ETV Bharat / bharat

କୁମ୍ଭ ମେଳାକୁ ଆସୁଥିଲେ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ - ଉତ୍ତରପ୍ରଦେଶ ସରକାର SOP ଜାରି

ହରିଦ୍ୱାରର କୁମ୍ଭମେଳା ପାଇଁ ଉତ୍ତରପ୍ରଦେଶ ସରକାର SOP ଜାରି କରିଛନ୍ତି । ଯେଉଁଥିରେ ସେଠାକୁ ଆସୁଥିବା ଭକ୍ତମାନଙ୍କୁ 72 ଘଣ୍ଟା ପୂର୍ବରୁ RTPCR ପରୀକ୍ଷା କରି କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ କୁହାଯାଇଛି । ଅଧିକ ପଢନ୍ତୁ...

କୁମ୍ଭ ମେଳା SOP ଅବମାନନା କରୁଥିବା ଭକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

author img

By

Published : Feb 28, 2021, 5:16 PM IST

ଡେରାଡୁନ: ହରିଦ୍ୱାରର କୁମ୍ଭମେଳା ପାଇଁ ଉତ୍ତରପ୍ରଦେଶ ସରକାର SOP ଜାରି କରିଛନ୍ତି । ଯେଉଁଥିରେ ସେଠାକୁ ଆସୁଥିବା ଭକ୍ତମାନଙ୍କୁ 72 ଘଣ୍ଟା ପୂର୍ବରୁ RTPCR ପରୀକ୍ଷା କରି କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ କୁହାଯାଇଛି । ଏସଓପି ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଭକ୍ତମାନଙ୍କ ପାଇଁ ଏସଓପି ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନଙ୍କ ପାଇଁ ମେଡିକାଲ ଫିଟନେସ୍ ସାର୍ଟିଫିକେଟ୍ ଏବଂ କୁମ୍ଭ ମେଳା ୱେବ୍ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଦିଆଯାଇଥିବା ଏକ ଇ-ପାସ୍ କିମ୍ବା ଇ-ପରମିଟ ଆଣିବା ବାଧ୍ୟତାମୂଳକ କରାଯାଇଛି ବୋଲି ମୁଖ୍ୟ ସଚିବ ଓମ ପ୍ରକାଶ କହିଛନ୍ତି ।

କୁମ୍ଭ ମେଳା ଏପ୍ରିଲ 1ରୁ ଆରମ୍ଭ ହେବାର ସମ୍ଭାବନା ଥିବାରୁ ଏହା 28 ଦିନ ବ୍ୟାପି ଚାଲିବ । COVID-19 ମହାମାରୀର ପ୍ରସାରକୁ ରୋକିବା ପାଇଁ କୁମ୍ଭର ଅବଧି କମ୍ କରାଯାଇଛି । ପ୍ରକାଶ କହିଛନ୍ତି ଯେ ଭକ୍ତମାନେ ସେମାନଙ୍କର ପରୀକ୍ଷା ରିପୋର୍ଟ, ଫିଟନେସ୍ ସାର୍ଟିଫିକେଟ୍ ଏବଂ ଇ-ପାସ୍ ମୋବାଇଲ୍ ଫୋନରେ କିମ୍ବା ଆବଶ୍ୟକ ସମୟରେ ଯାଞ୍ଚ ପାଇଁ ହାର୍ଡ କପିରେ ନେଇପାରନ୍ତି । ସମସ୍ତ ରାଜ୍ୟ ସରକାରଙ୍କୁ SOPକୁ ବ୍ୟାପକ ଭାବରେ ପ୍ରଚାର କରିବାକୁ ଅନୁରୋଧ କରାଯାଇଛି ଯାହା ଦ୍ୱାରା ଭକ୍ତଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନହୁଏ ବୋଲି ସେ କହିଛନ୍ତି ।

ଏଥିସହିତ କୁମ୍ଭ ମେଳା ଡ୍ୟୁଟିରେ ନିୟୋଜିତ ହେବାକୁ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଅନ୍ୟ ଆଗଧାଡିର କର୍ମଚାରୀଙ୍କୁ କୋଭିଡ ଟିକା ଡୋଜକୁ ପ୍ରାଥମିକତା ଦିଆଯିବା ନିଶ୍ଚିତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି । ପରସ୍ପର ମଧ୍ୟରେ ଅତି କମରେ 6 ଫୁଟ ଦୂରତା ବଜାୟ ରଖିବା, ହାତ ସାନିଟାଇଜ କରିବା, ମାସ୍କ ପିନ୍ଧିବା ଆଦି ସଚେତନତାକୁ ପ୍ରାଥମିକତା ଦିଆଯାଇଛି ।

କୁମ୍ଭ ପାଇଁ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଯାତ୍ରା ପାଇଁ ଥିବା ଆଡଭାଇଜରି ସହିତ ଏସଓପିକୁ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଯଦି କେହି ଏହାକୁ ଅବମାନନା କରନ୍ତି ତେବେ କାର୍ଯ୍ୟନୁଷ୍ଠାନ ନିଆଯିବ ।

ଏହି କାର୍ଯ୍ୟକ୍ରମରେ ପାର୍କିଂ ସ୍ଥାନ, ଘାଟ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ହୋଟେଲ, ଗେଷ୍ଟ ହାଉସ୍, ଆଶ୍ରମ ଏବଂ ଧର୍ମଶାଳା ସମେତ କୁମ୍ଭ ମେଳା ଅଞ୍ଚଳର ସମସ୍ତ ସୁବିଧା ଉପରେ SOP ଲାଗୁ କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.