ETV Bharat / bharat

ୟୁପି ଉପନିର୍ବାଚନ: 3 ସିଚ୍‌ରେ ବିଜେପିର କବଜା - MP assembly by election result

କିଏ ଜଗିବ ଭୋପାଳ ଗାଦି
କିଏ ଜଗିବ ଭୋପାଳ ଗାଦି
author img

By

Published : Nov 10, 2020, 8:11 AM IST

Updated : Nov 10, 2020, 5:32 PM IST

17:30 November 10

ୟୁପି ଉପନିର୍ବାଚନ: 3 ସିଚ୍‌ରେ ବିଜେପିର କବଜା

ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ନିଜର ଦୃଢ ସ୍ଥିତି ଜାହିର କରିଥିବା ବିଜେପି ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ କବଜା କରିସାରିଛି 3ଟି ଆସନ । ବାଙ୍ଗରମଉରୁ ଶ୍ରୀମନ୍ତ କଟିୟାର, ନୌଗାଁରୁ ସଙ୍ଗୀତା ଚୌହାନ, ଓ ଟୁଣ୍ଡଲାରୁ ପ୍ରେମପାଲ ସିଂହ ବିଜୟ ହାସଲ କିଛନ୍ତି ।  ଏହା ସହ ବିଜେପି 3 ସିଟରେ ଆଗରେ ଅଛି ।

15:49 November 10

ତେଲେଙ୍ଗାନା ବିଧାନସଭା ଉପନିର୍ବାଚନ: ଦୁବକ ଆସନରେ ବିଜେପି ପ୍ରାର୍ଥୀ ରଘୁ ନନ୍ଦନ ରାୱଙ୍କ ବିଜୟ

ତେଲେଙ୍ଗାନାର ଦୁବକ ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାୱଙ୍କର ବିଜୟ ହୋଇଛି । 1470 ଭୋଟରେ ବିଜୟ ହାସଲ କରିଛନ୍ତି ରଘୁନନ୍ଦନ ।

15:21 November 10

ଗୁଜରାଟ ବିଧାନସଭା ନିର୍ବାଚନ: ସମସ୍ତ 8 ଆସନରେ ବିଜେପିର ବିଜୟ

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ବୃହତ ବିଜୟ । ସମସ୍ତ 8 ଆସନରେ ବିଜୟ ହାସଲ କରିଛି ଦଳ ।  

15:03 November 10

ମଧ୍ୟପ୍ରଦେଶ ଉପନିର୍ବାଚନ: 21 ସିଟ୍‌ରେ ବିଜେପି ଆଗୁଆ

ମଧ୍ୟପ୍ରଦେଶର 28 ଆସନରେ ହୋଇଥିବା ଉପନିର୍ବାଚନରେ ଜାରି ରହିଛି ମତଗଣନା । ବର୍ତ୍ତମାନସୁଦ୍ଧା ବିଜେପି 21ଟି ଆସନରେ ଆଗରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ 6ଟି ସିଟରେ ଆଗୁଆ ରହିଥିବା ବେଳେ ବିଏସପି 1 ଆସନରେ ଥିବା ଜଣାପଡିଛି ।  ଏହାସହ ଶିବରାଜ ସିଂ ଚୌହାନଙ୍କ ସରକାର ଉପରୁ ହଟିଛି ସଙ୍କଟର କଳାବାଦଲ । 

13:46 November 10

ମଧ୍ୟପ୍ରଦେଶର 21 ଆସନରେ ଆଗରେ ବିଜେପି । ୟୁପି ଓ ଗୁଜୁରାଟରେ ମଧ୍ୟ ବିଜେପି ଆଗରେ । 

13:32 November 10

ମଣିପୁରର 5ଟି ବିଧାନସଭା ଉପନିର୍ବାଚନ ମଧ୍ୟରୁ ଦୁଇଟିରେ ବିଜେପି ବିଜୟୀ । ଅନ୍ୟ ଦୁଇଟିରେ ମଧ୍ୟ ଆଗୁଆ ରହିଛି ଦଳ । ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ । 

13:06 November 10

ଗୁଜୁରାଟର 8ଟି ଆସନରେ ବିଜୟର ନିକଟତର ବିଜେପି

ଗୁଜୁରାଟର 8ଟି ଆସନରେ ବିଜୟର ନିକଟତର ବିଜେପି । ଏହା ଆସନ୍ତା ବିଧାନସଭା ନିର୍ବାଚନର ଟ୍ରେଲର କହିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । 

