ଶ୍ରୀନଗର: ଘାଟିରେ ସୁରକ୍ଷା ବାହିନୀକୁ ଆତଙ୍କବାଦୀ ନିରୋଧୀ ଅଭିଯାନରେ କ୍ରମାଗତ ସଫଳତା ମିଳିଛି । ଆଜି ଅପରେସନରେ ଦୁଇ ଲଶ୍କର-ଏ-ତାଇବା (LET) ଏବଂ ଜୈଶ-ଏ-ମହମ୍ମଦ (JEM) ଆତଙ୍କବାଦୀଙ୍କୁ ନିପାତ ହୋଇଥିବା ସୂଚନା ଦେଇଛି କାଶ୍ମୀର ପୋଲିସ । ଅବନ୍ତିପୁରାରେ ଆତଙ୍କବାଦୀ ବିରୋଧୀ ଅପରେସନ ବେଳେ ସୁରକ୍ଷା ବଳକୁ ଏହି ସଫଳତା ମିଳିଛି ।
ସ୍ଥାନୀୟ ପୋଲିସ ପ୍ରଦାନ କରିଥିବା ସୂଚନା ଅନୁସାରେ, ଗତକାଲି (ସୋମବାର) ସଂନ୍ଧ୍ୟାରେ ଅବନ୍ତିପୁରାର ରାଜପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଇନପୁଟ ସୂଚନା ମିଳିଥିଲା । ସୂଚନା ପାଇବା ପରେ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଅପରସନ ଆରମ୍ଭ କରିଥିଲେ । ଏଥିରେ ଗୁଳି ବିନିମୟ ହୋଇଥିବା ବେଳେ ଦୁଇ ଆତଙ୍କୀଙ୍କୁ ସଫା କରିବାରେ ସେନା ସଫଳ ହୋଇଛି । ଉଭୟ ନିହତ ଆତଙ୍କୀ ଦୀର୍ଘ ଦିନ ହେବ ଘାଟିରେ ଆତଙ୍କୀ କାର୍ଯ୍ୟକଳାପରେ ସକ୍ରିୟ ଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