଼ କରାଯାଇଥିବା ଚିଠି ଆସିଥିଲା । ଏହାଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ଅଜବଙ୍କ ନାଁରେ କେହି ବେଆଇନ ଭାବେ ଋଣ ଉଠାଇଛି ।

ଅନ୍ୟ ବ୍ୟାଙ୍କରୁ ପରିବାର ଲୋକଙ୍କୁ ମିଳୁନି ଋଣ: ଏଭଳି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ମୃତ ଅଜବ ସିଂହ ବର୍ମାଙ୍କ ପୁଅ ଅଭିଯୋଗ କରି କହିଛନ୍ତି ଯେ, "ବାପାଙ୍କ ନାଁରେ ଛିନ୍ଦୱାଡ଼ା ଷ୍ଟେଟ ବ୍ୟାଙ୍କ ଦ୍ବାରା ଋଣ ରହିଥିବାରୁ ଏବେ ଆମ ନାଁରେ ଥିବା ଜମିରେ ମଧ୍ୟ କୌଣସି ବ୍ୟାଙ୍କ ଋଣ ଦେଉ ନାହାନ୍ତି । ଏଥିପାଇଁ ଆମକୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି ।" ତେବେ ଏନେଇ ବ୍ୟାଙ୍କରେ ହୋଇଥିବା ମିଛ ଋଣକୁ ବନ୍ଦ କରିବା ପାଇଁ ଛିନ୍ଦୱାଡ଼ା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ମୃତ ଅଜବ ସିଂହ ବର୍ମାଙ୍କ ପୁଅ ରାମଦୟାଲ ବର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.