ETV Bharat / bharat

80 ବର୍ଷୀୟ ବାପାକୁ ଘରୁ ଫୋପାଡିଦେଲା ପୁଅ: ଦେଖନ୍ତୁ ହୃଦୟବିଦାରକ ଭିଡିଓ, ଝରିବ ଆଖିରୁ ଲୁହ - କର୍ଣ୍ଣାଟକର ରାମାନଗର ନ୍ୟୁଜ

କଥାରେ ଅଛି ପୁଅ ଯଦି ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚିବ, ଆଉ ପୁଅ ଯଦି ଅଯୋଗ୍ୟ ଧନ କାହିଁ ପାଇଁ ସଞ୍ଚିବ । ପୁତ୍ର ଜନ୍ମ ହେଲେ ବାପାମା' ଖୁସି ମନାଇଥାଆନ୍ତି । ବୃଦ୍ଧ କାଳରେ ପୁତ୍ର ସାହାରା ହେବ ଓ ବଂଶର କୂଳ ରକ୍ଷା କରିବ । ଏ ସମସ୍ତ ବାକ୍ୟ ଗୁଡିକୁ ମିଛ ପ୍ରମାଣିତ କରିଛନ୍ତି କର୍ଣ୍ଣାଟକର ଜଣେ ଅଯୋଗ୍ୟ ସନ୍ତାନ । ବାର୍ଦ୍ଧକ୍ୟର ଶେଷ ସୀମାରେ ପହଞ୍ଚିସାରିଥିବା ବାପାକୁ ଘରୁ ଫୋପାଡି ଦେଇଛି ରାକ୍ଷାସ ପୁଅ । ଛିଣ୍ଡା ଗଞ୍ଜି ପିନ୍ଧି ଥରୁଛି ବାପା, ଭୋକରେ ଆଉଟୁପାଉଟୁ ହେଉଥିବା ବାପାର ପେଟକୁ ପୁଅ ଚିହ୍ନି ପାରୁନି । ପୁଅକୁ ଘାରିଛି ସମ୍ପତ୍ତି ନିଶା । ଧନ ନାହିଁ ମାନେ ବାପା ବି ଦରକାର ନାହିଁ । ଏଭଳି ଏକ କ୍ରୁର ପୁଅ କିଭଳି ନିଜ ଦେବତା ତୁଲ୍ୟ ବାପା ସହ ବ୍ୟବହାର କରୁଛି, ଦେଖନ୍ତୁ ଏହି ଭିଡିଓରେ....

80 ବର୍ଷୀୟ ବାପାକୁ ଘରୁ ଫୋପାଡିଦେଲା ପୁଅ: ଦେଖନ୍ତୁ ହୃଦୟବିଦାରକ ଭିଡିଓ, ଝରିବ ଆଖିରୁ ଲୁହ

author img

By

Published : Jul 8, 2021, 7:58 PM IST

Updated : Jul 8, 2021, 9:22 PM IST

ବେଙ୍ଗାଲୁରୁ: ସମ୍ପତ୍ତି ପାଇଁ ଗୋଟିଏ ପୁଅ କେତେ ତଳକୁ ଖସିପାରେ । ଧନ ଦଉଲତ ଆଗରେ ବାପା କିଛି ନୁହେଁ । ମୁଣ୍ଡକୁ ହାତ ପାଇଗଲା ପରେ ଆଉ ବାପାକୁ ପଚାରେ କିଏ । ବାପା ଯେମିତି ରାସ୍ତାର ଅଳିଆ । ଗୋଇଠା ମାରି ବାପାକୁ ଗାଁ ଦାଣ୍ଡରେ ପକାଇ ଦିଆଯାଏ, ବାପା ମଲା କି ଗଲା, ସେ କଥା କିଏ ପଚାରେ । ସମ୍ପତ୍ତି ନାହିଁ ମାନେ, ବାପା ବି ଆବଶ୍ୟକ ନାହିଁ । ଏମିତି ଅଯୋଗ୍ୟ ପୁଅ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ଏଭଳି ଏକ ଲୋଭୀ ପୁଅର ଝଲକ ଆମେ ଦେଖାଇବୁ, ଯାହାପାଇଁ ସମ୍ପତ୍ତି ସବୁ କିଛି, ବାପା ଦାଣ୍ଡର ଧୂଳି ସଦୃଶ୍ୟ । ଫୁଟବଲ୍ ଭଳି ବାପାକୁ ଗାଁ ଦାଣ୍ଡକୁ ଫୋପାଡି ଦେଇଛି ପୁଅ ।

କର୍ଣ୍ଣାଟକର ରାମାନଗର ଜିଲ୍ଲାରେ ସିଙ୍ଗରିବୋଭି ଡୋଡ୍ଡି ଗାଁର ଘଟଣା । KSRTCର ଡ୍ରାଇଭର ଥିବା କୁମାର ନାମକ ପୁଅ ଓ ତାଙ୍କ ବାପା ତିମୈୟାଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ଝଗଡା ହୋଇଥିଲା । ବୁଢା ବାପାକୁ ପ୍ରାୟତଃ 80ରୁ ଊର୍ଦ୍ଧ୍ବ ବୟସ ହେବ । ତିମୈୟାଙ୍କୁ ଦେଖିଲେ ଆଖିରୁ ଲୁହ ଝରିବା ବନ୍ଦ ହେବ ନାହିଁ । ଶରୀରରେ ହାଡ ଦିଖଣ୍ଡ । ଚାଲିବାକୁ ବଳ ପାଉ ନଥିବାବେଳେ ଗୋଡରୁ ମୁଣ୍ଡ ଯାକେ ସବୁ ଥରୁଛି । ଏ ସବୁ ଦୃଶ୍ୟ ସତେ ଯେମିତି କୁମାରଙ୍କ ଆଖିରେ ପଡୁ ନଥିଲା ।

