ETV Bharat / bharat

ଆଜି Rezang Laରେ ଯୁଦ୍ଧ ସ୍ମାରକୀର ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ

author img

By

Published : Nov 18, 2021, 9:33 AM IST

Updated : Nov 18, 2021, 9:52 AM IST

ଆଜି(ଗୁରୁବାର) ଲଦାଖ ଗସ୍ତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆଜି ଲଦାଖର ରେଜଙ୍ଗ ଲା (Rezang La)ରେ ନିର୍ମାଣ ହୋଇଥିବା ଏକ ନୂଆ ଯୁଦ୍ଧ ସ୍ମାରକୀର ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଆଜି(ଗୁରୁବାର) ଲଦାଖ ଗସ୍ତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଦେଶର ସୁରକ୍ଷା ପାଇଁ ଅନେକ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ସେମାନଙ୍କ ସେବାକୁ ସମ୍ମାନ ଦେବାକୁ ତାଙ୍କୁ ମନେ ରଖିବାକୁ ଅନେକ ସ୍ମାନରେ ସ୍ମାରକୀ କରାଯାଇଛି । ଆଜି ଲଦାଖର ରେଜଙ୍ଗ ଲା(Rezang La)ରେ ନିର୍ମାଣ ହୋଇଥିବା ଏକ ନୂଆ ସ୍ମାରକୀର ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ୧୯୬୨ ଯୁଦ୍ଧରେ କୁମାଓନ ରେଜିମେଣ୍ଟର ୧୩ଜଣ ଯବାନ ସହୀଦ ହୋଇଥିଲେ । ସେମାନଙ୍କୁ ବଳିଦାନକୁ ସମ୍ମାନ ଦେବା ପାଇଁ ଏହି ସ୍ମାରକୀ ନିର୍ମାଣ ହୋଇଛି ।

  • Leaving New Delhi for Ladakh. I shall be visiting Rezang La to pay my tributes to those brave Indian soldiers who fought a heroic battle there in 1962 and dedicate to them, a revamped War Memorial. Looking forward to it.

    — Rajnath Singh (@rajnathsingh) November 18, 2021 " class="align-text-top noRightClick twitterSection" data=" ">

ରେଜଙ୍ଗ ଲା ଯୁଦ୍ଧର ୫୯ତମ ପୂର୍ତ୍ତି ଅବସରରେ ଏହି ସ୍ମାରକୀର ଉଦଘାଟନ କରାଯିବ । ପୂର୍ବ ଲଦାଖର ରେଜଙ୍ଗ ଲାରେ ଛୋଟ ଥିବା ଏହି ଯୁଦ୍ଧ ସ୍ମାରକୀ ବର୍ତ୍ତମାନ ଏକ ବୃହତ୍ ହେବାକୁ ଯାଉଛି । କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ପର୍ଯ୍ୟଟନ ମାନଚିତ୍ରରେ ଏହା ସ୍ଥାନ ପାଇବ ବୋଲି ଭାରତୀୟ ସେନା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସ୍ମାରକୀର ଉଦଘାଟନ ପରେ ଏହି ସ୍ଥାନ ସହିତ ସୀମା ଅଞ୍ଚଳକୁ ସାଧାରଣ ଲୋକଙ୍କଠୁ ନେଇ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ମିଳିବ । ରେଜଙ୍ଗ ଲା ରେଭାମପେଡ ଯୁଦ୍ଧ ସ୍ମାରକୀ ଚାଇନା ସୀମାରେ ଭାରତର ଶକ୍ତି ଦେଖିବ । ଆଜିର ଏହି କାର୍ଯ୍ୟକ୍ରମରେ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଉପସ୍ଥିତ ରହିବେ ।

@ANI

Last Updated : Nov 18, 2021, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.