ETV Bharat / bharat

Lakhimpur violence case: ପୁଣି ଖାରଜ ହେଲା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବେଲ ଆବେଦନ

author img

By

Published : Jul 26, 2022, 9:45 PM IST

ଲକ୍ଷିମପୁର ଖେରୀ ହିଂସା ମାମଲାରେ ପୁଣି ଖାରଜ ହେଲା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବେଲ ଆବେଦନ । ଖାରଜ କଲେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ । ଅଧିକ ପଢନ୍ତୁ

Lakhimpur violence case: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବେଲ ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲକ୍ଷିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ବେଲ ଆବେଦନ ପୁଣି ଖାରଜ ହୋଇଛି । ଆଜି (ମଙ୍ଗଳବାର) ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା । କୋର୍ଟ ମୁଖ୍ୟ ଅଭିଯୁକ୍ତ ମିଶ୍ରାଙ୍କ ବେଲ ଆବେଦନକୁ ଖାରଜ କରିଦେଇଛନ୍ତି ।

ଗତବର୍ଷ (2021) ଅକ୍ଟୋବର 3 ତାରିଖରେ ଘଟିଥିବା ଏହି ହିଂସାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିଲେ । ଆଶିଷ ଗାଡି ମଡାଇ ଦେବା ଫଳରେ 4 ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଗାଡି ମଡାଇବା ଘଟଣା ପରେ ଘଟିଥିବା ହିଂସାରେ ମଧ୍ୟ ଆଉ 4 ଜଣ ପ୍ରାଣ ହରାଇଥିଲେ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଅକ୍ଟୋବର 9 ତାରିଖରେ ଆଶିଷଙ୍କୁ ଗିରଫ କିରଥିଲା ପୋଲିସ ।

ତାଙ୍କୁ ଏହି ମାମଲାରେ 2022 ଫେବୃଆରୀରେ ବେଲ ମିଳି ସାରିଥିବା ବେଳେ ସର୍ବୋଚ୍ଚ କୋର୍ଟରେ ତାଙ୍କ ଜାମିନ ମଞ୍ଜୁର ରାୟକୁ ଚ୍ୟାଲେଞ୍ଜ କରିଥିଲେ ମୃତକଙ୍କ ପରିବାର । ସର୍ବୋଚ୍ଚ କୋର୍ଟ ତାଙ୍କ ବେଲ ଖାରଜ କରିବା ସହ ତିନି ସପ୍ତାହ ମଧ୍ୟରେ ପୁଣି ଥରେ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେ ଠାରୁ ଜେଲରେ ରହିଛନ୍ତି ଆଶିଷ । ତେବେ ଆଜି ମଧ୍ୟ ତାଙ୍କ ବେଲ ଆବେଦନ ଖାରଜ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.