ETV Bharat / bharat

Lakhimpur Kheri sisters deaths: ଦୁଷ୍କର୍ମ ଓ ଗଳା ଚିପି ହତ୍ୟା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ - ଗୋଟିଏ ଗଛରୁ ଦୁଇ ଦଳିତ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉତ୍ତର ପ୍ରଦେଶ ଲଖିମପୁର ଖେରୀରେ ଦୁଇ ଦଳିତ ଭଉଣୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା । ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସ୍ପଷ୍ଟ କଲା ପୋଲିସ । ଏନକାଉଣ୍ଟର ସହ ଗିରଫ ହେଲେଣି 6 ଅଭିଯୁକ୍ତ । ଆଇନ ଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଘେରିଲେ ବିରୋଧୀ । ଅଧିକ ପଢନ୍ତୁ

Lakhimpur Kheri sisters deaths: ଦୁଷ୍କର୍ମ ଓ ଗଳା ଚିପି ହତ୍ୟା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ

author img

By

Published : Sep 15, 2022, 8:01 PM IST

Updated : Sep 15, 2022, 10:11 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରୀରେ ଝୁଲନ୍ତା ଅବସ୍ଥାରେ ଦୁଇ ଦଳିତ ଭଉଣୀଙ୍କ ମୃତଦେହ(Lakhimpur Kheri sisters deaths) ଠାବ ହେବା ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରାଯିବା ପରେ ଗଳା ଚିପି ହତ୍ୟା କରାଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ସଞ୍ଜୀବ ସମନ ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲିି ସ୍ଷଷ୍ଟ କରିଥିବା ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ଦୁଇ ଦଳିତ ଭଉଣୀଙ୍କ ମୃତଦେହ ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହା ଏକ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବୋଲି ପରିବାର ସଦସ୍ୟ ଅଭିଯୋଗ କରିବା ସହ ଧାରଣାରେ ବସିଥିଲେ । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ହେବ ବୋଲି ପୋଲିସ କହିଥିଲା । ତେବେ କିଛି ସମୟ ପୂର୍ବରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରିବାରର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି ।

ଏହା ମଧ୍ୟ ପଢନ୍ତୁ:- ୟୁପିରେ ଲଜ୍ଜା: ଗଛରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

  • लखीमपुर (उप्र) में दो बहनों की हत्या की घटना दिल दहलाने वाली है। परिजनों का कहना है कि उन लड़कियों का दिनदहाड़े अपहरण किया गया था।

    रोज अखबारों व टीवी में झूठे विज्ञापन देने से कानून व्यवस्था अच्छी नहीं हो जाती।आखिर उप्र में महिलाओं के खिलाफ जघन्य अपराध क्यों बढ़ते जा रहे हैं? pic.twitter.com/A1K3xvfeUI

    — Priyanka Gandhi Vadra (@priyankagandhi) September 14, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀ ଏବଂ ଅନ୍ୟ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ । ସେମାନଙ୍କୁ ରାସ୍ତାରୁ କିଛି ଦୁର୍ବୃତ୍ତ ବାଇକରେ ଟେକି ନେଇ ଦୁଷ୍କର୍ମ ଓ ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରି ୪ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ତେବେ ଏତଲା ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି । ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଗୁଳି ମଧ୍ୟ ଚଳାଇଛି । ପୋଲିସ ଗୁଳିରେ ଆହତ ହୋଇ ଧରା ପଡିଥିବା ଅଭିଯୁକ୍ତର ନାଁ ଜୁନୈବ ଓ ସେ ମୃତକଙ୍କ ପଡୋଶୀ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ବେଳେ ଗିରଫାଦାରୀ ସଂଖ୍ୟା ଆହୁରି ବଢିବା ନେଇ ମଧ୍ଯ ଅନୁମାନ କରାଯାଉଛି ।

  • निघासन पुलिस थाना क्षेत्र में 2 दलित बहनों को अगवा करने के बाद उनकी हत्या और उसके बाद पुलिस पर पिता का ये आरोप बेहद गंभीर है कि बिना पंचनामा और सहमति के उनका पोस्टमार्टम किया गया।

    लखीमपुर में किसानों के बाद अब दलितों की हत्या ‘हाथरस की बेटी’ हत्याकांड की जघन्य पुनरावृत्ति है। pic.twitter.com/gFmea4bAUc

    — Akhilesh Yadav (@yadavakhilesh) September 14, 2022 " class="align-text-top noRightClick twitterSection" data=" ">

ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଦୁଇ ନାବାଳିକା ଉଭଣୀଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠଇଥିଲା । ଏହାସହିତ ପୋଷ୍ଟମର୍ଟମର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ତାର ରିପୋର୍ଟ ଆସିବା ପରେ ଦୁଇ ଦଳିତ ନାବାଳିକା ଭଉଣୀଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।

ଅନ୍ୟପଟେ ଏପରି ଘଟଣାକୁ ନେଇ ଉତ୍ତର ପ୍ରଦେଶରେ ରାଜନୈତିକ ଉଷ୍ମତା ମଧ୍ୟ ବଢିବାରେ ଲାଗିଛି । ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, "ଲଖିମପୁର ଖେରୀ ଚାଷୀ ହତ୍ୟାକାଣ୍ଡ ପରେ ଦଳିତଙ୍କ ଜଘନ୍ୟ ହତ୍ୟା ହାଥରସ୍ ଘଟଣାର ପୁନରାବୃତ୍ତି ।'' ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ବିଟ୍ କରି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 15, 2022, 10:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.