ETV Bharat / bharat

ଆଶିଷ ମିଶ୍ରାଙ୍କ ଜାମିନ ବିରୁଦ୍ଧରେ ମାମଲା, ଖଣ୍ଡପୀଠ ଗଠନ କରିବେ ସୁପ୍ରିମକୋର୍ଟ

author img

By

Published : Mar 15, 2022, 1:56 PM IST

ଲଖିମପୁର ଖେରୀ ହିଂସାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ବିରୁଦ୍ଧରେ ପିଟିସନ ଦାଖଲ । ଏହି ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ଗଠନ କରିବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଆଶିଷ ମିଶ୍ରାଙ୍କ ଜାମିନ ବିରୁଦ୍ଧରେ ମାମଲା, ଖଣ୍ଡପୀଠ ଗଠନ କରିବେ ସୁପ୍ରିମକୋର୍ଟ
ଆଶିଷ ମିଶ୍ରାଙ୍କ ଜାମିନ ବିରୁଦ୍ଧରେ ମାମଲା, ଖଣ୍ଡପୀଠ ଗଠନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ ମାମଲା । ଆଶିଷଙ୍କ ଜାମିନକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ପିଟିସନର ଆଜି ବିଚାର କରିଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଜାମିନ ବିରୋଧି ମାମଲାରେ ସେ ଏକ ଖଣ୍ଡପୀଠ ଗଠନ କରିବେ ଏବଂ ବୁଧବାର ଏହି ଖଣ୍ଡପୀଠ ମାମଲାର ଶୁଣାଣି କରିବ । କହିରଖୁଛୁ କି, ଆହ୍ଲାବାଦ ହାଇକୋର୍ଟ ଦ୍ବାରା ଆଶିଷଙ୍କୁ ବେଲ୍ ମିଳିଥିବା ବେଳେ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜାମିନ ବିରୁଦ୍ଧରେ ପିଟିସନ ଦାଖଲ କରିଥିଲେ ହିଂସାକାଣ୍ଡରେ ମୃତ କୃଷକଙ୍କ ପରିବାର ।

ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଜାମିନ ବିରୋଧି ପିଟିସନର ଶୁଣାଣି କରିଛନ୍ତି । ଶୁଣାଣି ବେଳେ ମାମଲାର ଅନ୍ୟତମ ମୁଖ୍ୟ ସାକ୍ଷୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମଧ୍ୟ ସେ ଦୃଷ୍ଟି ଦେଇଛନ୍ତି । ଆକ୍ରମଣ କରିଥିବା ଦୁର୍ବୃତ୍ତ ବିଜେପି ନାଁ ନେଇ ସାକ୍ଷୀଙ୍କୁ ଧମକାଇ ଥିଲେ । ବର୍ତ୍ତମାନ ବିଜେପି ଜିତିଛି ଏବଂ ସେ ଆଶିଷଙ୍କ ଯତ୍ନ ନେବେ ବୋଲି ଦୁର୍ବୃତ୍ତମାନେ ଧମକାଇ ଥିବା ଆବେଦନକାରୀ କୃଷକଙ୍କ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟକୁ କହିଥିଲେ । ଆଶିଷ ମିଶ୍ରାଙ୍କୁ ଜାମିନ ପରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଆହ୍ଲାବାଦ କୋର୍ଟରେ ଜାମିନ ମାଗୁଥିବା ଘଟଣା ମଧ୍ୟ ସେ ଜଣାଇଥିଲେ ।

ଆଜି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି କହିଛନ୍ତି, ସେ ଖେରୀ ହିଂସା ଘଟଣାରେ ପୂର୍ବରୁ ଶୁଣାଣି କରିଥିବା ଖଣ୍ଡପୀଠର ଗଠନ କରିବେ ଏବଂ ବୁଧବାର ଏହି ମାମଲାର ଶୁଣାଣି ହେବ । ପୂର୍ବରୁ ସିଜେଆଇ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏହି ହିଂସା ଘଟଣା ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିଲେ, ଯେଉଁଥିରେ ୪ ଜଣ କୃଷକଙ୍କ ସହିତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ମାମଲାର ତଦନ୍ତ ପାଇଁ ଖଣ୍ଡପୀଠ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟଳୟର ଜଣେ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ ।

ପ୍ରକାଶଥାଉ କି, ଫେବୃୟାରୀ ୧୦ ତାରିଖ ଦିନ ଆହ୍ଲାବାଦ ହାଇକୋର୍ଟରେ ଏକକ ଖଣ୍ଡପୀଠ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ । ମାତ୍ର ହିଂସାକାଣ୍ଡରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ଏହାକୁ ସହଜରେ ଗ୍ରହଣ କରିନଥିଲେ । ଜାମିନ ପ୍ରଦାନ ବେଳେ ହାଇକୋର୍ଟ ଗମ୍ଭୀରତାର ସହ ଧ୍ୟାନ ଦେଇନାହାନ୍ତି ବୋଲି ସେମାନେ କହିଥିଲେ ଏବଂ ସୁପ୍ରିମକୋର୍ଟରେ ଜାମିନ ବିରୁଦ୍ଧରେ ପିଟିସନ ଦାୟର କରିଥିଲେ । ଏହାପୂର୍ବରୁ ଆଇନଜୀବୀ ଶିବ କୁମାର ତ୍ରିପାଠୀ ଏବଂ ସିଏସ୍ ପଣ୍ଡା ଆଶିଷଙ୍କ ଜାମିନ ରଦ୍ଦ ପାଇଁ ଆବେଦନ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୩ ତାରିଖ ଦିନ ଲଖିମପୁର ଖେରୀ ହିଂସାକାଣ୍ଡ ଘଟିଥିଲା । ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି କିଛି କୃଷକ ଆନ୍ଦୋଳନ କରୁଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ସେମାନଙ୍କ ଉପରେ ଗାଡି ମଡାଇ ଦେଇଥିଲେ । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.