13:03 November 10

ମଣିପୁର ଉପନିର୍ବାଚନରେ ଦୁଇଟି ସିଟ୍‌ରେ ବିଜେପି ଓ ଗୋଟିଏରେ କଂଗ୍ରେସ ଆଗୁଆ । ସେପଟେ ଉତ୍ତରପ୍ରଦେଶରେ ପାଞ୍ଚୋଟି ସିଟ୍‌ରେ ବିଜେପି, ଗୋଟିଏରେ ସମାଜବାଦୀ ପାର୍ଟି ଓ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି । 

12:43 November 10

ମଧ୍ୟପ୍ରଦେଶର ଗ୍ବାଲିୟରରେ ଆଗରେ ବିଜେପି

ଗ୍ବାଲିୟର ବିଧାନସଭାରେ ଆଗରେ ବିଜେପି । ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ସିଂ ତୋମାରଙ୍କୁ 11791 ଖଣ୍ଡ ଭୋଟ । ସେପଟେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି 8558 ଭୋଟ । 

12:20 November 10

କର୍ଣ୍ଣାଟକର ଦୁଇ ବିଧାନସଭା ଉପନିର୍ବାଚନରେ ଆଗରେ ବିଜେପି

କର୍ଣ୍ଣାଟକର ଦୁଇ ବିଧାନସଭା ଉପନିର୍ବାଚନରେ ଆଗରେ ବିଜେପି । ଦୁଇଟି ଆସନରେ ତୃତୀୟ ସ୍ଥାନରେ ଜେଡିଏସ ।

12:14 November 10

ଗୁଜୁରାଟ ଉପନିର୍ବାଚନ: ସବୁ ଆସନରେ ଆଗରେ ବିଜେପି

ଗୁଜୁରାଟରେ ହେଉଥିବା ସମସ୍ତ 8ଟି ବିଧାନସଭା ଉପନିର୍ବାଚନରେ ବିଜେପି ଆଗରେ ରହିଛି । ସେପଟେ ନାଗାଲାଣ୍ଡରେ ହେଉଥିବା ଦୁଇଟି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି ।

11:30 November 10

19 ଆସନରେ ବିଜେପି ଆଗରେ

ମଧ୍ୟପ୍ରଦେଶ ଉପନିର୍ବାଚନ ଗଣତି । ଆରମ୍ଭରୁ 19 ଆସନରେ ଆଗରେ ବିଜେପି । 8 ଆସନରେ କଂଗ୍ରେସ ଆଗରେ । ଗୋଟିଏ ଆସନରେ ବିଏସପି ଆଗେଇଥିବା ସୂଚନା । 

10:45 November 10

ଛତିଶଗଡର ମରୱାହି ଆସନରେ କଂଗ୍ରେସ ଆଗୁଆ । 

10:39 November 10

ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପି ଆଗରେ

ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପି ଆଗରେ ରହିଛି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ,  28 ଆସନ ମଧ୍ୟରୁ ବିଜେପି 13ଟିରେ ଆଗରେ ଥିବାବେଳେ କଂଗ୍ରେସ 7ଟିରେ ଆଗରେ ରହିଛି ସେହିପରି ବିଏସପି ଗୋଟିଏ ଆସନରେ ଆଗେଇଛି । 

10:31 November 10

ମଣିପୁରର ଗୋଟିଏ ଆସନରେ ବିଜେପିର ବାଜିମାତ୍‌

ମଣିପୁରରେ ହେଉଥିବା 5ଟି ବିଧାନସଭା ଆସନ ମଧ୍ୟରୁ ଗୋଟିଏରେ ବିଜେପିର ବାଜିମାତ୍‌ । ଅନ୍ୟ ଏକ ଆସନରେ ବିଜେପି ଆଗରେ ଥିବା ସୂଚନା । 

10:17 November 10

ଗୁଜୁରାଟରେ ବିଜେପି ଆଗରେ

ଗୁଜୁରାଟର 8ଟି ଆସନ ମଧ୍ୟରୁ 7ଟିରେ ବିଜେପି ଆଗୁଆ । କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି । 

09:31 November 10

କର୍ଣ୍ଣାଟକର ଆର ଆର ନଗର ଆସନରେ ବିଜେପି ଆଗରେ ରହିଛି । ସେପଟେ ଗୁଜୁରାଟର 8 ଆସନ ମଧ୍ୟରୁ 2ଟିରେ ବିଜେପି ଆଗରେ ରହିଛି । ଉତ୍ତରପ୍ରଦେଶର 7 ଆସନ ମଧ୍ୟରୁ 4ଟିରେ ବିଜେପି ଓ 3ଟିରେ ସମାଜବାଦୀ ପାର୍ଟି ଆଗରେ ରହିଛି । 

09:19 November 10

ମଧ୍ୟପ୍ରଦେଶରେ ବିଜେପି ଆଗରେ

ଜାରି ରହିଛି ଉପନିନିର୍ବାଚନର ଗଣତି । ମଧ୍ୟପ୍ରଦେଶରେ ଆଗରେ ବିଜେପି  । ସେପଟେ ନାଗାଲାଣ୍ଡରେ ଜାରି ରହିଛି ଗଣନା । 

