ETV Bharat / bharat

Military Operations DG: ଜେନେରାଲ ମନୋଜ କୁମାର ହେବେ ସ୍ଥଳସେନା ଅପରେସନ ମହାନିର୍ଦ୍ଦେଶକ

author img

By

Published : Apr 19, 2022, 6:10 PM IST

ସ୍ଥଳସେନାର ଅପରେସନ ମହାନିର୍ଦ୍ଦେଶକ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର । ମେ’ ପହିଲାରୁ ନେବେ ନୂଆ ଦାୟିତ୍ବ । ଅଧିକ ପଢନ୍ତୁ

ଜେନେରାଲ ମନୋଜ କୁମାର କତିଆର ହେବେ ସ୍ଥଳସେନା ଅପରେସନ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ହେବେ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ଅପରେସନ ମହାନିର୍ଦ୍ଦେଶକ (Director-General of Military Operations) । ଆଜି ତାଙ୍କୁ ଏହି ନୂଆ ପଦବୀରେ ନିଯୁକ୍ତି ମିଳିଥିବା ବେଳେ ସେ (ଆସନ୍ତା ମାସ) ମେ’ ପହିଲାରେ ଦାୟିତ୍ବ ଗ୍ରହଣ କରିବେ । ସେ ବର୍ତ୍ତମାନ ସ୍ଥଳସେନାର କ୍ରପ-1ରେ ଜେନେରାଲ କମାଣ୍ଡିଂ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

  • Lieutenant General Manoj Kumar Katiyar has been appointed as the next Director-General of Military Operations. He would be taking over the new office on May 1st.

    (File Pic) pic.twitter.com/pF3RSINXeh

    — ANI (@ANI) April 19, 2022 " class="align-text-top noRightClick twitterSection" data=" ">

ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA)ରୁ ଶିକ୍ଷା ଶେଷ କରିବା ପରେ 1986 ମସିହାରେ ଭାରତୀୟ ସେନାର ରାଜପୁତ ରେଜିମେଣ୍ଟର 23 ବାଟାଲିୟନରେ ସାମିଲ ହୋଇଥିଲେ ଜେନେରାଲ ମନୋଜ କତିଆର । ସେ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ଓ୍ବାର କଲେଜରୁ ମଧ୍ୟ ସ୍ନାତକ ହାସଲ କରିଛନ୍ତି ।

ସେ ପୂର୍ବରୁ ମଧ୍ୟ ସ୍ଥଳସେନା ମୁଖ୍ୟାଳୟର ଜେନେରାଲ ଷ୍ଟାଫ ଡ୍ୟୁଟିର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିଲେ । ପରେ ସେ ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖାର ଫରଓ୍ବାର୍ଡ ପୋଷ୍ଟରେ ମଧ୍ୟ ସେନାର ନେତୃତ୍ବ ନେଇଛନ୍ତି । ଭାରତୀୟ ସେନାରେ ଦୀର୍ଘବର୍ଷର ସେବା ଓ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅତି ବିଶିଷ୍ଟ ସେବା ମଡେଲରେ ମଧ୍ୟ ସମ୍ମାନିତ କରାଯାଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.