ଥିରୁଅନନ୍ତପୁରମ: ପୁଣି କେରଳ କବଜା କରିବ ଶାସକ ଦଳ ଏଲଡିଏଫ । ସେପଟେ ଧର୍ମାଦମ ଆସନରୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।
ଭୋଟ ଗଣତି ପର୍ଯ୍ୟାୟର ଶେଷ ସୁଦ୍ଧା ଏଲଡିଏଫ 86ଟି ଆସନରେ ବିଜୟ ଲାଭ କରିଥିବା ବେଳେ 14ଟି ଆସନରେ ଆଗୁଆ ରହିଛି । ସେପଟେ ୟୁଡିଏଫ 29ଟି ଆସନ ହାତେଇଥିବା ବେଳେ 11ଟି ଆସନରେ ଆଗୁଆ ରହିଛି । ବିଜେପି ନେତୃତ୍ବାଧୀନ ଏନଡିଏ ଗୋଟିଏ ବି ଆସନରେ ବିଜୟୀ ହୋଇପାରିନାହିଁ ।
-
Congratulations @vijayanpinarayi ji on your party winning the #KeralaAssemblyElection for the second consecutive time. Best wishes.
— Naveen Patnaik (@Naveen_Odisha) May 2, 2021 " class="align-text-top noRightClick twitterSection" data="
">Congratulations @vijayanpinarayi ji on your party winning the #KeralaAssemblyElection for the second consecutive time. Best wishes.
— Naveen Patnaik (@Naveen_Odisha) May 2, 2021Congratulations @vijayanpinarayi ji on your party winning the #KeralaAssemblyElection for the second consecutive time. Best wishes.
— Naveen Patnaik (@Naveen_Odisha) May 2, 2021
ରାଜ୍ୟରେ ଏଲଡିଏଫ ଓ ୟୁଡିଏଫ ଆଗପଛ ଭାବେ ଶାସନଭାର ସମ୍ଭାଳି ଆସୁଛନ୍ତି । ଏଲଡିଏଫରେ ସିପିଆଇ, କେରଳ କଂଗ୍ରେସ(ଏମ) ଓ ଅନ୍ୟ ଛୋଟ ଦଳ ସାମିଲ ରହିଥିବା ବେଳେ ୟୁଡିଏଫରେ କଂଗ୍ରେସ, ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ, କେରଳ କଂଗ୍ରେସ, ବୈପ୍ଳବିକ ସାମୟିକ ଦଳ ଓ ଅନ୍ୟ ଛୋଟ ଦଳ ମଧ୍ୟ ସାମିଲ ରହିଛି । ସେପଟେ ଯଦି ଏକ୍ସିଟ ପୋଲର ଫଳାଫଳ ସଠିକ ଆସେ ତେବେ ମୁଖ୍ୟମନ୍ତ୍ରୀ ପିନରାୟ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦବୀ ହାସଲ କରି ରେକର୍ଡ ସୃଷ୍ଟି କରିବେ ।
ଚଳିତ ନିର୍ବାଚନରେ ଶାସକ ଦଳର ପୁନଃ ବିଜୟ ସ୍ପଷ୍ଟ ହୋଇ ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟାନଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ସୂଚନା ଜଣାଇଛନ୍ତି । ରବିବାର ରାଜ୍ୟରେ 140ଟି ବିଧାନସଭା ଆସନ ପାଇଁ ସକାଳ 8ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । କୋରୋନା କଟକଣା ମଧ୍ୟରେ ଗଣତି ପ୍ରକ୍ରିୟାକୁ ଶେଷ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛି । କେନ୍ଦ୍ରକୁ ସାନିଟାଇଜ କରାଯିବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ଚାଲିଛି ଗଣତି ପ୍ରକ୍ରିୟା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