ETV Bharat / bharat

Kheri violence: ଅସନ୍ତୋଷ ସୁପ୍ରିମକୋର୍ଟ, ତଦନ୍ତ ତଦାରଖ ପାଇଁ ପୂର୍ବତନ ଜଜଙ୍କୁ ପରାମର୍ଶ - SC proposes to appoint former HC judge to monitor ongoing probe

ଲଖିମପୁର ଖେରୀ ହିଂସା ଘଟଣାର ତଦନ୍ତ ପ୍ରକ୍ରିୟାରେ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ । ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ ଦେବାକୁୁ ପରାମର୍ଶ । ଅଧିକ ପଢନ୍ତୁ...

Kheri violence: ୟୁପି ସରକାରଙ୍କ ଉପରେ ଅସନ୍ତୋଷ ସର୍ବୋଚ୍ଚ କୋର୍ଟ, ତଦନ୍ତ ତଦାରଖ କରିବେ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତି

author img

By

Published : Nov 8, 2021, 5:27 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲାର ତଦନ୍ତ ପର୍ଯ୍ୟବେକ୍ଷଣ କରିବେ ହାଇକୋର୍ଟର ପୂର୍ବତନ ବିଚାରପତି । ଆଜି ଏନେଇ ମାମଲାର ଶୁଣାଣି ସମୟରେ ଉତ୍ତର ପ୍ରଦେଶ ସରକାରଙ୍କ ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରିବା ସହ ଏପରି ପ୍ରସ୍ତାବ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

Kheri violence: ୟୁପି ସରକାରଙ୍କ ଉପରେ ଅସନ୍ତୋଷ ସର୍ବୋଚ୍ଚ କୋର୍ଟ, ତଦନ୍ତ ତଦାରଖ କରିବେ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତି
Kheri violence: ୟୁପି ସରକାରଙ୍କ ଉପରେ ଅସନ୍ତୋଷ ସର୍ବୋଚ୍ଚ କୋର୍ଟ, ତଦନ୍ତ ତଦାରଖ କରିବେ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତି

ମୁଖ୍ୟ ବିଚାରପତି ଏନ.ଭି ରାମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରୁଛନ୍ତି । ତେବେ ଆଜି ଶୁଣାଣିରେ ଉତ୍ତର ପ୍ରଦେଶ ପୋଲିସର ତଦନ୍ତ ପ୍ରକ୍ରିୟା ଓ ଘଟଣା ସମ୍ପର୍କିତ ବିଭିନ୍ନ ପୃଥକ ମାମଲାରେ ମିଶ୍ରିତ ଭାବେ ସାକ୍ଷୀଙ୍କ ବୟାନ ରେକର୍ଡ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଆଜି ଶୁଣାଣିରେ ଖଣ୍ଡପୀଠ ଜଣେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ତଦାରଖ କରାଇବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଆଜିର ଶୁଣାଣିରେ ଖଣ୍ଡପୀଠ କହିଛନ୍ତି, ମାମଲାର ତଦନ୍ତ ପ୍ରକ୍ରିୟା ସଠିକ ଦିଗରେ ଆଗକୁ ବଢୁଥିବା ପରି ଅନୁଭବ ହେଉନାହିଁ । ଘଟଣାରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ତଦାରଖ ଦାୟିତ୍ବ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଖଣ୍ଡପୀଠ । ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଛି । ତେବେ ସର୍ବୋଚ୍ଚ କୋର୍ଟଙ୍କ ଏପରି ପ୍ରସ୍ତାବ ପରେ ସରକାରୀ ପକ୍ଷ ରଖୁଥିବା ଆଇନଜୀବୀ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି କୋର୍ଟକୁ ଜଣାଇଛନ୍ତି ।

ଖଣ୍ଡପୀଠର ଅନ୍ୟତମ ବିଚାରପତି ସୂର୍ଯ୍ୟକାନ୍ତ ଏହି ଘଟଣାର ତଦାରଖ ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରାକେଶ କୁମାର ଜେନା କିମ୍ବା ଜଷ୍ଟିସ ରଣଜିତ ସିଂଙ୍କ ନାମ ମଧ୍ୟ ସୁପାରିଶ କରିଥିବା ସୂଚନା ରହିଛି । ତେବେ ଏହି ଘଟଣା ତଦନ୍ତରେ ପୋଲିସ ଓ ଉତ୍ତର ପ୍ରଦେଶ ସରକାରଙ୍କ ଭୁମିକାକୁ ନେଇ ପ୍ରଶ୍ନ ଉଠିବା ସହ ତଦନ୍ତଭାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI)କୁ ହସ୍ତାନ୍ତର କରିବାକୁ ଦାବି ହୋଇ ଆସୁଥିଲେ ସୁଦ୍ଧା ଏହାକୁ ଅଯୌକ୍ତିକ ଦର୍ଶାଇ CBI ସବୁକିଛିର ସମାଧାନ ନୁହେଁ ବୋଲି କହିଛନ୍ତି ଖଣ୍ଡପୀଠ ।

ତେବେ ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡି ମଡାଇବା ଘଟଣା ଓ ପରବର୍ତ୍ତୀ ଭିଡ ହିଂସାରେ ହୋଇଥିବା ଅଣକୃଷକଙ୍କ ମୃତ୍ୟୁ ମାମଲାର ତଦନ୍ତ ଓ ସାକ୍ଷୀଙ୍କ ବୟାନ ରେକର୍ଡ ପ୍ରକ୍ରିୟା ମଧ୍ୟ ପୃଥକ ଭାବେ କରିବାକୁ ଉତ୍ତର ପ୍ରଦେଶ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶୁଣାଣି ଆରମ୍ଭରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ଦାଖଲ ତଦନ୍ତ ଷ୍ଟାଟସ୍ ରିପୋର୍ଟକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରି ଷ୍ଟାଟସ ରିପୋର୍ଟରେ କିଛି ଅଗ୍ରଗତି ହୋଇ ନାହିଁ ବୋଲି କହିଛନ୍ତି ।

ସେହିପରି ଭିଡିଓ ପ୍ରମାଣ ସମ୍ବନ୍ଧରେ ଫରେନସିକ୍ ଲ୍ୟାବ ରିପୋର୍ଟ ମଧ୍ୟ ଏପର୍ଯ୍ୟନ୍ତ ଆସିନଥିବା ବେଳେ ଅଭିଯୁକ୍ତଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇ ନାହିଁ ବୋଲି ଅସନ୍ତୋଷ ବ୍ୟକ୍ତ କରି ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ କୋର୍ଟ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.