ETV Bharat / bharat

ବାରମୁଲ୍ଲାରୁ LET ଆତଙ୍କବାଦୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

author img

By

Published : May 9, 2022, 11:46 AM IST

ବାରମୁଲ୍ଲାରୁ (Lashkar-e-Taiba) ଲସ୍କର-ଇ-ତୋଏବାର ଜଣେ ପ୍ରମୁଖ ସକ୍ରିୟ ସଦସ୍ୟ ଗିରଫ । ଅଧିକ ପଢନ୍ତୁ

ବାରମୁଲ୍ଲାରୁ LET ଆତଙ୍କବାଦୀ ଗିରଫ: ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ସୁରକ୍ଷା ବାହିନୀକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ଜମ୍ମୁ କାଶ୍ମୀର ବାରମୁଲ୍ଲାରୁ(Baramulla) ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ଓ ସୁରକ୍ଷା ବାହିନୀ । ଗିରଫ ଆତଙ୍କବାଦୀ ଜଣକ (Lashkar-e-Taiba) ଲସ୍କର-ଇ-ତୋଏବାର ଜଣେ ପ୍ରମୁଖ ସକ୍ରିୟ ସଦସ୍ୟ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 29 ଆରଆର ଓ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଏକ ଜଏଣ୍ଟ ଅପରେସନ ବାରମୁଲ୍ଲା ଫ୍ରାସଥର କ୍ରିରି (Baramulla Frasthar Kreeri ) ରେ କରାଯାଇଥିଲା । ଏହି ସମୟରେ ଲସ୍କର-ଇ-ତୋଏବାର ଜଣେ ସକ୍ରିୟ ସଦସ୍ୟଙ୍କୁ ସେଠାରୁ ଗିରଫ କରାଯାଇଥିଲା ।

ତେବେ ଗିରଫ ହୋଇଥିବା ଆତଙ୍କୀର ଜଣକ ହେଲେ ଆଜାଜ ଅହେମ୍ମଦ ମୀର । ସେ ଏକ ଆତଙ୍କୀ ସଂଗଠନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ବିପୁଳ ପରିମାଣରେ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ସେନା । ଏନେଇ କ୍ରିରି (Kreeri) ଥାନାରେ ଏକ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.