ETV Bharat / bharat

JeM ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିଲା LeM ମୁଖ୍ୟ - ପାକିସ୍ତାନୀ ଆତଙ୍କବାଦ ସଙ୍ଗଠନ

ଆଗକୁ ଭାରତରେ ହେବ କି ବଡ ଧରଣର ଆତଙ୍କବାଦ ଆକ୍ରମଣ ? ବଡ ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନୀ ଆତଙ୍କବାଦ ସଙ୍ଗଠନ ? ଏଭଳି ସନ୍ଦେହ ଦୃଢୀଭୂତ ହେଉଛି । କାରଣ ଭାରତ ବିରୋଧରେ ଥିବା ନୂଆ ଆତଙ୍କବାଦ ସଙ୍ଗଠନ ଲସ୍କର-ଇ-ମୁସ୍ତାଫା(LeM)ର ମୁଖ୍ୟ ଲଗାତାର ଭାବେ ମାସୁଦ ଅଜହର ଭାଇ ସହିତ ଯୋଗାଯୋଗ ରଖିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

JeM ଆତଙ୍କବାଦୀଙ୍କ ସହ ଲଗାତାର ବାର୍ତ୍ତାଳାପ ଚଲାଇଛି LeM ମୁଖ୍ୟ

author img

By

Published : Aug 8, 2021, 3:19 PM IST

ନୂଆଦିଲ୍ଲୀ: ଭାରତ ବିରୋଧରେ ଆତଙ୍କବାଦ ଆକ୍ରମଣ ପାଇଁ ନୂଆ ସଙ୍ଗଠନ ଲସ୍କର-ଇ-ମୁସ୍ତାଫା(LeM) ଗଠନ କରିଛି ଜୈଶ-ଇ-ମହମ୍ମଦ(JeM) । LeMର ମୁଖ୍ୟ ହିଦାୟତ ଉଲ୍ଲାହ ମଲିକ ତଥା ହସନେନ ସହିତ ଲଗାତାର କଥା ହେଉଛି ପାକିସ୍ତାନୀ ଆତଙ୍କବାଦ ସଙ୍ଗଠନ ଜୈଶ-ଇ-ମହମ୍ମଦ ଓ ମାସୁଦ ଅଜହର ଭାଇ ମୁଫ୍ତି ରୌଫ । ଆଗକୁ ଭାରତ ବିରୋଧରେ ବଡ ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଏହା ଉପରେ କଡା ନଜର ରଖିଛି ଭାରତୀୟ ସେନା ।

ଜୈଶ-ଇ-ମହମ୍ମଦ ଗତବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ LeMକୁ ଗଠନ କରିଛି । ଭାରତ ବିରୋଧରେ ଆତଙ୍କୀ ହମଲା ପାଇଁ ହସନେନକୁ ମୁଖ୍ୟ ଦାୟିତ୍ବ ଦିଆଯାଇଛି । ହସନେନ ସହିତ ଗତ କିଛି ଦିନ ଧରି ଲଗାତାର ଭାବେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରର ଭାଇ କଥା ହେଉଛନ୍ତି । ଯାହାକି ଭାରତ ବିରୋଧରେ ଆତଙ୍କବାଦୀ ହମଲାର ସନ୍ଦେହ ଦୃଢୀଭୂତ ହୋଇଛି । ତେବେ ଏମାନେ ପାକିସ୍ତାନୀ ମୋବାଇଲ ନମ୍ବର ଜରିଆରେ ପରସ୍ପର ସହିତ ଯୋଗାଯୋଗ କରୁଛନ୍ତି ବୋଲି ଜଣାପଡିଛି । LeMର 6 ଜଣ ଆତଙ୍କବାଦୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA) ଚାର୍ଜସିଟ ଦାଖଲ କରିଛି ।

ଲସ୍କର-ଇ-ମୁସ୍ତାଫା ଗଠନ ପରେ ହସନେନ ଜମ୍ମକାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ଆରମ୍ଭ କରିଛି । ହସନେନ ପାକିସ୍ତାନୀ ମୋବାଇଲ ନମ୍ବର ଜରିଆରେ ମାସୁଦ ଅଜହର ଭାଇ ମୁଫ୍ତି ରୌଫ (+92336648XXXX) ଓ ଅସକ ଅହମ୍ମଦ ନେଙ୍ଗରୁ +92355809XXXX ଓ +92355141XXXX)ଙ୍କ ସହିତ ହ୍ବାଟ୍ସଆପରେ କଥା ହେଉଛି ବୋଲି ଜଣାପଡିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏହି ୨ ଜଣ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛନ୍ତି ।

ହସନେନକୁ ନିଜେ ଟଙ୍କା ରୋଜଗାର କରିବାକୁ କହିଛି ଜୈଶ-ଇ-ମହମ୍ମଦ । ଜମ୍ମୁକାଶ୍ମୀରର କିଛି ଯୁବକଙ୍କୁ ଏହି ସଙ୍ଗଠନରେ ସାମିଲ କରିବାକୁ ମଧ୍ୟ କହିଛି JeM । ଟଙ୍କା ଏକଜୁଟ କରିବା ପାଇଁ ଏହି ସଙ୍ଗଠନର କିଛି ଆତଙ୍କବାଦୀ ଦିନ ସମୟରେ ଜମ୍ମୁକାଶ୍ମୀରର ବ୍ୟାଙ୍କରୁ ଟଙ୍କା ହଡପ କରୁଥିବା ମଧ୍ୟ ଜଣାପଡିଛି । ତେବେ ସେମାନେ ଏକ ବ୍ୟାଙ୍କରୁ ୬୦ ଲକ୍ଷ ଟଙ୍କା ଚୋରି କରି ଅସ୍ତ୍ରଶସ୍ତ୍ର କିଣୁଛନ୍ତି । ଗତ ଜୁଲାଇ ମାସରେ NIA ଲସ୍କର-ଇ-ମୁସ୍ତାଫାର ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏମାନ ବିହାରର ସରାନ ଜିଲ୍ଲାର ହୋଇଥିବା ବେଳେ ଆତଙ୍କବାଦୀ ସଙ୍ଗଠନକୁ ଏମାନେ ଅସ୍ତ୍ରଶସ୍ତ୍ର ପଠାଇବାରେ ସାହାଯ୍ୟ କରୁଥିଲେ । ବିହାରରୁ ମୋହାଲି ଓ ଅମ୍ବାଲାକୁ ଏମାନେ ପଠାଉଥିଲେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.