ETV Bharat / bharat

Uniform Civil Code: ୟୁନିଫର୍ମ ସିଭିଲ କୋଡ ଜାତୀୟ ପ୍ରସଙ୍ଗ, ଖୁବଶୀଘ୍ର ବହୁ ରାଜ୍ୟରେ ଲାଗୁ ହେବ କହିଲେ ନଡ୍ଡା

author img

By

Published : Nov 27, 2022, 8:30 PM IST

ଦେଶରେ ଏକକ ନାଗରିକ ସଂହିତା (Uniform Civil Code) ଲାଗୁ ଏକ ସ୍ବାଗତଯୋଗ୍ଯ ନିଷ୍ପତ୍ତି । ଏହା ଏକ ଜାତୀୟ ପ୍ରସଙ୍ଗ । ଖୁବଶୀଘ୍ର ବହୁ ରାଜ୍ୟରେ ଲାଗୁ ହେବ ବିଜେପି ଚିଫ ନଡ୍ଡାଙ୍କ ସୂଚନା । ଅଧିକ ପଢନ୍ତୁ

Uniform Civil Code: ୟନିଫର୍ମ ସିଭିଲ କୋଡ ଜାତୀୟ ପ୍ରସଙ୍ଗ, ଖୁବଶୀଘ୍ର ବହୁ ରାଜ୍ୟରେ ଲାଗୁ ହେବ କହିଲେ ନଡ୍ଡା

ହାଇଦ୍ରାବାଦ: ଦେଶରେ ଏକକ ନାଗରିକ ସଂହିତା (Uniform Civil Code) ଲାଗୁ ହେବା ଏକ ଜାତୀୟ ପ୍ରସଙ୍ଗ । ଭାରତୀୟ ଜନତା ପାର୍ଟି ଏକାଧିକ ରାଜ୍ୟରେ ଏହାକୁ ଲାଗୁ କରିବା ନେଇ ପୂର୍ବରୁୁ ଘୋଷଣା କରିସାରିଛି । ଏଥିରେ ନିର୍ବାଚନ ହେବାକୁ ଥିବା ଗୁଜୁରାଟ ଓ ହିମାଚଳ ପ୍ରଦେଶ ମଧ୍ୟ ସାମିଲ ରହିଛି । ଦଳ ଦେଇଥିବା ପ୍ରତୃଶୃତି ପ୍ରତି ପ୍ରତିବଦ୍ଧ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା (BJP president Nadda on Uniform Civil Code)।

ଖବର ସରବରାହ ସଂସ୍ଥା PTIକୁ ଦେଇଥିବା ସାକ୍ଷାତକାରରେ ନଡ୍ଡା କହିଛନ୍ତି, ‘‘ଦେଶର ସମ୍ବଳରେ ଭାଗିଦାରୀ ଓ ଉତ୍ତରଦାୟିତ୍ବ ସମସ୍ତ ନାଗରିକଙ୍କ ପାଇଁ ସମାନ ହେବା ଉଚିତ । ଦେଶର ନାଗରିକଙ୍କ ମଧ୍ୟରେ ସମାନତା ଆଣିବାର ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ୟୁନିଫର୍ମ ସିଭିଲ କୋଡ ଲାଗୁ କରାଯିବା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି । ଆମେ ଯଥା ସମ୍ଭବ ବିଭିନ୍ନ ରାଜ୍ୟରେ ଏହାର କାର୍ଯ୍ୟକାରିତା ପାଇଁ ଚେଷ୍ଟା କରୁଛୁ ।’’

ସେହିପରି ଗୁଜୁରାଟରେ ଗତକାଲି ଘୋଷଣାପତ୍ର ଜାରି କରିଛି ଦଳ । ଚଳିତ ନିର୍ବାଚନରେ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେବା ସମ୍ପର୍କିତ ପ୍ରଶ୍ନରେ ନଡ୍ଡା କହିଛନ୍ତି, ଦଳ ‘‘ସବକା ସାଥ ସବକା ବିକାଶ’’ ରେ ବିଶ୍ବାସ କରେ । ପୂର୍ବତନ ରାଷ୍ଟ୍ରପତି ଡ.ଏ.ପି.ଜେ ଅବଦୁଲ କଲାମଙ୍କ ଉଦାହରଣ ଦେଇ ନଡ୍ଡା କହିଥିଲେ, ଭାରତୀୟ ଜନତା ପାର୍ଟି ସମର୍ଥନରେ କଲାମ ଦେଶର ରାଷ୍ଟ୍ରପତି ହୋଇଥିଲେ । କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ବାଧୀନ ସରକାର ମୁସଲିମ ରାଜ୍ୟପାଳ ମଧ୍ୟ ନିଯୁକ୍ତ କରିଛନ୍ତି । ତେଣୁ ଦଳ ସବକା ସାଥ ସବକା ବିଶ୍ବାସରେ ବିଶ୍ବାସ କରେ ବୋଲି ନଡ୍ଡା କହିଛନ୍ତି । ଆହୁରୁ ମଧ୍ୟ ନଡ୍ଡା କହିଛନ୍ତି, ଗୁଜୁରାଟ ନିର୍ବାଚନରେ ଆମ ଆଦମୀ ପାର୍ଟି କିମ୍ବା କଂଗ୍ରେସ ସରକାର ଗଠନ କରିବା ସମ୍ଭବପର ନୁହେଁ । ତେଣୁ ସେମାନେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଏକାଧିକ ମାଗଣା ଯୋଜନାର ପ୍ରଲୋଭନ ଦେବାରେ ଲାଗିଛନ୍ତି । ବଜେପି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ସଦା ଚେଷ୍ଟିତ । ବିଜେପିର ପଦକ୍ଷେପ ପଛୁଆ ସଶକ୍ତିକରଣ ସମ୍ପର୍କିତ ବୋଲି ଶାହ କହିଥିଲେ ।

ନିର୍ବାଚନ ହେବାକୁ ଥିବା ଗୁଜୁରାଟରେ ଦଳ ଘମାଘୋଟ ପ୍ରଚାର ଜାରି ରଖିଛି । ପ୍ରଧାନମନ୍ତ୍ରୀ ମୋଦି, ଅମତି ଶାହ, ପାର୍ଟିର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେ.ପି ନଡ୍ଡା ପ୍ରମୁଖ ମାରାଥନ ପ୍ରଚାର ଜାରି ରଖିଛନ୍ତି । ଗତକାଲି ଦଳ ତାର ଇସ୍ତାହାର ଘୋଷଣା କରିଥିଲା । ବିଭିନ୍ନ କ୍ଷେତ୍ର ପାଇଁ 40 ସୂତ୍ରୀ ପ୍ରତିଶୃତି ରଖିଛି ଦଳ । ଚଳିତ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.