ETV Bharat / bharat

କୋଲକାତା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ଭାରତରେ ପ୍ରଥମ

author img

By

Published : Nov 13, 2022, 12:05 PM IST

କୋଲକାତା ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର । ଭିନ୍ନ ରକ୍ତ ଗ୍ରୁପ ଥାଇ ମଧ୍ୟ କିଡନୀ ପ୍ରତିରୋପଣ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର । ଅଧିକ ପଢ଼ନ୍ତୁ

Kolkata hospital performs rare surgery first of its kind in India
କୋଲକାତା ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର, ଭରତରେ ପ୍ରଥମ

କୋଲକାତା: ବିରଳ ଅସ୍ତ୍ରୋପଚାର କରି ଡାକ୍ତରଙ୍କୁ ମିଳିଲା ବଡ଼ ସଫଳତା । ରକ୍ତ ଗ୍ରୁପ ନମିଶି ମଧ୍ୟ କିଡନୀ ପ୍ରତିରୋପଣ କରାଯାଇଛି । ଦକ୍ଷିଣ ଆଫ୍ରିକା ସ୍ଥିତ ଘାନାର ଜଣେ 51 ବର୍ଷୀୟ ରୋଗୀଙ୍କ ଶରୀରରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ରୋଗୀଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି କୋଲକାତାର ଏକ ଘରୋଇ ଚିକିତ୍ସାଳୟର ଡାକ୍ତର । ଦକ୍ଷିଣ ଆଫ୍ରିକା ସ୍ଥିତ ଘାନାର ଜଣେ 51 ବର୍ଷୀୟ ବ୍ୟକ୍ତି କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ।

ସେ ତାଙ୍କ ଚିକିତ୍ସା ପାଇଁ ଗତ ମାର୍ଚ୍ଚ ମାସରେ ଭାରତ ଆସିଥିଲେ ଏବଂ ଦୁଇ ମାସ ପୂର୍ବେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଭାଇ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଦ୍ବିତୀୟତଃ ରୋଗୀ ଜଣକ ଏଚଆଇଭି ସଂକ୍ରମିତ ଥିଲେ । ତେବେ ଅସ୍ତ୍ରୋପଚାର ବେଳେ ଡାକ୍ତର ଟିମ ଏହି ଦୁଇଟି ଜିନିଷ ଉପରେ ବିଶେଷ ଧ୍ୟାନ ଦେଇଥିଲେ ।

ରୋଗୀ ଏବଂ ତାଙ୍କ ଭାଇଙ୍କ ରକ୍ତ ଗ୍ରୁପ ଅଲଗା ଅଟେ । ଯାହା ଡାକ୍ତରଙ୍କ ଏକ ଚ୍ୟାଲେଞ୍ଜ ଥିଲା । ଏନେଇ ସେ ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ରିପୋର୍ଟ ଆଧାରରେ ଆରମ୍ଭ ହେଲା ଚିକିତ୍ସା । ଦୁଇ ଭାଇଙ୍କ ରକ୍ତ ଗ୍ରୁପ ଅଲଗା ଥାଇ ମଧ୍ୟ ଗତ ଅକ୍ଟୋବର 27ରେ ରୋଗୀଙ୍କ କିଡନୀ ପ୍ରତିରୋପଣ କରାଗଲା । ଏହି ବିରଳ ଅସ୍ତ୍ରୋପଚାର କରି ଡାକ୍ତର ଟିମ ସଫଳ ହୋଇଛନ୍ତି । ବର୍ତ୍ତମାନ ରୋଗୀ ଏବଂ ତାଙ୍କ ଭାଇ ଉଭୟେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଯଦିଓ ତାଙ୍କ ଆଭ୍ୟନ୍ତରୀଣ ପେଲଭିସରେ ସମସ୍ୟା ରହିଛି ତାହା ଶୀଘ୍ର ଭଲ ହୋଇଯିବ ।

ଏହା ମଧ୍ୟ ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି, ଫେସବୁକରେ ଲାଇଭ ଆସି ଜୀବନ ହାରିଲେ ଯୁବକ

ଏନେଇ ଡାକ୍ତର କହିଛନ୍ତି, "ବର୍ତ୍ତମାନ ଉକ୍ତ ରୋଗୀ ଜଣକ ସୁସ୍ଥ ଅଛନ୍ତି । ଏଚଆଇଭି ସଂକ୍ରମିତ ଥିବାରୁ ଚିକିତ୍ସା ଅନୁଯାୟୀ ଔଷଧ ଦିଆଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ପଡ଼ିବ । ଯଦି ସେ ଚାହିଁବେ ନିଜ ଦେଶକୁ ଫେରିପାରିବେ ।" ଏଭଳି ଏକ ବିରଳ ଅସ୍ତ୍ରୋପଚାର ଦେଶରେ ପ୍ରଥମ ଥର ହୋଇଥିବା ଡାକ୍ତରୀ ଟିମ କହିଛନ୍ତି । ଡାକ୍ତରଙ୍କ ଉତ୍ତମ ଚିକିତ୍ସା ପାଇଁ ରୋଗୀ ଏବଂ ତାଙ୍କ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.