ETV Bharat / bharat

Chandrayaan-3: ଜୁଲାଇ 13ରେ ଚନ୍ଦ୍ରାୟନ-3 ଲଞ୍ଚ

author img

By

Published : Jun 28, 2023, 8:12 PM IST

ଆସନ୍ତାମାସ 13 ତାରିଖରେ ହେବ ଲଞ୍ଚ ହେବ ଚନ୍ଦ୍ରାୟନ-3 । 2019 ରେ ଶେଷ ପର୍ଯ୍ୟାୟରେ ଅସଫଳ ହୋଇଥିଲା ଚନ୍ଦ୍ରାୟନ-2 । ଆନ୍ଧ୍ର ପ୍ରଦେଶରେ ଶ୍ରୀହରିକୋଟାରୁ ହେବ ଉତକ୍ଷେପଣ । ଅଧିକ ପଢନ୍ତୁ

Chandrayaan-3: ଆସନ୍ତାମାସ 13 ରେ ହେବ ଲଞ୍ଚ, ତାରିଖ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ଆସନ୍ତା ମାସ 13 ତାରିଖରେ ଉତକ୍ଷେପଣ ହେବ ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ । ଆଜି ଏନେଇ ମହାକାଶ ଗବେଷଣା ସଂସ୍ଥା ISRO ତାରିଖ ଘୋଷଣା କରିଛି । ଜୁଲାଇ 13 ତାରିଖ ଅପରାହ୍ନ 2.30 ରେ ଏହି ରକେଟ ଚନ୍ଦ୍ରପୃଷ୍ଠ ଅଭିମୁଖେ ଉତକ୍ଷେପଣ କରାଯିବ । ଯଦି ଏହି ବହୁପ୍ରତୀକ୍ଷିତ ମହାକାଶ ମିଶନ ‘ଚନ୍ଦ୍ରାୟନ-3’ ର ଉତକ୍ଷେପଣ ସଫଳ ହୁଏ, ତେବେ ଭାରତ ଏହି ସଫଳତା ପାଇବାର 4ର୍ଥ ଦେଶ ଭାବେ ମାନ୍ୟତା ହାସଲ କରିବ । ଏହାପୂର୍ବରୁ ଆମେରିକା, ଋଷ ଏବଂ ଚୀନ୍ ସେମାନଙ୍କର ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରିବାରେ ସକ୍ଷମ ହୋଇପାରିଛନ୍ତି ।

  • #WATCH | ISRO chief S Somnath says, "Currently the Chandrayaan 3 spacecraft is fully integrated. We have completed the testing...Currently, the window of opportunity for launch is between 12-19th July...We will announce the exact date after all the tests are completed..." pic.twitter.com/FVT8uHkJVU

    — ANI (@ANI) June 28, 2023 " class="align-text-top noRightClick twitterSection" data=" ">

2019 ରେ ଅସଫଳ ରହିଥିଲା ଚନ୍ଦ୍ରାୟନ-2 :-

22 ଜୁଲାଇ 2019 ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରା ଦ୍ବାରା ‘ଚନ୍ଦ୍ରାୟନ-୨’ ମିଶନ ଆରମ୍ଭ କରାଯାଇଥିଲା । ଉତକ୍ଷେପଣର ପ୍ରାୟ 2 ମାସ ପରେ, 7 ସେପ୍ଟେମ୍ବର 2019 ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାଡାରରୁ ବିଛିନ୍ନ ହୋଇଥିଲା । ସମ୍ପୂର୍ଣ୍ଣ ମିଶନ ପ୍ରାୟତଃ ସଫଳ ରହିଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡ କରିପାରିନଥିଲା । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ଏହାର ବିପଳତା ପରେ ଇସ୍ରୋ ଚନ୍ଦ୍ରାୟନ-3 ର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ଯାହାର ଲଞ୍ଚିଂ କାଉଣ୍ଟଡାଉନ ଆଜି ଠାରୁ ଆରମ୍ଭ ହୋଇଛି ।

କ’ଣ ଏହି ‘ଚନ୍ଦ୍ରାୟନ-3’ ?

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ନିଜର ଉପଗ୍ରହକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଚାହୁଁଛି । ଏହା ପୂର୍ବରୁ ପୃଥିବୀର କକ୍ଷପଥରେ ଏକାଧିକ ଉପଗ୍ରହ ସ୍ଥାପିତ ହୋଇ ଚନ୍ଦ୍ରକୁ ପରିକ୍ରମା କରିଛନ୍ତି । ପ୍ରଥମ ଥର ପାଇଁ 2008 ରେ ଭାରତ ଚନ୍ଦ୍ରଯାନ-1 କୁ ସଫଳତାର ସହ ଲଞ୍ଚ କରିଥିଲା ଇସ୍ରୋ । ଏହା ପରେ 2019 ରେ ଚନ୍ଦ୍ରଯାନ-୨ ଲଞ୍ଚ କରିବାରେ ଭାରତ ବିଫଳ ହୋଇଥିଲା । ବର୍ତ୍ତମାନ ଭାରତ ଚନ୍ଦ୍ରାୟନ-3 ଲଞ୍ଚ କରି ଇତିହାସ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଏହା ଆନ୍ଧ୍ର ପ୍ରଦେଶର ଶ୍ରୀହାରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହେବ । ଚନ୍ଦ୍ରୟାନ-3 ର ତିନୋଟି ଅଂଶ, ପ୍ରପୁଲସନ୍ ମଡ୍ୟୁଲ୍, ଲ୍ୟାଣ୍ଡର ମଡ୍ୟୁଲ୍ ଏବଂ ରୋଭର ପ୍ରସ୍ତୁତ କରାଯାଇଛି । ଅଭିଯାନର ଶେଷ ପର୍ଯ୍ୟାୟ ଭାବେ ଲ୍ୟାଣ୍ଡର ହିଁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଇସ୍ରୋର ବାହୁବଳୀ କୁହାଯାଉଥିବା GSLV-Mk-III ରକେଟ ଦ୍ବାରା ଉତକ୍ଷେପଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.