80 ବର୍ଷୀୟ ବାପାକୁ ଘରୁ ଫୋପାଡିଦେଲା ପୁଅ: ଦେଖନ୍ତୁ ହୃଦୟବିଦାରକ ଭିଡିଓ, ଝରିବ ଆଖିରୁ ଲୁହ

ସେ ରହୁଥିବା ଘରକୁ ନିଜ ନାଁରେ କରିବା ପାଇଁ ସବୁବେଳେ ବାପାଙ୍କ ଉପରେ ଚାପ ପକାଉଥିଲେ । ଏ ନେଇ ସେ ବାରମ୍ବାର ବାପାଙ୍କୁ ହାତ ପୁରାଇ ମାଡ ମାରୁଥିଲା । ଦିନ ଦିନ ଧରି ଖାଇବାକୁ ମଧ୍ୟ ଦେଉ ନ ଥିଲା । କିନ୍ତୁ ତିମୈୟା ପୁଅ କଥାରେ ଜମା ବି ରାଜି ହୋଇ ନ ଥିଲେ । ଫଳରେ ପୁଅର ରାଗର ଶିକାର ହେଉଥିଲେ ।

ସବୁଦିନ ଅପେକ୍ଷା ଗୁରୁବାର ପୁଅ କୁମାରର ଧ୍ରୃଷ୍ଟତା ସବୁ ସୀମା ପାର କରିଯାଇଥିଲା । ବୁଢା ବାପା ଘରର ଦୁଆର ବନ୍ଧରେ ବସିଥିବାବେଳେ ପୁଅ ରାଗ ତମତମ ହୋଇ ଆସି ବାପାକୁ ଘରୁ ଟେକି ବାହାରକୁ ଫୋପାଡି ଦେଇଥିଲା । ହାତରୁ ଖସି ଯାଇଥିଲେ ମଧ୍ୟ ସେ ଆଉଥରେ ବାପାକୁ ଫୋପାଡି ଦେଇଥିଲା । ନା କେହି ରୋକିବାକୁ ଥିଲେ ନା କେହି ଆହା ପଦେ କହିବାକୁ ଥିଲେ । ଗାଁ ଦାଣ୍ଡରେ ଏହି ଦୃଶ୍ୟକୁ ଲୋକେ ମୋବାଇଲ ଫୋନରେ କଏଦ କରିଥିଲେ । କିନ୍ତୁ ବୁଢା ବାପାକୁ କେହି ସହାୟତାର ହାତ ବଢାଇ ନଥିଲେ ।

ବୁଢା ବାପାଟି ସିଢିରୁ ଗଡି ଗଡି ଯାଇଁ ତଳେ ପଡିଥିଲା। କେମିତିକା ଏ ପୁଅ, କେମିତି ଥରିଲାନି ହାତ, ପିଲାବେଳେ ଯେତେବେଳେ ପୁଅ ନୂଆ ନୂଆ ଚାଲି ଶିଖୁଥିଲା, ବାପା ତା ହାତ ଧରି ପାଖେ ପାଖେ ରହୁଥିଲା, ପୁଅ ତଳେ ପଡିଗଲା ମାତ୍ରେ ଆହା କହି ବାପା ଝାଡିଝୁଡି ଦେଉଥିଲା । ଆଉ ଏବେ ବାପା ଯେତେବେଳେ ଗଡି ଗଡି ଯାଇ ତଳେ ପଡୁଛି, ପୁଅ ସେତେବେଳେ କବାଟ ବନ୍ଦ କରିଦେଇ ଯାଇ ଘରେ ବସୁଛି । ବାପା ତଳେ ପଡି ବଞ୍ଚିଛି, କି ମରିଛି, ଥରେ ଦେଖିବାକୁ ବି ଆସୁନି ।

ଏହି ଘଟଣା ପରେ ବୁଢା ବାପା ତଳେ ପଡି କାନ୍ଦୁଛି । ମଳି ମକଚା ହ୍ୟାପପ୍ୟାଣ୍ଟ ସାଙ୍ଗକୁ ଛିଣ୍ଡା ଗଞ୍ଜି ପିନ୍ଧି ବୁଢା ବାପା ଗୋଟାପଣେ ଥରୁଛି । ଏହି ଭିଡିଓକୁ ଦେଖିଲେ କାହା ଆଖିରୁ ବି ଲୁହ ରୋକିବନି। ଗାଁରେ କେହି ଜଣେ ବ୍ୟକ୍ତି ତାଙ୍କ ଘରେ ତିମୈୟାଙ୍କୁ ଆଶ୍ରୟ ଦେଇଛନ୍ତି । ଏଭଳି ପୁଅ ନାଁରେ ଥାନାରେ ମାମଲା ରୁଜୁ କରି ହାଜତ ପଠାଇ ଦେବା ନେଇ ଗାଁର ଆଲୋଚନା ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2021, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.