ETV Bharat / bharat

Kheri Violence: ଆଶିଷ ମିଶ୍ରାଙ୍କ ଦ୍ବିତୀୟ ଜାମିନ ଆବେଦନ ଖାରଜ

author img

By

Published : Dec 18, 2021, 12:30 PM IST

ଉତ୍ତର ପ୍ରଦେଶର ଲଖିମପୁର ଖେରୀ ହିଂସା(Lakhimpur Kheri Violence) ଘଟଣାର କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଦ୍ବିତୀୟ ଜାମିନ ଆବେଦନ ଖାରଜ(Ashis MiShra Bail Rejected) । ଅଧିକ ପଢନ୍ତୁ

Kheri Violence: ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରୀ ହିଂସା(Lakhimpur Kheri Violence) ଘଟଣାର କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଦ୍ବିତୀୟ ଜାମିନ ଆବେଦନ ଖାରଜ(Ashis MiShra Bail Rejected) । ଜିଲ୍ଲା କୋର୍ଟ ଆଶିଷଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ।

ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(CJM)ଙ୍କ ନିକଟରେ ଆଶିଷ ମିଶ୍ରା ଶୁକ୍ରବାର ଦ୍ୱିତୀୟ ଜାମିନ ଆବେଦନ କରିଥିଲେ । ହେଲେ ଏହାକୁ ମାଜିଷ୍ଟ୍ରେଟ ମୋନା ସିଂହ ଖାରଜ କରିଦେଇଥିବା ଏସ୍‌ପିଓ ଏସ୍‌ପି ଯାଦବ ସୂଚନା ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଜାମିନ ପ୍ରଦାନ କରିବା ଭଳି କୌଣସି ଉପଯୁକ୍ତ କାରଣ ଉପସ୍ଥାପନ କରିପାରନାହାନ୍ତି ଆବେଦନକାରୀ । ତେଣୁ ଆବେଦନକୁ ଖାରଜ କରାଯାଉଛି ।

ଅନ୍ୟପଟେ ଡିସେମ୍ବର ୧୪ରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(CJM) ଘଟଣାର ତଦନ୍ତ କରୁଥିବା SITକୁ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅନ୍ୟ କଠୋର ଦଫା ଲଗାଇବାକୁ ହୋଇଥିବା ଆବେଦନକୁ ଅନୁମତି ଦେଇଛନ୍ତି । ଖେରୀ ହିଂସା ପୂର୍ବ କଳ୍ପିତ ଏବଂ ଯୋଜନାବଦ୍ଧ ବୋଲି SIT, ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପନ କରିଥିଲା ।

ଏହା ମଧ୍ୟ ପଢନ୍ତୁ:- ଲକ୍ଷୀମପୁର ଖେରୀ ହିଂସା ପୂର୍ବ କଳ୍ପିତ: SIT

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୩ରେ ଚାଷୀମାନେ ଉତ୍ତର ପ୍ରଦେଶ ଲଖିମପୁର ଖେରୀରେ କୃଷି ଆନ୍ଦୋଳନ ଚାଲିଥିବା ସମୟରେ ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପରେ ପୋଲିସ ଆଶିଷଙ୍କ ସମେତ ଅନ୍ୟ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଏନେଇ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ପାଇଁ ବିଭିନ୍ନ ସ୍ଥାନରେ ଦାବି କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.