08:48 November 10

11 ରାଜ୍ୟର 58 ବିଧାନସଭାରେ ଉପନିର୍ବାଚନ, ଗଣତି ଆରମ୍ଭ

ନୂଆଦିଲ୍ଲୀ: ଦେଶର 11 ରାଜ୍ୟର 58ଟି ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । 58ଟି ଆସନ ମଧ୍ୟରେ ମଧ୍ୟପ୍ରଦେଶର 28ଟି ଆସନ, ଓଡିଶାର2ଟି, କର୍ଣ୍ଣାଟକର 2ଟି, ୟୁପିର 7ଟି, ଗୁଜୁରାଟର 8ଟି, ତେଲେଙ୍ଗାନାର ଗୋଟିଏ, ମଣିପୁରର 4ଟି, ଝାରଖଣ୍ଡର 2ଟି, ନାଗାଲାଣ୍ଡର ଦୁଇଟି, ଛତିଶଗଡର ଗୋଟିଏ ଓ ହରିୟାଣାର ଗୋଟିଏ ଆସନରେ ଉପନିର୍ବାଚନ ପାଇଁ ହୋଇଥିବା ନିର୍ବାଚନର ଗଣତି ଆରମ୍ଭ ହୋଇଛି । 

08:01 November 10

କିଏ ଜଗିବ ଭୋପାଳ ଗାଦି, ଫୈସଲା ଆଜି

ଭୋପାଳ: ମଧ୍ୟପ୍ରଦେଶର 28 ଆସନରେ ହେଉଥିବା ଉପନିର୍ବାଚନ ପାଇଁ  ଆଜି ଭୋଟ ଗଣତି ହେବ । ଚଳିତ ଥର କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଣତିରେ ଅନେକ ପରିବର୍ତ୍ତନ କରାଯାଇଛି । ତେବେ ଆଜିର ଏହି ଗଣତିରେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ସରକାର ରହିବ ନା ପୁଣି ଥରେ କମଲାନାଥଙ୍କ ସରକାର ଗଢିବ ସେନେଇ ଫୈସଲା ହେବ । 28 ଆସନ ପାଇଁ ମୋଟ 355 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ପ୍ରତି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।  

କିଏ କେତେ ଆସନରେ ଲଢୁଛି  

ବିଜେପି-28

କଂଗ୍ରେସ-28

ବିଏସପି-28

ସମାଜବାଦି ପାର୍ଟି-13

ଅନ୍ୟମାନେ ସ୍ବାଧୀନ ଭାବେ ମୈଦାନରେ ଅଛନ୍ତି ।  

କିପରି ସରକାର ଗଠନ କରିବ କଂଗ୍ରେସ  

ବର୍ତ୍ତମାନ କଂଗ୍ରେସ ପାଖରେ 87 ଜଣ ବିଧାୟକ ଥିବାବେଳେ ସରକାର ଗଢିବାକୁ 28 ବିଧାୟକ ଆବଶ୍ୟକ । ଯଦି ଏପରି ନହୁଏ ତେବେ କଂଗ୍ରେସକୁ ଅତିକମରେ 21 ଜଣ ଦଳୀୟ ବିଧାୟକ ଓ 4 ସ୍ବାଧୀନ, 2 ବିଏସପି ଓ ଜଣେ ଏସପି ବିଧାୟକଙ୍କ ଆବଶ୍ୟକତା ରହିଛି । ଯେଉଁଥିରେ ଦଳ ବହୁମତ ହାସଲ କରି ପୁଣି ଥରେ ସରକାର ଗଢିପାରିବ ।  

ବିଜେପି ପାଇଁ କେତେ ବିଧାୟକ ଆବଶ୍ୟକ

ବର୍ତ୍ତମାନ ବିଜେପି ପାଖରେ 107 ଜଣ ବିଧାୟକ ଥିବାବେଳେ ଉପନିର୍ବାଚନରେ ଅତିକମରେ 8ଟି ଆସନରେ ଦଳକୁ ବିଜୟ ଲାଭ କରିବାକୁ ପଡିବ । ତେବେ ଯାଇ ସରକାର ରହିବ । ନହେଲେ ସରକାର ଭଙ୍ଗିଯିବାର ସମ୍ଭାବନା ରହିଛି ।  

ସୂଚନାଥାଉକି, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ମୋଟ 22 ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା । ପରେ ମୋଟ 28ଟି ଆସନରେ ଉପନିର୍ବାଚନ ହୋଇଥିଲା ।  

Last Updated : Nov 10, 2020, 5:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.